ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବନ୍ଧମୁଣ୍ଡାରେ ଭାଜପା ପ୍ରତିଷ୍ଠା ଦିବସରେ ସେବା କାର୍ଯ୍ୟକ୍ରମ ଓ ମିଷ୍ଟାନ୍ନ ବଣ୍ଟନ 

ବନ୍ଧମୁଣ୍ଡାରେ ଭାଜପା ପ୍ରତିଷ୍ଠା ଦିବସରେ ସେବା କାର୍ଯ୍ୟକ୍ରମ ଓ ମିଷ୍ଟାନ୍ନ ବଣ୍ଟନ 

ରାଉରକେଲା: ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ ଓ ମାନନୀୟ ରାଜ୍ୟସଭା ସଦସ୍ୟ ଦିଲୀପ ରାୟ ଙ୍କ ଶପଥ ଗ୍ରହଣର ଶୁଭ ଅବସରରେ ବନ୍ଧମୁଣ୍ଡା ସେକ୍ଟର–ଇ, କେନ୍ଦ୍ରୀୟ ବିଦ୍ୟାଳୟ ପାଖରେ ବିଦ୍ୟା ପ୍ରସାଦ ଙ୍କ ନିବାସ ସ୍ଥାନରେ ଏକ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଅଞ୍ଚଳବାସୀଙ୍କ ମଧ୍ୟରେ ମିଠା, ସରବତ ଓ ତରଭୁଜ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ବନ୍ଧମୁଣ୍ଡା ଭାଜପା ମଣ୍ଡଳ ସଭାପତି ଲକ୍ଷ୍ମଣ ଲୋହାର କହିଲେ ଯେ, ଭାରତୀୟ ଜନତା ପାର୍ଟି ତାଙ୍କ ପ୍ରତିଷ୍ଠା ଦିବସକୁ “ସେବା ଦିବସ” ଭାବେ ପାଳନ କରି ସଦା ସର୍ବଦା ସାଧାରଣ ଲୋକଙ୍କ ସହିତ ଦଣ୍ଡାୟମାନ ରହିଥାଏ। ସେ କହିଥିଲେ ଯେ, ଦଳର ଲକ୍ଷ୍ୟ କେବଳ ରାଜନୀତି ନୁହେଁ, ବରଂ ସମାଜ ସେବା ଓ ଲୋକମାନଙ୍କ ସମସ୍ୟାର ସମାଧାନ କରିବା । ଏହି ଅବସରରେ ଶୋଭା ଦେବୀ,ବି.ସିନ୍ ଜି, ସତ୍ୟଜିତ ପ୍ରଧାନ,ପ୍ରହଲାଦ ତନ୍ତୀ, ବିଦ୍ୟା ପ୍ରସାଦ, ଶୋଭା ଦେବୀ, ବାଳୀ ମୁଖୀ, ରାହୁଲ ବିଶ୍ୱକର୍ମା, ଆବାସ ହୋଟା, ମୁକୁଲ ଦାସ, ଜୟ କିଶୋର ନାୟକ, ହରି କେଶରୀ, ଶୁଭମ ମଲିକ ,ସରୋଜ ନାଥ ଶର୍ମା,ସହ ଅନେକ କାର୍ଯ୍ୟକର୍ତ୍ତା ଓ ଗଣମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ସମୟରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଇଥିଲା ଏବଂ ସମସ୍ତେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାମ୍ୱିଧାନିକ ପଦରେ ଥିବା ଦଳୀୟ ନେତାମାନେ ପଦର ମର୍ଯ୍ୟାଦା ରଖନ୍ତୁ: ବିଜେଡି

Sunil Chandra Nayak

ପୁଲିସ ଡିଜି, କମିଶନର ଓ ଡିସିପିଙ୍କ ନାଁରେ ଏତଲା ଦେଲେ ବିଜେପି କର୍ମକର୍ତ୍ତା 

Sunil Chandra Nayak

କୋଇଲିମୁଣ୍ଡା ଓ ମାଲଗାଁ ପଂଚାୟତ ର 500 ରୁ ଉର୍ଦ୍ଧ କର୍ମୀ ଭାଜପା ରେ ମିଶିଲେ 

masiha

Leave a Comment

error: Content is protected !!