ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ ଦୁର୍ଘଟଣା, ଯୁବକ ମୃତ

ମୋଟରସାଇକେଲ ଦୁର୍ଘଟଣା, ଯୁବକ ମୃତ 

ଡାବୁଗାଁ, ୧/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ର ଶିଂସାରି ଫାଣ୍ଡି ଅଧୀନ ଦନ୍ଧିବେଢା ଗ୍ରାମର ଜଣେ ଯୁବକ ମୋଟାରସାଇକେଲ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନେଇ ଗୁରୁବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ୨୯.୭.୨୪ ତାରିଖ ଦିନ ଅପରାହ୍ନ ୩ ଘ. ସମୟରେ ଶିଂସାରି ଫାଣ୍ଡି ଅଧୀନ ଦନ୍ଧିବେଢା ଗ୍ରାମର ସନସିଂ ଭତ୍ରା (୨୮) ନିଜ ମୋଟାରସାଇକେଲ ନଂ ଓଡି ୨୪-୨୨୧୯ ଯୋଗେ ଘରୁ ଶିଂସାରି ଯାଉଥିଲା | ରାସ୍ତାରେ ଭାରସାମ୍ୟ ଭାରସାମ୍ୟ ହରାଇ ରାସ୍ତା କଡକୁ ପଡି ଯାଇ ଆହତ ହୋଇଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା | ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଜିଥିଲା | ସେଠାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ଗୁରୁବାର ସକାଳୁ ସନସିଂ ଙ୍କ ମୃତ୍ୟୁ ଘଟିଥିଲା | ଏନେଇ ମୃତକ ର ବାପା ପରଶୁରାମ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୪୬/୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଶିଂସାରି ଫାଣ୍ଡି ଅଧିକାରୀ ହରିହର ଭତ୍ରା ଉକ୍ତ ଘଟଣାର ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଟ୍ରକକୁ ପଛପଟୁ ପିଟିଲା ବାଇକ;ଜଣେ ମୃତ ଜଣେ ଗୁରୁତର 

୨୪ ଘଣ୍ଟାରେ ସରକାରୀ ଜମିର ମାଲିକାନା ବଦଳିନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବିକଲେ ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ତନ୍ତୀ…

Sunil Chandra Nayak

ଟେମରା ପଂଚାୟତରେ କଳାହାଣ୍ଡି ଉତ୍ସଵ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!