ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପରାୟଣ ମହିଳା ମେମ୍ ବାଈଙ୍କ ପରଲୋକ

ଧର୍ମପରାୟଣ ମହିଳା ମେମ୍ ବାଈଙ୍କ ପରଲୋକ

ଧର୍ମଗଡ଼ ସହରର ସ୍ୱର୍ଗତ ରାମ କୁମାର ଅଗ୍ରୱାଲ (କୋକସରିଆ)ଙ୍କ ଧର୍ମପତ୍ନୀ ପତ୍ନୀ ମେମ୍ ବାଈ ଅଗ୍ରୱାଲଙ୍କ ଛତିଶଗଡ ସ୍ଥିତ ରାୟପୁର ଠାରେ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ଅସୁସ୍ଥ ରହି ରାୟପୁର ଠାରେ ଚିକିତ୍ସିତ ହେଉଥିଲେ। ସେ ଜଣେ ମେଳାପୀ, ପରୋପକାରୀ ମହିଳା ଥିଲେ। ବିଶେଷ କରି ମାରୱାଡି ସମ୍ପ୍ରଦାୟରେ ଜଣେ ଧର୍ମପରାୟଣ ମହିଳା ଭାବେ ସେ ବେଶ୍ ପରିଚିତ ଥିଲେ। ତାଙ୍କର ଦୁଇ ପୁଅ କମଲ କିଶୋର ଅଗ୍ରୱାଲ ଓ ନବୀନ କୁମାର ଅଗ୍ରୱାଲ ଓ ତାଙ୍କର କାକା ସୀତାରାମ ସିଂଘଲ ସହରର ଶିଳ୍ପପତି ଭାବେ ବେଶ ଜଣାଶୁଣା ବ୍ୟକ୍ତିତ୍ୱ। ତାଙ୍କର ମୃତ୍ୟୁରେ ଧର୍ମଗଡ଼ ସହର ରେ ଶୋକର ଛାୟା ଖେଳିଯାଇଛି। ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଆଇନଜୀବି ଥବିର ପ୍ରସାଦ ସାହୁ,ସମାଜସେବୀ ପ୍ରଶାନ୍ତ ପଟ୍ଟଯୋଶୀ ତଥା ମାରୱାଡ଼ି ସମାଜ ର ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ,କିଶୋର ଅଗ୍ରୱାଲ, ସମେତ ବହୁ ବିଶିଷ୍ଟ ବ୍ୟକ୍ତିତ୍ଵ ତାଙ୍କର ବିୟୋଗରେ ଶୋକ ପ୍ରକାଶ କରି ତାଙ୍କର ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି। ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେଵ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପଦ୍ମପୁର ବ୍ଲକ ବିଜୟା ନନ୍ଦ ହାଇସ୍କୁଲ ପଡ଼ିଆ ରେ ବଡ ଧୁମ ଧାମ ରେ ଚଇତି ପାଳିତ

masiha

ଜଳେଶ୍ୱର ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

Sunil Chandra Nayak

ଭବାନୀପାଟଣାରେ ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ପାଇଁ ଆନ୍ଦୋଳନ ତେଜିଲା 

masiha

Leave a Comment

error: Content is protected !!