ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ବସ୍ତିଅଭିଯାନ ତରଫରୁ ରାଉଲକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିପୁଳ ସମ୍ବର୍ଦ୍ଧନା

ବିଜେପି ବସ୍ତିଅଭିଯାନ ତରଫରୁ ରାଉଲକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିପୁଳ ସମ୍ବର୍ଦ୍ଧନା

ରାଉରକେଲା: ବିଜେପି ବସ୍ତି ଅଭିଯାନର ଦାୟିତ୍ୱରେ ଥିବା ଜିଲ୍ଲା ସଂପାଦକ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଆଜି ଶତାଧିକ ବସ୍ତିବାସିନ୍ଦା ଏକ ବିରାଟ ଶୋଭା ଯାତ୍ରାରେ ରାଉରକେଲା ସ୍ଥିତ କଲ୍ୟାଣୀ ଭବନରେ ପହଞ୍ଚିଥିଲେ । ସେମାନେ ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିରାଟ କାୟ ପୁଷ୍ପମାଳ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଭେଛା ଓ ଅଭିନନ୍ଦନ ଜଣାଇ ଥିଲେ । ସମସ୍ତେ ଏକ ସ୍ଵରରେ ଜୟ ଶ୍ରୀରାମ ନାରା ଦେବା ସହିତ ବିଜେପି ଜିନ୍ଦାବାଦ ନାରା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମିତା ସାହୁ, ରାଧେ ନାଗ, କନକଲତା ଦାସ, ସ୍ୱଧିନ ମହାନ୍ତି,ଦୀପକ ଦେହୁରୀ, ଆଶିଷ ସିଂ, ସୁଶିଳା ଶର୍ମା, ରୁପେଶ ସିଂ, ସବିତା ମଣ୍ଡଲ,ଅନ୍ନପୂର୍ଣ୍ଣା ଧଳଙ୍କ ସମେତ ଶତାଧିକ ଅଂଶ ଗ୍ରହଣ କରିଥିଲେ । ସମସ୍ତେ ଏକ ସ୍ଵରରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିଜୟୀ କରିବା ପାଇଁ ଦୃଢ଼ ପରିକର ବୋଲି ଘୋଷଣା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି 

masiha

ବିଜେପି ସଭାପତିଙ୍କ ସହ ଉଜ୍ଜଳା ପ୍ରତିନିଧିଙ୍କ ଆଲୋଚନା

masiha

ରାଜ୍ୟ ସରକାରଙ୍କ ପାପର ହାଣ୍ଡିଫାଟିବ, ଚବିଶ ନିର୍ବାଚନରେ ଧୂଳିସାତ ହେବ ବିଜେଡ଼ି: ଗୌରୀ ଶଙ୍କର

masiha

Leave a Comment

error: Content is protected !!