ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ନିର୍ମାଣ କାର୍ଯ୍ୟ ସମୀକ୍ଷା , ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ 

ଢେଙ୍କାନାଳ, ଡା. ୧୯.୦୪.୨୦୨୩ – ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜାତୀୟ ରାଜପଥ ଓ ବାଇପାସରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଗମନାଗମନ ପାଇଁ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖୁ, ରାସ୍ତା ଅବରୋଧ କରିଥିବା ଜବରଦଖଲକୁ ଉଚ୍ଛେଦ କରିବାକୁ ସେ ପୌର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତାର ପ୍ରଶସ୍ତି କରଣ, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ବିଭିନ୍ନ ଜନଗହଳି ଛକରେ ଏକ ପ୍ରକାରର ଟ୍ରାଫିକ ପୋଷ୍ଟର ବ୍ୟବସ୍ଥା କରିବା, ଅନାବଶ୍ୟକ ଓ ଅବୈଧ ଭାବେ ଲାଗିଥୁବା ହୋର୍ଡିଂ ହଟାଇବା, ରାସ୍ତା ପାର୍ଶ୍ବରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରର ସ୍ଥାନାନ୍ତରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ବିଭାଗୀୟ ଅଧିକାରୀମାନେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି । 

ଢେଙ୍କାନାଳ ଜିଲ୍ଲାରେ ନିର୍ମାଣଧୀନ ଜାତୀୟ ରାଜପଥରେ ଥିବା ଖାଲ ଖମାକୁ ଆସନ୍ତା ଦୁଇ ଦିନ ମଧ୍ୟରେ ମରାମତି କରିବାକୁ ବିଦ୍ୟ।ଳୟ ସମ୍ମୁଖରେ ଆବଶ୍ୟକ ସାଇନେଜ ଲଗାଇବାକୁ, ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାକୁ ପ୍ରଶସ୍ଥ ଓ ନିରାପଦ କରିବାକୁ, ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଜଗୁଆଳର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ ପ୍ରାଧ୍ଵକରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି । 

ରାସ୍ତା କାର୍ଯ୍ୟ ଅନୁଧ୍ୟାନ ସମୟରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ରମେଶ ଚନ୍ଦ୍ର ସେଠି ( ସାଧାରଣ ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳଙ୍କ ସମେତ ଜାତୀୟ ରାଜପଥ ପ୍ରାଧୂରଣର ପ୍ରକଳ୍ପ ନିର୍ଦ୍ଦେଶକ, ପୌର ନିର୍ବାହୀ ଅଧୁରୀ, ପୂର୍ତ୍ତ ବିଭାଗର ଅଧ୍ୟକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଥୁଆମୂଳ ରାମପୁର କୃଷି ବିଭାଗ ପକ୍ଷରୁ ପୋଖରା ଗ୍ରାମରେ ଅକ୍ଷୀ ମୁଠି ଅନୁକୂଳ ପୂଜା

Sunil Chandra Nayak

ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଭିନ୍ନ ପ୍ରତିଯୋଗିତା

ସତନ୍ତ୍ର ଉନ୍ନୟନ ପରିଷଦ ବ୍ଲକ ସ୍ତରିୟ ଖେଳ ପ୍ରତିଯୋଗିତା

masiha

Leave a Comment

error: Content is protected !!