ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସମ୍ବଲପୁର ଆକ୍ରମଣ ଘଟଣା କୋକସରା ଠାରେ ପ୍ରତିବାଦ, ବିଡ଼ିଓଙ୍କୁ ଦାବିପତ୍ର

କୋକସରା,୨୪/୦୩ // ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୋକସରା ବିଡ଼ିଓଙ୍କ ଜରିଆରେ ଦାବିପତ୍ର ଦେଲେ ବିଶ୍ବହିନ୍ଦୁ ପରିଷଡ଼, ଆରଏସଏସ, ଦେବସେନା, ବଜରଙ୍ଗ ଓ ଭାରତୀୟ ଜନତା ଦଳର କର୍ମକର୍ତ୍ତା । ଗତ ୧୨ ତାରିଖରେ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ଠାରେ ହିନ୍ଦୁ ସଙ୍ଗଠନ ଶୋଭାଯାତ୍ରା ଉପରକୁ ଅମାନୁଷିକ ଓ କ୍ରୁରତା ପୂର୍ଣ୍ଣ ଆକ୍ରମଣ ଘଟଣାକୁ ପ୍ରତିବାଦ କରି ସୋମବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଠାରେ ବିଭିନ୍ନ ହିନ୍ଦୁ ସଙ୍ଘଠନ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ହିନ୍ଦୁଙ୍କ ସୁରକ୍ଷା ଦାବୀ କରି ବିଡ଼ିଓଙ୍କ କାର୍ଯ୍ୟଳୟରେ ପହଞ୍ଚି ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ଉତ୍ତମ ବାଗଙ୍କୁ ପ୍ରଦାନ କରିଥିଲେ । ହିନ୍ଦୁ ସଙ୍ଗଠନକୁ ଆକ୍ରମଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ବିଶ୍ବହିନ୍ଦୁ ପରିଷଡ଼, ଆର ଏସ ଏସ, ଦେବସେନା, ବଜରଙ୍ଗ ଓ ସମର୍ଥନ କରିଥିବା ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ। ଏହି ଦାବିପତ୍ର ପ୍ରଦାନ ସମୟରେ କୋକସରା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦର ସଭାପତି ସୁଭାଷ ଅଗ୍ରୱାଲ, ସମ୍ପାଦକ କିଶନ ପଟ୍ଟନାୟକ, ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା କର୍ମକର୍ତ୍ତା ପ୍ରିୟବ୍ରତ ପଣ୍ଡା, ଗୋଦାବରୀଶ ପାତ୍ର, ଭାଜପା ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ଭାଜପା ମଣ୍ଡଳ ପ୍ରଭାରୀ କୋକସରା ଦୁର୍ଗା ପ୍ରସାଦ ପ୍ରଧାନୀ, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସହ ସମ୍ପାଦକ ଗଣେଶ ନନ୍ଦ, ନୀଳକଣ୍ଠ ମାଝୀ, ଗୋପିଚନ୍ଦ ନାଏକ, ମଣ୍ଡଳ ସଭାପତି ଆମପାଣି ଯୋନ ଅର୍ଜୁନ ଭାଟି, ସୁଶିଳ ପାଢ଼ୀ, ଜୟ ଭଗବାନ ଅଗ୍ରୱାଲ, ମନୋଜ ଶର୍ମା, ପଙ୍କଜ ଅଗ୍ରୱାଲ, ସୁରେଶ ଚନ୍ଦ୍ର ଚୌଧୁରୀ, ଗଣେଶ ରାମ ଅଗସ୍ତି, ଉତ୍ତମ କୁମାର ପଣ୍ଡା, ବିବେକ ତାୟଲ, ଲକ୍ଷ୍ମୀ କାନ୍ତ ପଟ୍ଟନାୟକ, କିସନଦତ୍ତ ଶର୍ମା ଓ ଶତାଧିକ ହିନ୍ଦୁ ସଙ୍ଗଠନର ସଦସ୍ୟ ଉପସ୍ଥିତ ରହି ହିନ୍ଦୁ ସୁରକ୍ଷା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଆଗାମୀ ଦିନରେ ତୀବ୍ରତର ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି ହିନ୍ଦୁ ସଙ୍ଗଠନର କର୍ମକର୍ତ୍ତା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜବର ଦଖଲ ଉଚ୍ଛେଦ ନହେଲେ ଭୋଟ ବର୍ଜନ ଚେତାବନୀ ଦେଲେ କନ୍ଦରପୁର ଗ୍ରାମବାସୀ 

masiha

ଧର୍ମଗଡ ଠାରେ ଭାରତୀୟ ଜନତା ପାର୍ଟି ର ବିଜୟ ସଂକଳ୍ପ ଅଭିଯାନ ଯାତ୍ରା ଓ ସାଧାରଣ ସଭା ଯୋଗଦେଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ୟାଦବ

masiha

ପ୍ରଚାରରେ ପଛରେ ପଡିଛି କଂଗ୍ରେସ

masiha

Leave a Comment

error: Content is protected !!