ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହଣ କମିଟି ବୈଠକ ଅନୁଷ୍ଠିତ , ରବି ଧାନ ସଂଗ୍ରହ ଆସନ୍ତା ମେ ମାସ ୨୦ ତାରିଖ ରୁ

ଭବାନୀପାଟଣା ତା ୧୮.୪.୨୦୨୩:ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ରବିଧାନ ସଂଗ୍ରହଣ କମିଟି ବୈଠକ ଅନଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ,ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର,ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରି ,ଲୋକସଭା ସାଂସଦ ପ୍ରତିନିଧି ଶ୍ରୀ ହିମାଂଶୁ ପଣ୍ଡା ,ସଦର ବିଧାୟକ ପ୍ରତିନିଧି ଶ୍ରୀ ମନୋଜ ସାହୁ,ଉପ ଜିଲ୍ଲାପାଳ,ଧର୍ମଗଡ ଶ୍ରୀ ବେଦ ଭୂଷଣ,ଉପ ଜିଲ୍ଲାପାଳ,ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସି ଏସ ଓ, କଳାହାଣ୍ଡି ପବିତ୍ର ସାହୁ ଏଜେଣ୍ଡା ଅନୁଯାୟୀ ରବି ଧାନ ସଂଗ୍ରହ ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ବିବରଣୀ ପାଠ କରିଥିଲେ।

ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ମଣ୍ଡିର ସୁବ୍ୟବସ୍ଥା,ଚାଷୀ ମାନଙ୍କ ଧାନ ସରକାରୀ ମୂଲ୍ୟ ରେ ବିକ୍ରୀ,ଅଧିକାରୀଙ୍କ ଦାୟିତ୍ଵ,ମିଲର ମାନଙ୍କ ଶୀଘ୍ର ଧାନ ଉଠାଣ ସହ ଜନ ପ୍ରତିନିଧି ଙ୍କ ସହଯୋଗ ଉପରେ କହି ସମସ୍ତଙ୍କୁ ସ୍ବାଗତ କରିଥିଲେ। ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ ଚଳିତ ଖରିଫ ଋତୁ ରେ ଧାନ ସଂଗ୍ରହ ସୁରୁଖୁରୁରେ ହୋଇଥିଲା ସେଭଳି ରବି ଋତୁ ରେ ମଧ୍ୟ ଅଧିକ ଦାୟିତ୍ୱବାନ୍ ହୋଇ ଚାଷୀଙ୍କୁ ସହଯୋଗ କରିବାକୁ ସଂପୃକ୍ତ ବିଭଗୀୟ ଅଧିକାରୀଙ୍କୁ କହିଥିଲେ।ଜୁନାଗଡ଼ ବିଧାୟକ କ୍ୟାପଟେନ ମିଶ୍ର ରାଜ୍ୟରେ ଯଦି କୌଣସି ଜିଲ୍ଲା ର ଧାନ ଉତ୍ପାଦନ ରେ ଆଖିଦୃଶିଆ ରୂପାନ୍ତରିତ ହୋଇଛି ତାହା ଆମ ଜିଲ୍ଲା କଳାହାଣ୍ଡି କେବଳ ଧାନ ନୁହେଁ,ମସ୍ୟ,କପା,ଡାଲି ଜାତୀୟ ଶସ୍ୟ ରେ ଜିଲ୍ଲା ଅଗ୍ରଣୀ ହୋଇଛି ଏବଂ ଏହା ଜିଲ୍ଲାପାଳଙ୍କ ଉଦ୍ୟମ,ଚାଷୀର ଅକ୍ଲାନ୍ତ ପରିଶ୍ରମ,ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ, ମିଲର ମାନଙ୍କ ସହଯୋଗ ଓ ଜନ ପ୍ରତିନିଧିଙ୍କ ଘନ ଘନ ମଣ୍ଡି ଗସ୍ତ ଯୋଗୁଁ ସମ୍ଭବ ହୋଇଛି। ତଳଯାରିଂ ରେ ସ୍ଥାପିତ ହେବାକୁ ଥିବା ଇଥାନଲ ପ୍ରକଳ୍ପ ର ଉଲ୍ଲେଖ କରି କ୍ୟାପଟେନ ମିଶ୍ର ଏହି ପ୍ରକଳ୍ପ ଚାଷୀ ଙ୍କ ଭାଗ୍ୟ ପରିବର୍ତ୍ତନ କରିବା ସଙ୍ଗେ ସଙ୍ଗେ ରାହୁଲ, ରେତ୍ତ ଓ ସାନ୍ଦୂଲ୍ ପ୍ରକଳ୍ପ ହେଲେ ଅନେକ ଚାଷୀ ଓ ମିଲର ଏହାଦ୍ବାରା ଉପକୃତ ହେବେ ବୋଲି କହିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ସମଗ୍ର ଜିଲ୍ଲାରେ ମଣ୍ଡିମାନଙ୍କ ସୁବ୍ୟବସ୍ଥା ,ଧାନ ଉଠାଣ,ଚାଷୀ ମାନଙ୍କ ପ୍ରାପ୍ୟ ଉପରେ ଗୁରୁତ୍ବ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଦେବାକୁ କହିଥିଲେ।ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ଗିରିଶ ଚନ୍ଦ୍ର ବେହେରା ମିଲର ମାନେ ମନ୍ଦିରରେ ଠିକ୍ ସମୟରେ ଗନି ବ୍ୟାଗ୍ ଦେବାରେ ଅବହେଳା କରୁଛନ୍ତି ଯଦ୍ୱାରା ଚାଷୀ ହଇରାଣ ହେଉଛି ଏହା ଉପରେ ଧ୍ୟାନ ଦେବାକୁ ମିଲର ସଭାପତିଙ୍କୁ କହିଥିଲେ।

