ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍.କେ. ଜୁନିଅର କଲେଜରେ ସମ୍ବିଧାନ ଦିବସ ପାଳିତ

ଆର୍.କେ. ଜୁନିଅର କଲେଜରେ ସମ୍ବିଧାନ ଦିବସ ପାଳିତ

  ମୟୂରଭଂଜ – ୨୬/୧୧ :  ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳାସ୍ଥିତ ଆର୍.କେ. ଜୁନିଅର କଲେଜ ପରିସରରେ ୭୬ ତମ ସମ୍ବିଧାନ ଦିବସ ଅବସରରେ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଂକ ପୌରୋହିତ୍ୟରେ ଏକ ସଭା ଆୟୋଜିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ଇତିହାସ ଅଧ୍ୟାପକ ଅଜୟ କୁମାର ଗିରି ଯୋଗ ଦେଇ ସମ୍ବିଧାନର ଭିତ୍ତିଭୂମି ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଂକୁ ନିଜ ଅଭିଭାଷଣ ମାଧ୍ୟମରେ କହିଥିଲେ। ଅନ୍ୟ ମାନଂକ ମଧ୍ୟରେ ଅଧ୍ୟାପକ ଶଶିକାନ୍ତ ନନ୍ଦ, ଅନୀଲ କୁମାର ଗିରି, ରୂପ ନାରାୟଣ ମାଝି, ରମାକାନ୍ତ ପାତ୍ର, ପ୍ରହ୍ଲାଦ ସ୍ୱାଇଁ, ଯୋଗେଶ୍ୱର ତୁଂ, ମାୟାଧର ସି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଂକୁ ଏ ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ମାନ ବିଷୟରେ ଅବଗତ କରାଇଥିଲେ। ପରେ ପରେ ସମ୍ବିଧାନର ପ୍ରସ୍ତାବନା ବା ପ୍ରିଆମ୍ବଲ କୁ ସମସ୍ତେ ଏକ ସମୟରେ ଉଚ୍ଚ କଣ୍ଠ ରେ ଉଚ୍ଚାରଣ କରିଥିଲେ। ରାଧାନାଥ ଗିରି, ନନୀକାନ୍ତ ନନ୍ଦ, ଭଜହରି ମାଝି, ନନ୍ଦ କିଶୋର ହେମ୍ବ୍ରମ, ରାମଦାସ ମାଝି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଡାବୁଗାଁରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ମହୋତ୍ସବ ପାଳିତ 

masiha

ଶ୍ରୁତି ଭବନରେ ବାଳ ସଂସ୍କାର କାର୍ଯ୍ୟକ୍ରମ

Sunil Chandra Nayak

ଦୀର୍ଘସ୍ଥାୟୀ ବିକାଶ ସ୍ଥାନୀୟକରଣ ପରିପ୍ରେକ୍ଷୀରେ ଦାରିଦ୍ର୍ୟ ମୁକ୍ତ ତଥା ଉନ୍ନତି ଜୀବିକା ଯୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଏବଂ ଗ୍ରାମ ପଞ୍ଚାୟତର ନିଜସ୍ଵ ସମ୍ବଳ ବୃଦ୍ଧି

Sunil Chandra Nayak

Leave a Comment

error: Content is protected !!