ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ତିନି ମେଣ୍ଢା ମୃତ , ମେଣ୍ଢା ଚରାଳି ଆହତ

କାମାକ୍ଷାନଗର (ମନିସ )31/3/23 ଓଡ଼ିଶାରେ କାଳବୈଶାଖୀ ବର୍ଷା ଲାଗି ରହିଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ଖଜୁରିଆ ଗ୍ରାମରେ କାଳ ବୈଶାଖୀ ବର୍ଷାରେ ବଜ୍ରପାତରେ ଜଳଧର ବେହେରାଙ୍କ ତିନୋଟି ମେଣ୍ଢା ମୃତ ବରଣ କରିଛନ୍ତି ଓ ଘଟଣାସ୍ଥଳରେ ମେଣ୍ଢା ଚରାଉଥିବା ବେଳେ ମେଣ୍ଢା ମାଲିକ ଜଳଧର ବେହେରା ଆହତ ହୋଇଛନ୍ତି। ସୂଚନାଯୋଗ୍ୟ କିଛିଦିନ ତଳେ ଜଳଧର ଏକ ଘରୋଇ ବ୍ୟାଙ୍କରୁ ଋଣ ଆଣି ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ମେଣ୍ଢା କିଣି ନିଜେ ନିଜ ଗାଆଁ ପଡିଆରେ ଚରାଉଥିବା ବେଳେ ହଠାତ୍ ଅପରାହ୍ନ ତିନିଟା ସମୟରେ ମହୁଲ ଗଛମୂଳରେ ବଜ୍ରପାତ ହୋଇ ଥିଲା। ଯାହା ଫଳରେ ଗଛମୂଳ ପାଖାପାଖି ମେଣ୍ଢା ଗୁଡ଼ିକ ଥିବାରୁ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ମୃତ ବରଣ କରିଥିଲେ ଓ ଘଟଣାସ୍ଥଳଠାରୁ ଟିକେ ଦୂରରେ ମେଣ୍ଢା ମାଲିକ ଜଳଧର ବେହେରା ଆହତ ହୋଇଥିଲେ। ଜଳଧର ବେହେରା ଜଣେ ଗରିବ ନିରୀହ ଚାଷୀ ହୋଇ ଥିବାରୁ ମେଣ୍ଢା ବିକ୍ରୀ କରି ବେଶ୍ ଦୁଇ ପଇସା ସଞ୍ଚୟ କରି ନିଜ ପିଲା ମାନଙ୍କ ପାଠ ପଢ଼ିବା ଖର୍ଚ୍ଚ ସହିତ ନିଜ ପରିବାର ପ୍ରତି ପୋଷଣ କରି ଥାଆନ୍ତି। ଏ ସଂକ୍ରାନ୍ତରେ ଖବର ପାଇ ପଶୁବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ମେଣ୍ଢାକୁ ବ୍ୟବଛେଦ କରି ଥିଲେ । ଅତଏବ ଜଳଧର ଜଣେ ଗରିବ ଚାଷୀ ହୋଇଥିବାରୁ ତାଙ୍କୁ କିଛି ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଠାରେ ଜାତୀୟ ପଂଚାୟତିରାଜ ଦିବସ-୨୦୨୬ ପାଳିତ. 

Sunil Chandra Nayak

ରାଇରଙ୍ଗପୁର ପୌରପାଳିକା ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

masiha

ଆଜି ଘରେ ଘରେ ତ୍ରିରଙ୍ଗା ସମାବେଶ 

masiha

Leave a Comment

error: Content is protected !!