ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରିକ ସମାଜର ସାମ୍ବିଧାନିକ ସାଧାରଣ ସଭା

ନର୍ଲା (ମନିସ)ଭବାନୀପାଟଣା ଆରଣ୍ୟକ ବାରିକ(ଭଣ୍ଡାରି) ସମାଜର ସାମ୍ବିଧାନିକ ସାଧାରଣ ସଭା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଶ୍ରୀ ଭଗବାନ୍ ବାରିକଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ କଳାହାଣ୍ଡି ଜିଲ୍ଲାର ସମସ୍ତ ପ୍ରତିନିଧି ଯୋଗଦାନ କରିଥିଲେ ଓ ବିଧିମତେ ଶ୍ରୀଯୁକ୍ତ ବୃନ୍ଦାବନ ବାରିକଙ୍କୁ ସଭାପତି , ଶ୍ରୀଯୁକ୍ତ ରଘୁନାଥ ବାରିକଙ୍କୁ ଉପସଭାପତି ,ଶ୍ରୀଯୁକ୍ତ ନିର୍ମଳ ବାରିକ ସମ୍ପାଦକ ଓ ଶ୍ରୀଯୁକ୍ତ ଦୁଃଖୀରାମ ବାରିକଙ୍କୁ ଉପସମ୍ପାଦକ ଭାବରେ ମନୋନୀତ କରିଥିଲେ। ଶ୍ରୀଯୁକ୍ତ ଗିରିଧାରୀ ବାରିକ କୋଷାଧ୍ୟକ୍ଷ ହୋଇଥିବାବେଳେ ଶ୍ରୀଯୁକ୍ତ ହେମସାଗର ବାରିକ ସହ କୋଷାଧ୍ୟକ୍ଷ ମନୋନୀତ ହୋଇଥିଲେ। ଉକ୍ତ ବୈଠକରେ ସମସ୍ତ ଆଞ୍ଚଳିକ ଗୋଷ୍ଠୀର ସଭାପତି ,ସମ୍ପାଦକମାନେ ଯୋଗଦେଇ ସଭାକାର୍ଯ୍ୟଟିକୁ ସଫଳ କରିଥିଲେ। ଶହ ଶହ ସଂଖ୍ୟାରେ ସଭ୍ୟ ସଭ୍ୟାଙ୍କ ଉପସ୍ଥିତରେ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଥିଲା।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ

masiha

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି କୁ ନେଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’ ଓ ବିକ୍ଷୋଭ 

Sunil Chandra Nayak

ସାନପାଖଣା ଉପ୍ରା ବିଦ୍ୟାଳୟର ଉର୍ମିଳା ପାଢୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Sunil Chandra Nayak

Leave a Comment

error: Content is protected !!