ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରୀଛାତ୍ର ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରୀଛାତ୍ର ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

ଡାବୁଗାଁ, ୧/୮(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଭୈରବ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସଭାଗୃହରେ ଚଳିତ ଶିକ୍ଷା ବର୍ଷରେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ନୂତନ ଭାବେ ନାମ ଲେଖାଇଥିବା ନୂତନ ଛାତ୍ରୀଛାତ୍ର ମାନଙ୍କୁ ଏକ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା l ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ ପରେ ଅଧ୍ୟକ୍ଷ ଶ୍ରୀ ନାହାକ ତାଙ୍କ ସ୍ଵରଚିତ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ l ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ ମାନଙ୍କ ଦ୍ଵାରା ଚଳିତ ଶିକ୍ଷା ବର୍ଷ ନିମନ୍ତେ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ନିୟମ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ l ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୮୮୦୯/୨୯|୭|୨୦୦୪ ରେ ସୂଚୀତ ସମସ୍ତ ବିଷୟ ଉପରେ ଛାତ୍ରୀଛାତ୍ର ମାନଙ୍କୁ ମାର୍ଗ ଦର୍ଶନ ଦିଆଯାଇଥିଲା l କର୍ମ କର, ଫଳ ଆଶା ନ ରଖି ଆଗେଇ ଚାଲ, ୟୁନିଫର୍ମ ପିନ୍ଧି ବିଦ୍ୟାଳୟ କୁ ସଠିକ ସମୟରେ ଆସିବା, କୌଣସି ଝିଅ କୁ କମେଟ ମାର ନାହିଁ, ନିଜ ଭଉଣୀ ପରି ବ୍ୟବହାର କର ଇତ୍ୟାଦି ଛାତ୍ରୀଛାତ୍ର ମାନଙ୍କୁ ଉପଦେଶ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗ ଅଧ୍ୟାପିକା ପ୍ରତିକ୍ଷା ପ୍ରିୟଦର୍ଶନୀ ସ୍ଵାଇଁ, ଖୁଲଣାବତୀ ପୂଜାରୀ, ରଶ୍ମିତା ପାଢୀ, ଅଧ୍ୟାପକ ସନ୍ତୋଷ କୁମାର ସିଂ ଲାଲ, ଶିବ ପ୍ରସାଦ ସାହୁ, ନବୀନ କୁମାର ନାଗେଶ, ସରୋଜ କୁମାର ବୋଡକିଆ, ଲିପୁ ଚନ୍ଦ୍ର ମାଝୀ, ପଦମ ଭତ୍ରl ଓ କର୍ମଚାରୀ, ଛାତ୍ରୀ ଛାତ୍ର ମାନେ ଉପସ୍ଥିତ ଥିଲେ | ଶେଷରେ ଅଧ୍ୟାପକ ଶ୍ରୀ ବୋଡକିଆ ଧନ୍ୟବାଦ ଅର୍ପଣ କରିବା ପରେ ଅଧ୍ୟକ୍ଷ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସମାପନ ହୋଇଥିଲା l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲା ନେଇ ରାଜ୍ୟ ବିଜେଡ଼ି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ରାଇରଙ୍ଗପୁର ଗସ୍ତ ; ପିଡିତା ପରିବାରଙ୍କୁ ସାକ୍ଷାତ୍ ଏବଂ ଏସପିଙ୍କ ସହ ଆଲୋଚନା

Sunil Chandra Nayak

ସେବା ଓ ତ୍ୟାଗ ମଣିଷକୁ ଶ୍ରେଷ୍ଠ କରେ, କାଳୀକୃଷ୍ଣ ସଂଘର ସଂକଳ୍ପ ଦିବସ ପାଳିତ 

Sunil Chandra Nayak

କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର 

masiha

Leave a Comment

error: Content is protected !!