ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଓକିଲ ଙ୍କ ଠାରୁ ଲୁଟ ସହ ରାଜପୁର ଗାଁ ରେ ସଶସ୍ତ୍ର ଡକାୟତି

ଓକିଲ ଙ୍କ ଠାରୁ ଲୁଟ ସହ ରାଜପୁର ଗାଁ ରେ ସଶସ୍ତ୍ର ଡକାୟତି

( ଜୁନାଗଡ଼ ରେ ଆଇନ ଶୃଙ୍ଖଲା ବିପର୍ଯ୍ୟସ୍ତ )

ଜୁନାଗଡ଼୧/୮(ମନୀସ) – ଗତ ୨୮ ତାରିକ ସକାଳ ୬ଘଣ୍ଟା ସମୟରେ ଚି଼ଚେଇଗୁଡା ରାସ୍ତା ରେ ଓକିଲ ସୁଦିପ ପୁଝରୀ ଙ୍କୁ ମରଣାସ୍ତ୍ର ଦେଖାଇ ଚାରିଜଣ ଡକାୟତ ୧୬ ହଜାର ଟଙ୍କା ଓ ସୁନା ଚେନ ଲୁଟିବା ଘଟଣା ମନ ରୁ ନ ଯାଉଣୁ ଜୁନାଗଡ଼ ଥାନା ଅନ୍ତର୍ଗତ ରାଜପୁର ଗାଁ ରେ ଗତ କାଲି ବିଳମ୍ବିତ ରାତ୍ରି ରେ ସଶସ୍ତ୍ର ଡକାୟତ ହୋଇଛି l ରାଜପୁର ଗାଁ ର ବ୍ୟବସାୟୀ ବୈଶାନର ନାଏକ ତାଙ୍କ ସ୍ତ୍ରୀ ଓ ତାଙ୍କ ଶାଶୁ ଶୋଇ ଥିବା ବେଳେ ବିଳମ୍ବିତ ରାତ୍ରି ରେ ୧୦ ରୁ ଉର୍ଦ୍ଧ୍ୱ ଡକାୟତ ରାତି ଘର କୁ ପଶି ମାରଣାସ୍ତ୍ର ଦେଖାଇ ଏବଂ ତାଙ୍କ ଶାଶୁ ଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ଓ ୧୪ ଭରି ସୁନା ନେଇ ଯାଇଥିବା ଜଣାପଡିଛି l ଘଟଣା ସ୍ଥଳ ରେ ଚିଲିଗୁଡା ଫାଣ୍ଡି ଅଧିକାରୀ, ଜୁନାଗଡ଼ ଥାନା ଅଧିକାରୀ, ଧର୍ମଗଡ଼ ଏସ ଡି ପି ଓ, ସାଇଣ୍ଟିଫିକ ଟିମ ସହିତ କଳାହାଣ୍ଡି ଏସ ପି ଘଟଣା ର ତଦନ୍ତ କରୁଛନ୍ତି l ଆଇନ ପରିସ୍ଥିତି ନିୟନ୍ତ୍ରଣ କୁ ଆଣିବା ଓ ଡକାୟତ ଙ୍କୁ ତୁରନ୍ତ ଗିରଫ ଦାବୀ ସହ ପେଟ୍ରୋଲିଙ୍ଗ କଡ଼ାକୁଡି କରିବା ପାଇଁ ଓକିଲ ସଂଘ ସଭାପତି କୈଳାଶ ଚୌଧୁରୀ ଙ୍କ ନେତୃତ୍ୱ ରେ ଓକିଲ ସଂଘ ସ୍ଥାନୀୟ ଆଇ ଆଇ ସି ଉଲ୍ଲାସ ରାଉତ ଙ୍କୁ ଭେଟି ଦାବୀ ଜଣାଇଥିଲେ l ପରିସ୍ଥିତି ନିୟଂତ୍ରଣ ନ ହେଲେ ଓକିଲ ସଂଘ ଜିଲ୍ଲା ଏସ ପି ଙ୍କୁ ଭେଟିବା ପାଇଁ ନିଷ୍ପତି ନିଆଯାଇ ଥିବା ଜଣାଇଛନ୍ତି l ଖୁବ ଶୀଘ୍ର ଡକାୟତ ଙ୍କୁ ଧରାଯିବ ବୋଲି ଥାନାଧିକାରୀ ଶ୍ରୀ ରାଉତ ଜଣାଇଛନ୍ତି l ସେହିପରି ଚିଲିଗୁଡା ଫାଣ୍ଡି କୁ ଏକ ଗାଡି ଓ ଷ୍ଟାଫ ଦେବା ପାଇଁ ଅଂଚଳବାସି ଏସ ପି ଙ୍କୁ ଅନୁରୋଧ କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ଡାବାରେ ପୋଲିସ ଚଢ଼ାଉ… ୧୨୯ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

masiha

ବିପୁଳ ପରିମାଣର ଦେଶୀ ମଦ ସହିତ ୦୩ ବାଇକ ଜବତ, ୦୩ ଗିରଫ 

masiha

ବାଲିଛାଇ ରେ ଜୁଆ ଚଢ଼ାଉ ୦୮ ଗିରଫ

Sunil Chandra Nayak

Leave a Comment

error: Content is protected !!