ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେନ୍ଦ୍ର ସରକାର ମୁଣ୍ଡ ପିଛା ୫କେଜି ଚାଉଳ କାଟିବା ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

ବାଲିଆପାଳ, ୧୬/୨ (ମନିସ )କେନ୍ଦ୍ର ସରକାର ମୁଣ୍ଡ ପିଛା ୫କେଜି ଚାଉଳ କାଟିବା ପ୍ରତିବାଦରେ ଗୁରୁବାର ପୂର୍ବାହ୍ନରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଆହ୍ଵାନରେ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗରିବ ଖଟିଖିଆଙ୍କ ଅନ୍ନ ତଥା କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବିରୋଧରେ ବାଲିଆପାଳ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।ବ୍ଲକ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭାରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ମହିଳା ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ଯାକାରି ସଭାନେତ୍ରୀ ସୁବାସିନୀ ଜେନା,ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଦାସ, ଜିଲ୍ଲା ପରିଷଦ ସଦସ୍ୟା କାଞ୍ଚନ ଜେନା,ନିଶାକର ସେଠୀ, ବେଣୁଧର ଜେନା,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ର ନାଥ ଅଣ୍ଡିଆ, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟା ପରମେଶ୍ୱରୀ ସାହୁ, ବିଷ୍ଣୁପୁର ପଞ୍ଚାୟତର ସରପଞ୍ଚ ତଥା ବିଜେଡି ହରିଜନ ସେଲ୍ ସଭାପତି ମହେଶ୍ବର ଜେନା,ବାଲିଆପାଳ ସରପଞ୍ଚ ବନଲତା ଦାସ,ମଧୁପୂରା ସରପଞ୍ଚ ପ୍ରତିନିଧି ଲମ୍ବୋଧର ମାହାନା , ବାଲିଆପାଳ ସରପଞ୍ଚ ପ୍ରତିନିଧି ହେମନ୍ତ ଦାସ,ଦେଭୋଗ ସରପଞ୍ଚ ପ୍ରତିନିଧି ମୁତ୍ଯୁଞ୍ଜୟ ନାୟକ,ବୋଳଙ୍ଗ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ମଲ୍ଲିକ, ବାଲିକୁଟୀ ବିଜେଡି ସଭାପତି ଭଗବାନ ଗିରି,ପୂର୍ବତନ ସରପଞ୍ଚ ଗୁଣାକର ସାହୁ,ଅସ୍ତି ସରପଞ୍ଚ ପ୍ରତିନିଧି ହରେକୃଷ୍ନ ଜେନା,ଘଣ୍ଟୁଆ ସରପଞ୍ଚ ସୁଶିଲ ପ୍ରଧାନ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ। ଏହି ସଭାରେ ବହୁ ବିଜେଡି ନେତା, ପଞ୍ଚାୟତ ସ୍ତରୀୟ କର୍ମୀ, ଛାତ୍ର ନେତାଙ୍କ ସହିତ ବହୁ ମହିଳା କର୍ମୀ ଯୋଗ ଦେଇଥିଲେ।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ବୈଜୟନ୍ତ ପଣ୍ଡା ଙ୍କ ବିଜୟ ଶୋଭାଯାତ୍ରା ମହା ସମାରୋହ ରେ ଅନୁଷ୍ଠିତ

masiha

ବହଳଦା ବିଜେପି ସଂକଳ୍ପ ସମାବେଶରେ ବିଜେପି ପ୍ରଚାର ରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା

masiha

ନକଲି ମଦ କରବାର ରେ ଗିରଫ ହୋଇଥିବା ବିଜେଡି ନେତା ଙ୍କୁ ବିରୋଧ କରି ବିଜେପି ପକ୍ଷ ରୁ କୁଶ ପୁତ୍ତଳିକା ଦାହ 

Sunil Chandra Nayak

Leave a Comment

error: Content is protected !!