ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ଼ ଏନ. ଏ. ସି. ରେ ଚେୟାରମ୍ୟାନ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ, ଦାଇତ୍ବ ରେ ଥିବା ଅତିରିକ୍ତ ଜିଲ୍ଲାପାଳ ନ ଆସିବାରୁ ସ୍ଥଗିତ

ଜୁନାଗଡ଼ ଏନ. ଏ. ସି. ରେ ଚେୟାରମ୍ୟାନ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ, ଦାଇତ୍ବ ରେ ଥିବା ଅତିରିକ୍ତ ଜିଲ୍ଲାପାଳ ନ ଆସିବାରୁ ସ୍ଥଗିତ

ଜୁନାଗଡ଼,୧/୮ ( ମ ନି ସ) କଳାହାଣ୍ଡି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ତଥା ଅନାସ୍ଥା ପ୍ରସ୍ତାବ ପରିଚାଳନା ଦାୟିତ୍ୱ ରେ ଥିବା ପ୍ରଶାସନିକ ଅଧିକାରୀ ଙ୍କ ଦେହ ଅସୁସ୍ଥ ଯୋଗୁଁ ଜୁନାଗଡ଼ ଏନ ଏ ସି ଅଧ୍ୟକ୍ଷଙ୍କ ବିରୋଧରେ ଆଜି ହେବାକ ଥିବା ଅନାସ୍ଥା ପ୍ରସ୍ତାବ ଭୋଟ ଗ୍ରହଣ ସ୍ଥଗିତ ରହିଛି। ସୂଚନାଯୋଗ୍ୟ ଜୁନାଗଡ଼ ଏନ ଏ ସି ରେ ୧୦ ଜଣ ବିଜେଡ଼ି କାଉନସିଲର ଥିବାବେଳେ ୨ ଜଣ ବିଜେପି କାଉନସିଲର ଅଛନ୍ତି। କିନ୍ତୁ ଚେୟାରମ୍ୟାନ ପୋଷ୍ଟ ପାଇଁ ଡାଇରେକ୍ଟ ନିର୍ବାଚନ ହୋଇଥିଲା ଏଥିରେ ବିଜେପି ର ମୁକେଶ ଅଗ୍ରୱାଲ ବିଜୟୀ ହୋଇଥିଲେ ଓ ଏନ ଏ ସି ଅଧ୍ୟକ୍ଷ ପଦ ହାତେଇ ଥିଲେ। ହେଲେ ଚେୟାରମ୍ୟାନ ମୁକେଶ ଅଗ୍ରୱାଲ ମନୋମୁଖୀ କାର୍ଯ୍ୟ କରୁଥିବା ଓ କାଉନସିଲର ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଦର୍ଶାଇ ଓଡ଼ିଶା ମ୍ୟୁନିସିପାଲ ଆକ୍ଟ (୫୪) ( କ) ଅନୁଯାୟୀ ଏହିକ୍ରମରେ ଜୁନାଗଡ଼ ଏନ ଏ ସି ର ଉପାଧ୍ୟକ୍ଷା ହିମାଦ୍ରୀ ନାଏକଙ୍କ ନେତୂତ୍ବରେ ଆଉ ୯ ଜଣ ବିଜେଡ଼ି କାଉନସିଲର ଅଧ୍ୟକ୍ଷ ଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ। ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟ ଚିଠି ନଂ ୧୩୨୭/ ତା.୨୫.୦୭.୨୪ ରିଖରେ ସବ୍ ସେକ୍ସନ (୨) (ସି) ଅଫ୍ ସେକ୍ସନ (୫୪) ଓଡ଼ିଶା ମ୍ୟୁନିସିପାଲ ଆକ୍ଟ ଅନୁସାରେ ଅଗଷ୍ଟ ୧ ତାରିଖରେ ଅନାସ୍ଥା ପ୍ରସ୍ତାବ ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ଅସମର୍ଥିତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏନ୍ ଏ ସି ଚେୟାରମେନ ଶ୍ରୀ ଅଗ୍ରୱାଲ ଏହା ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ପରେ ଜିଲ୍ଲାପାଳ ଆଜି ଭୋଟ ଗ୍ରହଣ ପାଇଁ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କୁ ଦାୟିତ୍ବ ଦେଇଥିଲେ। ଜୁନାଗଡ଼ ଏନ. ଏ. ସି ଓ ପ୍ରଶାସନ ତରଫରୁ ମଧ୍ୟ ଭୋଟିଂ ପାଇଁ ଆଜି ସକାଳ ୧୦ ଘଣ୍ଟା ସମୟରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା ଆଇନ ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ ସହ ମାଜିଷ୍ଟ୍ରେଟ ଦାୟିତ୍ବ ରେ ଜୁନାଗଡ଼ ତହସିଲଦାର ସୁର୍ମି ସୋରେନ ଉପସ୍ଥିତ ଥିଲେ l ହେଲେ ଜିଲ୍ଲା ପ୍ରଶାସନ ତରଫରୁ ଜୁନାଗଡ଼ ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ ଙ୍କୁ ଫୋନ ଆସିବା ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାତ୍ରଙ୍କ ଦେହ ଅସୁସ୍ଥ ହେବାରୁ ଆଜି ଅନାସ୍ଥା ପ୍ରସ୍ତାବ ଭୋଟ ଗ୍ରହଣ କରାଯାଇପାରି ନାହିଁ ବୋଲି ପ୍ରକାଶ କରାଯାଇଥିଲା l ଏହା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଉପାଧ୍ୟକ୍ଷl ଏବଂ ଅନ୍ୟ କାଉନସିଲର ମାନଙ୍କୁ ଜଣେଇ ବା ସହ ଜିଲ୍ଲାପାଳ ଅନ୍ୟ ଏକ ତାରିଖ ଧାର୍ଯ୍ୟ କଲେ ଅନାସ୍ଥା ପ୍ରସ୍ତାବ ଭୋଟ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମ୍ଭାବ୍ୟ ତାଲିକାକୁ ନେଇ ବିଜେପିର ବିକ୍ଷୋଭ

Sunil Chandra Nayak

ଫୁଲବାଣୀ ରେ ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି ଅବସରରେ ବହୁ ଆଡ଼ମ୍ବରରେ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ପବିତ୍ର ଦଶହରା ଉପଲକ୍ଷେ ବିଜେପି ନେତାଙ୍କ ବନ୍ଧୁ ମିଳନ

masiha

Leave a Comment

error: Content is protected !!