ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଣ୍ଡିଆ ବ୍ଳକ ଡାକରାରେ ଢେଙ୍କାନାଳ ବନ୍ଦ ସଫଳ

ଇଣ୍ଡିଆ ବ୍ଳକ ଡାକରାରେ ଢେଙ୍କାନାଳ ବନ୍ଦ ସଫଳ

ଢେଙ୍କାନାଳ:୦୮/୧୦ – (ମନିସ) :- ଓଡ଼ିଶାର ଭବିଷ୍ୟତ ପିଢିକୁ କାଙ୍ଗାଳ ଓ ନିସ୍ବ କରିଥିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆଣିଥିବା ଏମଏମଡିଆର, ୨୦୨୬ ସଂଶୋଧନ ଭୋଟର ଜୀବନ୍ତ ଥିବା ୧୩ କୋଟି ଭୋଟରଙ୍କ ନାମ କାଟିବା ଫର୍ମ ୬.୭ ବ୍ଯାପକ ଦୁରୁପଯୋଗ, ଓଡିଶାରେ ପାଠ୍ୟ ପୁସ୍ତକରେ ବ୍ଯାପକ ତ୍ରୁଟି ଯୋଗୁଁ ନିତ୍ଯାନନ୍ଦ ଗଣ୍ତଙ୍କ ଇସ୍ତଫା ଓ ବନ୍ୟା ପ୍ରପୀଡ଼ିତମାନଙ୍କୁ ପ୍ରର୍ଯ୍ଯାପ୍ତ କ୍ଷତିପୂରଣ ଇତ୍ୟାଦି ଦାବିରେ ଇଣ୍ଡିଆ ବ୍ଳକର ଡାକରାରେ ଓଡ଼ିଶା ବନ୍ଦକୁ ଢେଙ୍କାନାଳବାସୀ ସତପୂର୍ତ ଭାବରେ ସଫଳ କରିଛନ୍ତି ବୋଲି କଂଗ୍ରେସ ଏବଂ ଅନ୍ଯ ସମର୍ଥକ ବାମପନ୍ଥୀ ଦଳ ତରଫରୁ ଦାବି କରାଯାଇଛି। ବନ୍ଦକୁ ସଫଳ କରିବାକୁ ସକାଳ ୮ ଘଟିକା ସମୟରେ କଂଗ୍ରେସର ଜିଲ୍ଲା ସଭାପତି ଛବିରାଜ ବିଶ୍ବାଳ, ସଦର ବ୍ଳକ ସଭାପତି ଅଜିତେନ୍ଦୁ ବିହାରୀ ଏବଂ ମହମ୍ମଦ ଅର୍ଶଦ, ଜିଲ୍ଲା ବିଧାୟିକା ପ୍ରାର୍ଥିନୀ ସମ୍ମିତା ସିଂହଦେଓ, ରାଜୀବ ଲୋଚନ ସିଂହଦେଓ, ପ୍ରେମ ଶଙ୍କର ମିଶ୍ର, ନିଶାକର ସାହୁ, ଗୋପାଳ ସାହୁଙ୍କ ନେତୃତ୍ୱରେ ଢେଙ୍କାନାଳ କଲେଜ ବାଇପାସ ଠାରୁ ଆରମ୍ଭ କରି କାଲଟାକ୍ସ ବଜାର ପର୍ଯ୍ୟନ୍ତ ସମସ୍ତ ସରକାରୀ ତଥା ଦୋକାନ ବଜାର ଆଦି ବନ୍ଦ କରିବା ପାଇଁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। କାମାକ୍ଷାନଗର ଛକ ବାଇପାସ ଠାରୁ ସିପିଏମ ଜିଲ୍ଲା ସଦସ୍ୟ ସର୍ବଜ୍ଞ ସାହୁ ଏବଂ ସରୋଜ କୁମାର ଶତପଥୀ ଙ୍କ ନେତୃତ୍ୱରେ ସହରର ସମସ୍ତ ବ୍ଯାଙ୍କ ଗୁଡିକୁ ବନ୍ଦ କରାଯାଇଥିଲା। ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିବାରୁ ଆନ୍ଦୋଳନକାରୀ ସାଥି ସମର୍ଥଙ୍କ ସମେତ୍ ଢେଙ୍କାନାଳ ସହରବାସୀଙ୍କୁ କଂଗ୍ରେସ, ସିପିଆଇ,ସିପିଆଇଏମ, ସିପିଆଇଏଲ ତରଫରୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ସାମାଜିକ କର୍ମୀ ଭରତ ଚନ୍ଦ୍ର ଦାଶଙ୍କୁ ମିଳିଲା ସମ୍ମାନ ସୂଚକ ଡକ୍ଟରେଟ ଉପାଧି

masiha

ଦକ୍ଷିଣାଞ୍ଚଳ ଆରଡିସି ଙ୍କ ସମୀକ୍ଷା

କନ୍ଧମାଳର ବିଏସଏଫ କ୍ୟାମ୍ପ ପକ୍ଷରୁ ଜନସମ୍ପର୍କ ଶିବିର 

Sunil Chandra Nayak

Leave a Comment

error: Content is protected !!