ତିର୍ତୋଲ : -: – ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା ତିର୍ତୋଲବ୍ଲକ ଅଧିନ ଗୋବିନ୍ଦପୁର ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଗତ ମାର୍ଚ୍ଚ 21 ତାରିଖ ରୁ ଶୁଭାରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ମାର୍ଚ୍ଚ 30 ତାରିଖ ଗୁରୁବାର ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି ! ଶ୍ରୀରାମ ସେବା ସଂଘ ର ସଭାପତି ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପଣ୍ଡିତ ସୁରେନ୍ଦ୍ରନାଥ ଦାଶ ବ୍ୟାସ ଭାବରେ କାର୍ଯ୍ୟ ସମ୍ପାଦନ କରିବା ସହିତ ମୁଖ୍ୟ ଆଚାର୍ଯ୍ୟ ଭାବେ ଯଂଜ୍ଞ ରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ ! ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ମଞ୍ଚ ପରିଚାଳନା ସହିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ !ବାବାଜୀ ବେଣୁଧର ଦାସ ମହାରାଜ ପ୍ରତିଦିନ ସନ୍ଧ୍ୟାରେ ଶ୍ରୀରାମ ଚରିତ ମାନସ ଉପରେ ତାତ୍ତ୍ୱିକ ଓ ତଥ୍ୟ ସମ୍ବଳିତ ପ୍ରବଚନ ପ୍ରଦାନ କରି ସମବେତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ ! ଉଦଯାପନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ , ତିର୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା , ଉପାଧ୍ୟାକ୍ଷା ସନ୍ଧ୍ୟାରାଣୀ ମହାନ୍ତି , ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା , ଯୁବନେତା ତପନ କୁମାର ମହାନ୍ତି, ଚିତ୍ତରଞ୍ଜନ ରଥ ସୁବ୍ରତ ଦାଶ , ଓ ରମେଶଚନ୍ଦ୍ର ରାଉଳ ପ୍ରମୁଖ ଯୋଗଦେଇ , ଏହି କାର୍ଯ୍ୟକ୍ରମର ଆୟୋଜକ, ବ୍ୟବସ୍ଥାପକ ଓ ସହଯୋଗୀ ଗ୍ରାମବାସୀ ମାନଙ୍କର ସାଧୁଉଦ୍ୟମ କୁ ଉଚ୍ଚପ୍ରଂଶସା କରିଥିବାର ଦେଖିବାକୁ ମିଳିଥିଲା ! ଦୀର୍ଘ ଏକାଦଶ ଦିବସ ବ୍ୟାପି ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳ ରେ ଏକ ପବିତ୍ର ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା !
previous post