ବନ୍ଧୁଗାଁ ରେ ୧୨ ଘଣ୍ଟିଆ ବନ୍ଦ କଲା କଂଗ୍ରେସ ଜନ ଜୀବନ ପ୍ରଭାବିତ
ବନ୍ଧୁଗାଁ ତା, ୮/୧୦/୨୬,ଆଜି ଇଣ୍ଡିଆ ବ୍ଲକ ଓ କଂଗ୍ରେସ ର ମିଳିତ ସହଯୋଗ ରେ ରାଜ୍ୟ ରେ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ ପାଇଁ ଦଳ କାଯ୍ୟଆରମ୍ଭ କରିଥିବା ବେଳେ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକର ସାନ ସୋରପୋଲି ଛକ, କୁମ୍ଭାରୀପୁଟ, ଓ ଆଲମଣ୍ଡା ରେ ବି ତାର ପ୍ରଭାବ ଦେଖିବାକୁ ମିଳିଛି l ବନ୍ଧୁଗାଁ ବ୍ଲକ କଂଗ୍ରେସ ସଭାପତି ଡ଼ି. ଏଙ୍କାଟି ଙ୍କ ନେତୃତ୍ୱ ରେ ଆଜି ବନ୍ଧୁଗାଁ ବ୍ଲକର ର ବରିଷ୍ଠ ନେତୃବୃନ୍ଦ ସାନସୋରପୋଲି ସଦର ମହାକୁମା ସ୍ଥିତ ସୋରପୋଲି ଛକ ନିକଟରେ ବନ୍ଧୁଗାଁ ବ୍ଲକର ଆଦିବାସୀ ଚାଷୀ ମୁଲିଆ ସଙ୍ଘ, ସି ପି ଏମ ଏଲ ଏ ଏକତ୍ରିତ ହୋଇ ଜ୍ଞାନେନ୍ଦ୍ର ଙ୍କ ଇସ୍ତଫା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ବନ୍ୟା ରେ ପ୍ରଭାବିତ ଲୋକଙ୍କୁ ସଠିକ ଭାବରେ ରିଲିଫ ପ୍ରଦାନ ଓ ଏମ ଡ଼ି ଆର ଏହିଭଳି ଚାରୋଟି ଦାବୀ କୁ ନେଇ ଦଳ ଏହି ବନ୍ଦ ଡାକରା ଦେଇଥିଲା I କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ୩ ଟି ସ୍ଥାନରେ ଏହି ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା I ଏପରିକି ବେସରକାରୀ ଶିକ୍ଷାନୁଷ୍ଠାନ ଠୁ ଧରି ବ୍ୟବସାୟିକ ଓ ଶିକ୍ଷା ଓ ସରକାରୀ କାର୍ଯ୍ୟାଳୟ ସ୍କୁଲ କଲେଜ ଓ ବ୍ୟାଙ୍କ ଓ ଗ୍ରାମର ଅନ୍ୟାନ୍ୟ ଦୋକାନ ବଜାର ସୋମୁହ ପ୍ରତିଷ୍ଠାନ ଗୁଡିକ ବି ବନ୍ଦ ଥିବାର ଦେଖା ଯାଇଥିଲା I ବେଳେ ଜୟପୁର ରୁ ଆନ୍ଦ୍ର ପ୍ରଦେଶ ର ପାରବତୀ ପୁରିମ ଓ ରାୟଗଡା ସଂଯୋଗ ଜାତୀୟ ରାଜପଥ ବି ବିକ୍ଷୋଭ କାରି ବନ୍ଦ କରିଥିବା ଦେଖା ଯାଇଥିଲା ବ୍ଲକର ର କୌଣସି ସ୍ଥାନ କୁ କୌଣସି ଯାନବାହାନ ଚାଲୁ ନ ଥିଲା ବେଳେ ଏହାର ପ୍ରଭାବ ସିଧା ସଳଖ ଜନସାଧାରଣ ଙ୍କ ଉପରେ ପଡିଥିଲା I ଅନ୍ୟପଟେ ଦେଖିଲେ ଏହି ବାର ଘଣ୍ଟିଆ ବନ୍ଦ କୁ ଆଖିଆଗରେ ରଖି ବ୍ଲକ ପ୍ରଶାସନ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିବା ଦେଖା ଯାଇଥିଲା l ଟ୍ରେନ ଚଳାଚଳ ସ୍ୱାଭାବିକ ଥିଲା ସରକାରୀ କାଯ୍ୟଳୟ ସ୍ୱାଭାବିକ ଭାବେ ଚାଲିଥିବାର ଦେଖା ଯାଇଥିଲା l ଆଜିର ଏହି ୧୨ ଘଣ୍ଟିଆ ବନ୍ଦ ଡାକରାରେ ବନ୍ଧୁଗାଁ ବ୍ଲକର କଂଗ୍ରେସ ଦଳର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଲକ୍ଷଣ ଖୋସଲା ଓ ଆସକ ପଣ୍ଡା,କାମେଶର ରତନାଳୁ, ଭାରଟ୍ରାଜୁ, ଗୋଜେନ୍ଦ୍ର କନ୍ଦପାନ ଙ୍କ ମୁଖ୍ୟ ଭୂମିକା ରହିଥିବା ବେଳେ ବ୍ଲକ କଂଗ୍ରେସ ର ଜିଲ୍ଲା ଯୁବ ସାଧାରଣ ସମ୍ଫାଦକ ଅସକ କାଳ୍ପା, ଚାଷୀ ମୁଲିଆ ସଙ୍ଘର ଜିଲ୍ଲା ସଭାନେତ୍ରୀ କଣ୍ଡାଗୋରୀ ପାଇଡଆମା, ବ୍ଲକ ସଭାନେତ୍ରୀ ପିଡ଼ିକା ସୁରିଆମା, ସୁବାରାଓ କେଣ୍ଡରୁକ, କାଣ୍ଟୁ କେଣ୍ଡରୁଜା,ସୁବାରାଓ କେଣ୍ଡରୁକ, କିର୍ମ କାଡ୍ରାକା, ମାଣ୍ଡିଙ୍ଗ ଶ୍ରୀନୁ, କୋଣ୍ଡାଗୋରି ଡ଼ମ୍ବୁ, ପୁଆଳା କାୟୁ, ପିଡ଼ିକା କ୍ରିଷ୍ଣା,ଓ ଆଦିବାସି ଚାସିମୁଳିଆ ଓ ସି ପି ଆଇ ଏମ ଏଲ ଏ ର ପ୍ରମୁଖ ନେତୃ ବୃନ୍ଧ ଉପସ୍ଥିତ ରହି ଆଜିର ୧୨ ଘଣ୍ଟିଆ ବନ୍ଦ ଦାକୋରାକୁ ସଫଳ ମନ୍ଦିତ କରିଥିଲେ I ଏଥି ସହିତ ବନ୍ଧୁଗାଁ ଥାନ ଷ୍ଟାଫ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ I
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

