ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁଗାଁ ଭେଙ୍କେଟଶ୍ଵର ସ୍କୁଲ ର ଜନ୍ମବାର୍ଷିକୀ ପାଳିତ

ବାଲୁଗାଁ:- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ନିକଟରେ ଥିବା ଭେଙ୍କେଟଶ୍ଵର ଇଂରାଜୀ ମିଡିଅମ ସ୍କୁଲ ଠାରେ । ତାହାର ୧୪ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ରଞ୍ଜିତ ପ୍ରଧାନ ଙ୍କ ସଭାପତିତ୍ବରେ ଏକ ସଭା କାର୍ଯ୍ୟର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜୟଣ୍ଟ ଡାଇରେକ୍ଟର ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡଃ ଦେବେନ୍ଦ୍ର ନାଥ ମାନସିଂହ, ସମ୍ମାନୀତ ଅତିଥି ଭାବେ ଚିଲିକା ବିଇଓ ନଳିନୀକାନ୍ତ ମହାନ୍ତି, ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ,ମୂରଲୀଧର ସାମନ୍ତସିଂହାର , ବିଦ୍ୟାଳୟ ସମ୍ପାଦକ ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇ ଶିକ୍ଷା ଓ ସଂସ୍କୃତି ସମ୍ପର୍କରେ ମତାମତ ଦେବାସହ । ଛାତ୍ରଛାତ୍ରୀମାନଙ୍କର ଭାଗ୍ୟ ଓ ଭବିଷ୍ୟତ ଶିକ୍ଷକ ମାନଙ୍କ ଉପରେ ନିର୍ଭୟ କରିଥାଏ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସଭା ଶେଷରେ ବିଦ୍ୟାଳୟର ପ୍ରୀନିସପାଲ । ରାମଚନ୍ଦ୍ର ଶାସମଲ ଧନ୍ୟବାଦ ଅର୍ପଣ କରିଥିଲେ ।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କୁ ନବ ବର୍ଷ ଶୁଭେଚ୍ଛା ସହ ଦାବୀ ପତ୍ର ଦେଲେ ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଗଣ ପରିଷଦ 

Sunil Chandra Nayak

ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

masiha

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

masiha

Leave a Comment

error: Content is protected !!