ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଜା ଜାନୀଗୁଡା ର ଆଶ୍ରମ ବିଦ୍ୟାଳୟ ଓ SSD ଉଚ୍ଚ ବିଦ୍ୟାଳୟ ରେ  ବାର୍ଷିକ ଉତ୍ସବଅନୁଷ୍ଠିତ

କୁଜା ଜାନୀଗୁଡା ର ଆଶ୍ରମ ବିଦ୍ୟାଳୟ ଓ SSD ଉଚ୍ଚ ବିଦ୍ୟାଳୟ ରେ  ବାର୍ଷିକ ଉତ୍ସବଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି ୩୧/୦୧/୨୪/ତେନ୍ତୁଳିଖୁଣ୍ଟି ବ୍ଳକର ପୂଜାରୀଗୁଡା ପଞ୍ଚାୟତ ର  କୁଯାଯାନୀଗୁଡା ର ଆଶ୍ରମ ବିଦ୍ୟାଳୟ ଓ SSD ଉଚ୍ଚ ବିଦ୍ୟାଳୟ ରେ ର 2024 ମସିହା ର ବାର୍ଷିକ ଉଛବ ଅନୁଷ୍ଠିତ ହୋଇଯାଇଛି।ଆଜି  ସକାଳେ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁବାସ ପୂଜାରୀ ଙ୍କ ସଭାପତିତ୍ତ୍ୱ ରେ ବାର୍ଷିକ ଉଚ୍ଚବ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ପାତ୍ରପୁଟ SSD ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକବ୍ରଜ ବଲ୍ଲଭଃ ବ୍ରମାହା ଓ କୁଯାଯାନୀଗୁଡା SSD ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମଣୀ ରଞ୍ଜନ ଗରଡ଼ା, ଆଶ୍ରମ ବିଦ୍ୟାଳୟ ର ସଭାପତି କାର୍ତ୍ତିକ ଯାନୀ ମଞ୍ଚଆସିନ ହୋଇଥିଲା ।ପ୍ରଥମେ ପ୍ରଧାନ ଶିକ୍ଷକ ସୁବାସ ପୂଜାରୀ ବାର୍ଷିକ ବିବରଣୀ ପାଠ କରିଥିଲେ।ଶିକ୍ଷା ହି ମଣିଷ ର ଜୀବନ ଯାପନ ର ଭଲ ମଣିଷ ହୋଇପାରିବ ବୋଲି କହିଥିଲେ ଛାତ୍ରଛାତ୍ରୀ ଙ୍କୁ ସରକାର ସମସ୍ତ ସମ୍ବଳ ଯୋଗେଇ ଦେଉଛନ୍ତି ବୋଲି କହିଥିଲେ।ଶେଷ ରେ ନାଚ ଗୀତ କରିଥିଲେ ଛାତ୍ରଛାତ୍ରୀ ସେମାନଙ୍କ କୁ ପୁରସ୍କାର ବଣ୍ଟନ କରାଯାଇଥିଲା।ଅପରାହ୍ନ ରେ SSD ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉଚ୍ଚବ ହୋଇଥିଲା ଏଥିରେ ଜିଲ୍ଲା DWO ପାଳକା ରବୀନ୍ଦ୍ର, ଦୁଇ ଜଣ ଅତିରିକ୍ତ ମଙ୍ଗଳ ଅଧିକାରୀ ନିବେଦି ତା ବିଶ୍ୱାଳ, ଭରତ ଚନ୍ଦ୍ର ସାହୁ  ,ପୂଜାରୀଗୁଡା ସରପଞ୍ଚ ଅନାଦି ମାଝୀ ,ପାତ୍ରପୁଟ ପ୍ରଧାନ ଶିକ୍ଷକ ବ୍ରଜ ବଲ୍ଲଭ ବ୍ରମାହା, ଡେଙ୍ଗା ଗୁଡା ପ୍ରଧାନ ଶିକ୍ଷକ ନରେନ୍ଦ୍ର ସଗରିଆ,ବିଷାଗୁଡା ପ୍ରଧାନ ଶିକ୍ଷକ ଗୋପୀନାଥ ଯାନୀ, ବାସିନୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେଶ ନାୟକ, SSD ଉଚ୍ଚ ବିଦ୍ୟାଳୟ ର ସଭାପତି ପର୍ଶୁ ହରିଜନ,ଗ୍ରାମର ବଳରାମ ଗୌଡ଼ ମଞ୍ଚଆସିନ ହୋଇଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମଣୀ ରଞ୍ଜନ ଗରଡ଼ା ସଭାପତିତ୍ତ୍ୱ ରେ ଏହି ବାର୍ଷିକ ଉଛବ ହୋଇଥିଲା ପ୍ରଥମେ ବିଦ୍ୟାଳୟ ର ବିବରଣୀ ପାଠ କରିଥିଲେ। ଆଗକୁ ପରୀକ୍ଷା ଆସୁଛି ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଭଲ ପରିଶ୍ରମ କରିବ ସେମିତି ଫଳ ପାଇ ପିତା ମାତା ଙ୍କ ସ୍ୱପ୍ନ ସାକାର କରି ପାରିବା ବୋଲି କହିଥିଲେ ଅତିରିକ୍ତ ମଙ୍ଗଳ ଅଧିକାରୀ ସାହୁ ସାର,ଜିଲ୍ଲା ମଙ୍ଗଳ ଅଧିକାରୀ ପାଳକା ରବୀନ୍ଦ୍ର କହିଥିଲେ ଶିକ୍ଷା ହେଲେ ହିଁ ନିଜର ଭବିଷ୍ୟତ ଗଡ଼ିବା ର ଏକ ନମ୍ବର ପନ୍ଥା ବୋଲି କହିଛନ୍ତି।ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ର ଉର୍ଦ୍ଧେଶ ର ଲକ୍ଷ ବିଷୟ ରେ ବିଭିନ୍ନ ପ୍ରକାର ରେ ଉଦାହରଣ ଦେଇ ବୁଜାଇଥିଲେ ।ଶିକ୍ଷା ହି ପ୍ରଥମ ସମ୍ପତି ବୋଲି କହିଛନ୍ତି।ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ନାଚ ଗୀତ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।ଏହି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଚାରବାହାଲ ରେ ସେକ୍ଟର ସ୍ତରୀୟ ଆଶା ସଂଘ ଗଠିତ

Sunil Chandra Nayak

ଧର୍ମଗଡ ସହର କୁ ପଶି ଆସିଲା ଜଙ୍ଗଲି ଦନ୍ତା ହାତୀ, ଆତଙ୍କିତ ସହରବାସୀ 

Sunil Chandra Nayak

ବିନା ପାଠ୍ୟ ପୁସ୍ତକରେ ମାସିକ ପରୀକ୍ଷା ପ୍ରସ୍ତୁତି,ଅଭିଭାବକ ମହଲରେ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!