ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ

ନର୍ଲା(ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଗୋରକେଲ,ଲାଖଗୁଡ଼ା, ରୁପ୍ରା,କରଞ୍ଜା ନନ୍ଦଘର ଠାରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରା ଯାଇଛି।ବେଦାନ୍ତ ନନ୍ଦଘର କାର୍ଯ୍ୟକ୍ରମ ଜରିଆରେ ପିସିଆଇ ଇଣ୍ଡିଆ ଦ୍ୱାରା ପରିଚାଳିତ ନନ୍ଦଘର କାର୍ଯ୍ୟକ୍ରମ ଜରିଆରେ ପ୍ରୋଗ୍ରାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀଙ୍କ ନେତୃତ୍ବରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାକ୍‌ ବିଦ୍ୟାଳୟ ଛାତ୍ର ଛାତ୍ରୀ,ଅଭିଭାବକ,ଗ୍ରାମ ମୁଖିଆ, ଉପସ୍ଥିତି ରହିଥିଲେ ।ବିଶେଷ କରି ବାଘଙ୍କ ସୁରକ୍ଷା,ପରିବେଶ ସୁରକ୍ଷା ପାଇଁ ବାଘଙ୍କ ଜରୁରୀ ଉପରେ ବୁଝାଇ ଥିଲେ।ବାଘ ଚିତ୍ର ଅଙ୍କନ,ବାଘ କାହାଣୀ ପ୍ରତିଯୋଗିତା କରି ପୁରସ୍କାର ଦିଆ ଯାଇଥିଲା।ପୃଥକ୍‌ ଭାବେ ଶିଶୁଙ୍କ ମାଆ ମାନେ ମଧ୍ୟ ଏହି ପ୍ରତି ଯୋଗିତାରେ ଅଂଶ ଗ୍ରହଣ କରିଥିଲେ। କ୍ଲଷ୍ଟର କୋଡ଼ିନେଟର୍‌ ପିତାମ୍ବର ଗଉଡ଼,ଜୟ ଶଙ୍କର ରାଉତ,ଶତୃଘ୍ନ ମାଝୀ,ପ୍ରଶାନ୍ତ ପୋଢ ନିଜ ନିଜ ନନ୍ଦଘର ମାନଙ୍କରେ ଦାୟିତ୍ବ ନେଇ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ସଞ୍ଜୁ ପାଣିକା,ସେବତୀ ମାଝୀ,ଡାଲିମ୍ବ ମାଝୀ,କୁମୁଦିନୀ ସାହାଣୀ, ଭାନୁମତି ରଣା,ହିରାଦେଇ ସାହାଣୀ, ମଞ୍ଜୁଳା ପାଢୀ ସହଯୋଗ କରିଥିଲେ ।

       

 ଦୀପକ ଠାକୁର /ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

ପୁଣି ଗାଁ ମୁହାଁ ୨୧ ଟିକିଆ ଜଙ୍ଗଲୀ ହାତୀପଲ

Sunil Chandra Nayak

ୟୁନିଟେକ ଏବଂ ୱାଇ.ଏମ.ଏଫ.ଆଇ ପକ୍ଷରୁ ଏକାଡେମିକ ଏକ୍ସିଲେନ୍ସ ଆୱାର୍ଡ -୨୦୨୬ ଆୟୋଜିତ

Leave a Comment

error: Content is protected !!