ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଆମରଣ ଅନଶନ ତୃତୀୟ ଦିନରେ ,ସମର୍ଥନ ଦେଇ ଧାରଣାରେ ବସିଲେ ପୂର୍ବତନ ସାଂସଦ ଅର୍କକେଶରୀ

ଜୁନାଗଡ଼,୧୧/୩(ମ ନି ସ) ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ମାନ୍ୟତା ଓ ମେଡ଼ିସିନ ଓ ସୁର୍ଜରୀ ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି ଦାବୀନେଇ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ସ୍ଥାନୀୟ ଡାକ୍ତର ଖାନା ସମ୍ବୁଖରେ ଆମରଣ ଅନଶନ ତୃତୀୟ ଦିନରେ ପହଁଚିଛି। ଏହାକୁ ସମର୍ଥନ ଜଣାଇ ଧାରଣାରେ ବସିଲେ ପୂର୍ବତନ ସାଂସଦ ଅର୍କକେଶରୀ ଦେଓ। ଅନ୍ୟପକ୍ଷରେ କୌଣସି ଜନପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ନ ରହିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଏପଟେ ଅନସନକୁ ସମର୍ଥନ ଜଣାଇ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହେଉଥିବା ବୃଦ୍ଧି ପାଉଛି।ଏପଟେ ଆମରଣ ଅନସନରେ ବସିଥିବା ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫର ପୂର୍ବତନ ବ୍ଲକ ଅଧକ୍ଷ୍ୟ ରଶ୍ମିରଞ୍ଜନ ନାୟକଙ୍କ ଏବଂ ପ୍ରଭାତ ଦାସ ଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡିବାରେ ଲାଗିଛି।ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଡାକ୍ତର ଆସି ପରୀକ୍ଷା କରି ଥିବାବେଳେ ଗତ ରାତ୍ରିରେ ବର୍ଷା ଯୋଗୁଁ ବାରଣ୍ଡାରେ ଆଶ୍ରୟ ନେଇଥିଲେ। ପ୍ରକାଶ ଯେ ଏହି ଡାକ୍ତର ଖାନା ସମ୍ବୁଖରେ ଗୁରବାର ପୂର୍ବାହ୍ନରୁ ଆମରଣ ଅନଶନ ଜାରି ରହିଛି। ।ଏଣୁ ଏହି ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ଉନ୍ନିତକରିବା ସହ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡ଼ିସିନ, ଓ ସର୍ଜରୀ,ଆନେସ୍ଥେସିୟା ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି କରିବା ପାଇଁ ଦାବୀ କରାଯାଇଛି। ଏହାକୁ ପୂର୍ଣ ସମର୍ଥନ କରି ବିଭିନ୍ନ ସଂଗଠନର କର୍ମକର୍ତ୍ତା ଧାରଣାରେ ସାମିଲ ହୋଇଥିଲେ।ସେଥିମଧ୍ୟରୁ ଅଲଓଡ଼ିଶା ସିଡୁଲକାଷ୍ଟ ଫେଡରେସନ ରୁ ଯତୀନ୍ଦ୍ର କର, ନାଗରିକ କମିଟି ରୁ ଅଶୋକ ପାତ୍ର, ବରିଷ୍ଠ ନାଗରିକ ଈଶ୍ୱର ପୂଝାରୀ,ଯୁଗଳ ନାଏକ,କଂଗ୍ରେସ ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ନିଆଳ , ଗୋପବନ୍ଧୁ ସେବାସଂସ୍ଥାର ରମେଶ ନାୟକ, ସାମ୍ବାଦିକ ସଂଘରୁ ,ହିମାଂଶୁ ବରାଡ଼, ନରେନ୍ଦ୍ର କ୍ଷୀତୀ, ସନ୍ତୋଷ ସିଂହଦେଓ, ରବି ସୁନାନୀ, ଉତ୍ତମ ଦାସ, ଉଗ୍ରେସନ କନ୍ଦପାନ ,ବିଭୁପ୍ରସାଦ ପାଢ଼ୀ ,ସ୍ବେଚ୍ଛାସେବୀ ବିଶ୍ୱନାଥ କର ଏବଂ,ସଂଗ୍ରାମୀ ନେତା କୁବଳେଶ୍ୱର ପାଣିଗ୍ରାହୀ, ଅନୀଲ ପଣ୍ଡା ,, ସିପିଆଇ ରୁ ଦାମୋଦର ବେହେରା, ଶ୍ରମିକ ସଂଗଠନ ରୁ ବିରଞ୍ଚି ପଣ୍ଡା,ନିର୍ମଳ ମହାନ୍ତି ,ବେଦପ୍ରକାଶ ଗୋଏଲ, ଯୁଧିଷ୍ଠିର ଦଣ୍ଡସେନା, ଏବଂ ଅନେକ ସଂଗଠର କର୍ମକର୍ତ୍ତା ସମର୍ଥନ ଜଣାଇ ପ୍ରତିଦିନ ସାମିଲ ହୋଇଛନ୍ତି। ଏହିସବୁ ଦାବୀ ପୂରଣ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟସଚିବ,ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ,ସ୍ୱାସ୍ଥ୍ୟ ସଚିବ ,କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସ୍ଥାନୀୟ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଟୁଇଟ କରି ଦାବୀ କରିଛନ୍ତି।।ଏହିସବୁ ଦାବୀ ପୂରଣ ନହେବା ପର୍ଯନ୍ତ ଏହି ଅନଶନ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଜାରି ରହିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚରମ ଚେତାବନୀ ଦିଆଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦର ୧୪ଟି ଦାବି ରୁ, ୩ପୂରଣ କରିବେ ୫ଟି ସଚିବ

Sunil Chandra Nayak

ଦୈନିକ ଅପରାହ୍ନ ର ବାର୍ଷିକୋତ୍ସବ ୨୦୨୫ ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ ଓ କବିତା କୁମ୍ଭପର୍ବ, ପୁସ୍ତକ ଉନ୍ମୋଚନ ଓ ସୃଜନଶ୍ରୀ ସମ୍ମାନ ପ୍ରଦାନ ଉତ୍ସବ  କୁଞ୍ଜବିହାରୀ ରାଉତ ଙ୍କୁ ସୃଜନଶ୍ରୀ ସମ୍ମାନ …..

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!