ସୂଚନା ଅନୁସାରେ ୨୦୨୨୨-୨୩ ଖରିଫ ଋତୁ ରେ ୫୬୦୦୭୮.୧୪ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିଲା ଏବଂ ଏଥିରେ ମୋଟ ୭୮ ଜଣ ମିଲର ଅଂଶ ଗ୍ରହଣ କରିଥିଲେ।ଚଳିତ ରବି ଋତୁରେ ୩୮୪୦୮ ଜଣ ଚାଷୀ ପଞ୍ଜୀକୃତ ସହ ୩୯୧୬୯ ହେକ୍ଟର ଜମିରେ ରବି ଧାନ କରାଯାଇଛି ଏବଂ ୧୬୯୦୬୯.୩୦ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ର ଲକ୍ଷ୍ୟ ରଖାଯାଇଛି। ରବି ଋତୁ ପାଇଁ ଜିଲ୍ଲାରେ ୬୫ ଟି ପେକ୍ସ୍,୩୮ ଟି ଧାନ ସଂଗ୍ରହ କେନ୍ଦ୍ର ଏବଂ ୨୨ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମୋଟ ୧୨୫ ଟି ଧାନ କ୍ରୟ କେନ୍ଦ୍ର ଦ୍ଵାରା ଧାନ ସଂଗ୍ରହ କରାଯିବ ପାଇଁ ନିଷ୍ପତି ନିଆଯାଇଛି।ଏହି କେନ୍ଦ୍ର ସପ୍ତାହ ର ପ୍ରତ୍ୟେକ ଦିନ ଏବଂ ସକାଳ ୭.୦୦ ଘରୁ ଦିବା ୧୨.୦୦ ଘ ପର୍ଯ୍ୟନ୍ତ ଖୋଲାଯିବ।ଚାଷୀମାନେ ଟୋକନ୍ ତାରିଖ ଅନୁସାରେ ମଣ୍ଡିକୁ ଧାନ ଆଣିବେ।ଜିଲ୍ଲାରେ ଭବାନୀପାଟଣା ଉପଖଣ୍ଡରେ ଆସନ୍ତା ୨୦.୫.୨୦୨୩ ଏବଂ ଧର୍ମଗଡ ଉପଖଣ୍ଡରେ ଆସନ୍ତା ୨୨.୫.୨୦୨୩ ତାରିଖରେ ରବି ଧାନ ସଂଗ୍ରହ ଆରମ୍ଭ ହେବ। ବୈଠକରେ ମଣ୍ଡିମାନଙ୍କରେ ଟାରପୋଲିନ୍ ,ପିଇବା ପାଣି,ବିଦ୍ୟୁତର ସୁବ୍ୟବସ୍ଥା ସହ ସଂଯୁକ୍ତ ହୋଇଥିବା ମିଲର ମାନେ ଯେଭଳି ଶିଘ୍ର ଧାନ ଉଠାଇବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଉପସ୍ଥିତ ବିଧାୟକ ଗଣ କହିଥିଲେ। ଚାଷୀ ପ୍ରତିନିଧି ଶ୍ରୀ ଦିଲ୍ଲୀପ ପ୍ରହରାଜ ଏବଂ ପ୍ରଶାନ୍ତ ପାଟ୍ଟଯୋଶୀ ଚାଷୀ ମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା କୁ ଗୃହରେ ଉପସ୍ଥାପିତ କରିଥିଲେ ଓ ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।ବୈଠକରେ ସମବାୟ ବିଭାଗ,ଯୋଗାଣ ବିଭାଗ,ଜଳ ସେଚନ, ଉଠା ଜଳସେଚନ,କୃଷି ବିଭାଗ,ମିଶନ ଶକ୍ତି, ଆର ଏମ ସି, ଏଫ୍ ସି ଆଇ ର ଅଧିକାରୀ,ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନିମିନାରେ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର କଲେ ବିଧାୟକ ସରୋଜ ପାଢ଼ୀ

Sunil Chandra Nayak

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳର ଶାଖା ସ୍ତରୀୟ କର୍ମଶାଳା -୨୦୨୬ ଅନୁଷ୍ଠିତ  ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର 

Sunil Chandra Nayak

ଵିଜାତଳା ନୋଡାଲ ସ୍କୁଲରେ ବିଦାୟକାଳୀନ ସଭା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!