ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ର ହାତ ଛାଡି ପୁଣି ବିଜେପି ରେ ମିଶିଲେ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବୀନ୍ଦ୍ର ପଟ୍ଟଯୋଷୀ 

କଂଗ୍ରେସ ର ହାତ ଛାଡି ପୁଣି ବିଜେପି ରେ ମିଶିଲେ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବୀନ୍ଦ୍ର ପଟ୍ଟଯୋଷୀ 

ବରିଷ୍ଠ କଂଗ୍ରେସ ନେତା ରବୀନ୍ଦ୍ର ପଟ୍ଟଯୋଷୀ କଂଗ୍ରେସ ଦଳ ର ପ୍ରାଥମିକ ସଦସ୍ୟ ରୁ ଆଜି ଇସ୍ତଫା ଦେଇଛନ୍ତି । କଂଗ୍ରେସ ର ହାତ ଛାଡିବା ସହ ସେ ଭାରତୀୟ ଜନତା ପାର୍ଟି ରେ ପୁଣି ଥରେ ମିଶିଛନ୍ତି । ଆଜି ଭୁବନେଶ୍ୱର ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ଠାରେ ସେ ଆନୁଷ୍ଠାନିକ ଭାବେ ଭାଜପା ରେ ଯୋଗ ଦେଇଛନ୍ତି । ଯଶଶ୍ଵି ପ୍ରଧାନମନ୍ତ୍ରୀ ଙ୍କ ଅନୁପ୍ରାଣିତ ହୋଇ ସେ ପୁଣି ଥରେ ଦଳ କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି କହିବା ସହ ଦଳ ରେ ସାମିଲ କରାଯାଇ ସେବା କରିବା ସୁଯୋଗ ପ୍ରଦାନ କରା ଯାଇଥିବାରୁ ସେ ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଳା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ, ଗୌରଚନ୍ଦ୍ର ପଣ୍ଡା ଏଵଂ ଭାଈ ବ୍ରଜେନ୍ଦ୍ର ପଟ୍ଟଯୋଷୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିଜ ର ରାଜନୈତିକ ସହକର୍ମୀ ଙ୍କ ଅନୁରୋଧ କ୍ରମେ ସେ ଆଜି ନିଜ ସମର୍ଥକ ଙ୍କ ସହ ବିଜେପି ଦଳ ରେ ସାମିଲ ହେଲେ ଏବଂ ଜଣେ ନିଷ୍ଠାପର କର୍ମୀ ଭାବେ ସେ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ପଟ୍ଟଯୋଷୀ ୧୯୯୨ ମସିହା ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଲଗାତାର ୩ ଥର ଧର୍ମଗଡ ବ୍ଲକ ଅଧକ୍ଷ ରହିଥିଲେ । ଏହା ପରେ ମଧ୍ୟ ସେ ନିଜର ବିଚକ୍ଷଣ ରାଜନୈତିକ ଗୋଟି ଚାଳନା ଯୋଗୁଁ ଲଗାତାର ତିନିଥର ନିଜ ସମର୍ଥିତ ବ୍ୟକ୍ତି ଙ୍କୁ ବ୍ଲକ ଅଧ୍ୟକ୍ଷ ଭାବେ ପଦବୀ ରେ ଆସିନ କରାଇ ଥିଲେ।୨୦୧୪ ସଧାରଣ ନିର୍ବାଚନ ରେ ସେ ବିଜେପି ପ୍ରାର୍ଥୀ ଭାବେ ଧର୍ମଗଡ ବିଧାନ ସଭା କ୍ଷେତ୍ର ରୁ ନିର୍ବାଚନ ଲଢ଼ି ୪୩,୭୭୩ ଖଣ୍ଡ ଭୋଟ ପାଇ ଥିଲେ । ତେବେ ୨୦୧୯ ନିର୍ବାଚନ ରେ ଭାଜପା ତାଙ୍କୁ ଟିକେଟ ଦେଈ ନଥିବାରୁ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୨୨,୮୩୯ ଖଣ୍ଡ ଭୋଟ ପାଇ ଥିଲେ । ସେ ଜଣେ ଦକ୍ଷ ସଂଗଠକ ହୋଈ ଥିବା ବେଳେ ସ୍ଥାନୀୟ ଅଞ୍ଚଳ ରେ ତାଙ୍କ ର ବିଶେଷ ପତିଆରା ରହିଛି। ବିଜେପି ରେ ତାଙ୍କର ଯୋଗଦାନ ପରେ ଅଞ୍ଚଳରେ ରାଜନୈତିକ ଉଷ୍ମତା ଦେଖା ଦେଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ 

masiha

ବିଜେଡି ପକ୍ଷରୁ ଦୁର୍ଗମ ତ୍ରିଲୋଚନପୁରରେ ପଥପ୍ରାନ୍ତ ସଭା

masiha

ବିଜେଡ଼ି ରେ ସାମିଲ ହେଲେ ୫ ଟି ଗାଁର ସମସ୍ତ ଗ୍ରାମବାସୀ

masiha

Leave a Comment

error: Content is protected !!