ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟ ସଭା ସାଂସଦ ମମତାଙ୍କ ବିଜେଡିରୁ ଇସ୍ତଫା ନେଇ ରାଇରଙ୍ଗପୁରରେ ବିଜେଡି ତରଫରୁ ମମତାଙ୍କ କୁଶପୁତ୍ତଳିକା ଦାହ

ରାଜ୍ୟ ସଭା ସାଂସଦ ମମତାଙ୍କ ବିଜେଡିରୁ ଇସ୍ତଫା ନେଇ ରାଇରଙ୍ଗପୁରରେ ବିଜେଡି ତରଫରୁ ମମତାଙ୍କ କୁଶପୁତ୍ତଳିକା ଦାହ

 ମୟୂରଭଞ୍ଜ – ୦୧/୦୮ ( ମସିହା) ବିଜେଡ଼ିରୁ ରାଜ୍ୟସଭା ସାଂସଦ ମମତା ମହାନ୍ତ ବୁଧବାର ଦିନ ବିଜେଡ଼ିର ପ୍ରାଥମିକ ସଭ୍ୟ ଏବଂ ରାଜ୍ୟସଭା ସାଂସଦ ତରଫରୁ ଇସ୍ତଫା ନେଇ ଓଡ଼ିଶା ତଥା ମୟୂରଭଞ୍ଜ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ମମତାଙ୍କ ଅପ୍ରତ୍ୟାଶିତ ଇସ୍ତଫା ନେଇ ବିଜେଡ଼ି ମହଲରେ ତଥା ମୟୂରଭଞ୍ଜରେ ବିଜେଡି ତରଫରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ଅତିତରେ ମମତା ମହାନ୍ତ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା, ଜିଲ୍ଲା ମହିଳା ସଭାନେତ୍ରୀ ଦାୟିତ୍ଵ ନିଭାଇଥିଲେ । ୨/୦୪/୨୦୨୦ ରେ କୁଡୁମୀ ସଂପ୍ରଦାୟକୁ ସନ୍ତୁଷ୍ଟ କରିବା ପାଇଁ ବିଜେଡି ମମତା ମହାନ୍ତଙ୍କ ରାଜ୍ୟସଭା ସାଂସଦ ମୁକୁଟ ପିନ୍ଧାଇଥିଲେ ।ତଦସହ କୁଡୁମୀ ସଂପ୍ରଦାୟ କୁ ଖୁସି କରିବା ପାଇଁ ଦଳ ତରଫରୁ ମୟୂରଭଞ୍ଜ ଜିଲ୍ଲାର ୨୬ ଟି ବ୍ଲକରେ ସଭାଗୃହ ପାଇଁ ୨୫ ଲକ୍ଷ ଟଙ୍କା ପ୍ରଦାନ ଏବଂ ରାଇରଙ୍ଗପୁରରେ ୩୦ ଡିସିମିଲ ଜାଗା ସହ ସଭାଗୃହ ପାଇଁ ୩୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ।ସବୁ ସତ୍ବେ ମମତା ମହାନ୍ତ ନିଜର ବିଶାଳ ସ୍ଵାର୍ଥକୁ ସାକାର କରିବା ପାଇଁ ସେ ଵିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଏହାକୁ ନେଇ ରାଇରଙ୍ଗପୁର ବିଜେଡି ତରଫରୁ ସ୍ଥାନୀୟ ଦୁର୍ଗାମଣ୍ଡପ ନିକଟସ୍ଥ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ବିଜେଡି ତରଫରୁ ମମତା ମହାନ୍ତଙ୍କ କୁଶପୁତ୍ତଳିକା ଦାହ ପ୍ରଦାନ କରିବା ସହ ତାଙ୍କ ବିରୋଧରେ ପ୍ଳାକାର୍ଡ ଲେଖା ସହ ନାରା ଦେଇଥିଲେ । ସେମାନଙ୍କ କହିବାନୁଯାୟୀ ମମତା ମହାନ୍ତ ଜଣେ ସ୍ଵାର୍ଥପର ମହିଳା ।ସେ ଦଳରୁ ସବୁ କିଛି ପାଇଁ ଦଳ ପ୍ରତି କଠୋର ବିଶ୍ବାସଘାତକତା କରିଛନ୍ତି ।କୁସୁମୀ ସଂପ୍ରଦାୟ ତଥା ମୟୂରଭଞ୍ଜବାସୀ ତାଙ୍କୁ କ୍ଷମା ଦେବେ ନାହିଁ ।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ନେତୃବୃନ୍ଦ ସାମିଲ ହୋଇଥିଲେ ।ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଅଭିଷେକ ପଟ୍ଟନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ପଙ୍କଜ ଦାସ, ଗୌରୀଶଙ୍କର ଦତ୍ତ,ବୁଲୁ ପଟ୍ଟନାୟକ,ନୀନା ଦାସ,ରତିକାନ୍ତ ପରୀକ୍ଷା, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ପ୍ରାକ୍ତନ ତିରିଂ ବ୍ଳକ ଅଧ୍ୟକ୍ଷ ବଳଦେବ ହେମ୍ବ୍ରମ, ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା,ପଞ୍ଚୁ ଲୋହାର, ଦିବ୍ୟଜ୍ୟୋତି ଖୁଣ୍ଟିଆ,ଶାଶ୍ଵତ ବଳ,କାଉନସିଲର ଅନୁପ ମହାନ୍ତି,କାଉନସିଲର ସୁକଦେବ ବେହେରା, କାଉନସିଲର ସିତୁ ପାଲ,ଗୁନୁ ମହାନ୍ତଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ ।ଆଗକୁ ଦେଖାଯାଉ ବିଜେପି ମୁହାଁ ଆଉ କେଉଁ ନେତୃବୃନ୍ଦ ଯୋଗାଯୋଗରେ ରହିବା ସହ ସାମିଲ ହେବାକୁ ଯାଉଛନ୍ତି ସମୟ କହିବ !

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ମିଶ୍ରଣ ପର୍ବରେ ଶକ୍ତି ପ୍ରଦର୍ଶନ କଲା ବିଜେପି

masiha

ଚନ୍ଦାହାଣ୍ଡି ରେ ବଜରଙ୍ଗ ଦଳ ଗଠିତ

Sunil Chandra Nayak

ଉପ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳାହାଣ୍ଡି ଯୁବ କଂଗ୍ରେସର ଧାରଣା

Leave a Comment

error: Content is protected !!