ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ଦ୍ୱାରା ବସ ଚଳାଚଳ ପାଇଁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ଦ୍ୱାରା ବସ ଚଳାଚଳ ପାଇଁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର:(୧|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ସଦର ମହକୁମା ସୀମାନ୍ତବର୍ତ୍ତି ନନ୍ଦାହାଣ୍ଡି ବ୍ଲକ ଅଞ୍ଚଳରେ ଗମନାଗମନ ସୁବିଧା ପାଇଁ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ଦାବି କରିଛି। ଏହି ସଂକ୍ରାନ୍ତରେ ଆଜି ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀଙ୍କ ନେତୃତ୍ୱରେ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ର ଙ୍କ ମାଧ୍ୟମରେ ରାଜ୍ୟ ପରିବହନ କମିସନର, ଆଞ୍ଚଳିକ ପରିବହନ ଅଧିକାରୀ ଓ ଜନପ୍ରତିନିଧିଙ୍କ ଉଦ୍ଦ୍ୟେଶରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଦାବି ପତ୍ରରେ ନବରଙ୍ଗପୁର ସହର ଠାରୁ ଅନତି ଦୂରରେ ଥିବା କଲେଜ, ଜିଏନଏମ କଲେଜ, ଜିଲ୍ଲା କୃଷି କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ମେଡିକାଲ, ନବରଙ୍ଗପୁର ଜିଲ୍ଲା କୋର୍ଟ, ସରସ୍ବତୀ ବିଦ୍ୟା ମନ୍ଦିର, ଜିଲ୍ଲା ଉଦ୍ୟାନ ବିଭାଗ ମୁଖ୍ୟାଳୟ, ଡି ଆଇ ଇ ଟି ପାଇଁ ଲୋକେ ଦୂର ଦୂରାନ୍ତରୁ ଆସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସମ୍ପର୍କରେ ଉଲ୍ଲେଖ କରାଯାଇଛି l ଏଣୁ ଏହି ସମସ୍ୟାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ଦ୍ୱାରା ସଂପୃକ୍ତ ଅଞ୍ଚଳରେ ବସ୍ ସେବା ଯୋଗାଇ ଦେବା ପାଇଁ ଦାବୀ ଉପସ୍ଥାପନ କରାଯାଇଛି l ନବରଙ୍ଗପୁର ଜିଲ୍ଲାପାଳ ଏହି ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଆଗାମୀ ଦିନରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ  

Sunil Chandra Nayak

ଖବର ପ୍ରକାଶିତ ପରେ ଆରମ୍ଭ ହେଲା ଡେଙ୍ଗାଗୁଡା ରାସ୍ତା ମରାମତି କାର୍ଯ୍ୟ

Sunil Chandra Nayak

ମାଟିଗାଁ ,ବାଣିଜରା, ଓ ବଳଦିଆମାଲ ରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲି ଉଦ୍ଘାଟିତ 

Sunil Chandra Nayak

Leave a Comment

error: Content is protected !!