ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁ ବ୍ଲକ ବିଜେଡି ର ଗଣଧାରଣା ଓ ପ୍ରତିବାଦ ସଭା

ଡାବୁଗାଁ, ୧୬/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ସମ୍ମୁଖରେ ବ୍ଲକ ବିଜେଡି ତରଫରୁ କେନ୍ଦ୍ରର ଓଡିଶା ପ୍ରତି ଅବହେଳା ଗରିବ ଚାଷୀ ମୂଲିଆଙ୍କ ପେଟ ମାରଣା ନୀତି ପାଇଁ ଗଣଧାରଣା ଓ ପ୍ରତିବାଦ ସଭା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଥମେ ସମସ୍ତ ବିଜେଡି କର୍ମୀ ମାନେ ଡାବୁଗାଁ ଭୈରବ ମନ୍ଦିର ନିକଟରେ ଏକତ୍ରିତ ହୋଇ ସେଠାରୁ ଏକ ବିରାଟ ସୋଭା ଯାତ୍ରାରେ ବାହାରି ବଜାର ପ୍ରାରିକ୍ରମା କରି ବ୍ଲକ କାର୍ଯ୍ୟ|ଳୟ ସମ୍ମୁଖରେ ପହଞ୍ଚି ଥିଲେ | ପରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓ ଶରତ ମାଝି ଙ୍କୁ ପ୍ରଦାନ କରିଥିଲେ | ସେଠାରେ ଧାରଣାରେ ବସି ସଭା କରାଯାଇଥିଲା | ସେଠାରେ ମୁଖ୍ୟ ଅତିଥି ଭଏ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଅବହେଳା ଗରିବ ଚାଷୀ ମୂଲିଆଙ୍କ ପେଟ ମାରଣା ନୀତି, ମୁଣ୍ଡ ପିଛା ମାଗଣାରେ ୧୦ କିଗ୍ରା ଚାଉଳ ପ୍ରଦାନ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ଆଦିର ଦର ବୃଦ୍ଧି, କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇ ରାଜରାସ୍ତାରେ ଗର୍ଜିଥିଲେ | ଏହି ସଭାରେ ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ପୂର୍ବତନ ଜିଲପରିଷଦ ସଭ୍ୟ ବିଜୟ କୁମାର ବେହେରା, ପୂର୍ବତନ ସରପଞ୍ଚ ଜି. ପ୍ରକାଶ ରାଓ, ପି. ନାଗା, ବବୁଲୁ ତ୍ରିପାଠୀ, ରମେଶ ପଟ୍ଟନାୟକ ଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ମିଶ୍ରଣ ପର୍ବ 

masiha

ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଚାଷି ଙ୍କ ବିଭିନ୍ନ ସମସ୍ୟା ନେଇ ଦାବୀ ପତ୍ର ପ୍ରଦାନ 

masiha

ମଣିପୁର ହିଂସା ଓ ମହିଳା ମାନଙ୍କ ଉପରେ ବିଭତ୍ସ ଓ ବର୍ବର ଆକ୍ରମଣ ରୋକିବାରେ ବିଫଳ ବିଜେପି ସରକାର , ବରଖାସ୍ତ ଦାବିରେ ସି ଆଇ ଟି ୟୁ, କୃଷକ ସଭା ଓ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!