ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ରମେଶ ଜେନା ଙ୍କ ଦ୍ଵାରା ନଅ ପ୍ରକଳ୍ପ ଉଦ୍ଘାଟିତ

ବିଧାୟକ ରମେଶ ଜେନା ଙ୍କ ଦ୍ଵାରା ନଅ ପ୍ରକଳ୍ପ ଉଦ୍ଘାଟିତ

ଆସିକା, ୨/୪/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଉପାନ୍ତ ଅଞ୍ଚଳ ଭାବରେ ପରିଚିତ ବଳରାମପୁର ପଞ୍ଚାୟତ ରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ଦ୍ଵାରା ନଅ ଗୋଟି ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି । ବଳରାମପୁର ରେ ବିଧାୟକ ପହଞ୍ଚିବା ପରେ ତାଙ୍କୁ ପଞ୍ଚାୟତ ଲୋକଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହା ପରେ ସେ ନୂତନ ଭାବରେ ପ୍ରତିଷ୍ଠା ହେଉଥିବା ଗୋପୀନାଥ ସ୍ୱାମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ । ଏହା ପରେ ନୂତନ ଭାବରେ ନିର୍ମିତ ବଳରାମପୁର ଗ୍ରାମ ପଞ୍ଚାୟତ ଭବନ, ପଞ୍ଚାୟତ ସଭା ଗୃହ,କର୍ମଚାରୀ ଭବନ, ମିନି ବ୍ୟାଙ୍କ,ରାଧାକୃଷ୍ଣ ପାଠାଗାର ଗୃହ,ମିଶନ ଶକ୍ତି ଗୃହ, କଲ୍ୟାଣ ମଣ୍ଡପ,ଯାତ୍ରୀ ବିଶ୍ରାମାଗାର ଓ ଉସ୍ତା ଗ୍ରାମରେ ଏକ ବଜାର ଗୃହର ଉଦ୍ଘାଟନ କରିଥିଲେ। ଏଥିରେ ଅତିଥି ଭାବରେ ବି ଡି ଓ ସଂଗ୍ରାମ କେଶରୀ ଜେନା,ପୂର୍ବତନ ବ୍ଲକ ଅଧ୍ୟକ୍ଷା ମିନତି ରାଣୀ ସ୍ୱାଇଁ, ଏ ବି ଡି ଓ ସୁଶିଲ ପଟନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ ଚନ୍ଦ୍ର ନାୟକ, ସରପଞ୍ଚ ଗୀତାଞ୍ଜଳି ମଲିକ,ସମିତି ସଭ୍ୟ ଜୋସେଫ ମଣ୍ଡଳ,ନାଏବ ସରପଞ୍ଚ ପ୍ରଫୁଲ୍ଲ ବେହେରା,ଜି ପି ଇ ଓ ଦେବରାଜ ନାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ। ରାସ୍ତାରେ ଢ଼ଉଗାଁ ଛକ ରେ ସ୍ଥାନୀୟ ଲୋକେ ବିଧାୟକ ଙ୍କ ସମ୍ବର୍ଦ୍ଧନା ପ୍ରଦାନ କରିବା ପରେ ଧରାକୋଟ ଅଞ୍ଚଳର ପ୍ରସିଦ୍ଧ କୁଲାଗଡ ର ମା ଦଣ୍ଡକାଳି ଙ୍କୁ ଦର୍ଶନକରି ଫେରିଥିଲେ ।

Related posts

ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ 

Sunil Chandra Nayak

ସୁଦର୍ଶନ ପୂଜାରୀଙ୍କ ପ୍ରଚେଷ୍ଟାରେ ନବୋଦୟ ଓ ଆଦର୍ଶ ପିଲାଙ୍କ ନିମନ୍ତେ ମାଗଣା କୋଚିଂ ବ୍ୟବସ୍ଥା 

masiha

ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଅବ୍ୟବସ୍ଥା ନେଇ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହସ୍ପିଟାଲ ମ୍ୟାନେଜରଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!