ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୪୪ତମ ଜାତୀୟ ଥ୍ରୋ ବଲ୍‌ ପ୍ରତିଯୋଗିତାରେ ଓଡିଶା ରାଜ୍ୟ ଦଳରେ ପ୍ରତିନିଧ୍ତ୍ବ କରି  ବ୍ରୋଞ୍ ପଦକ ଜିତିଲେ ଢେଙ୍କାନାଳର ଦୁଇ ପ୍ରତିଯୋଗୀ 

ଢେଙ୍କାନାଳ, ୩୧/୩: ବିହାରର ଗୋପଳଗଞ୍ଜ ଜିଲ୍ଲା ଠାରେ ଆୟୋଜିତ ୪୪ତମ ଜାତୀୟ ଥ୍ରୋ-ବଲ୍‌ ପ୍ରତିଯୋଗିତାରେ ଓଡିଶା ଦଳ ବ୍ରୋଚ୍‌ ପଦକ ପାଇଛି। ୧୪ ଜଣିଆ ଓଡିଶା ରାଜ୍ୟ ପୁରୁଷ ଦଳରେ ପ୍ରତିନିଧୂତ୍ବ କରି ଢେଙ୍କାନାଳର ଯୁବ ଥ୍ରୋ-ବଲ୍‌ ଖେଳାଳୀ ତଥା ସାଆନ୍ଦା ଡିଗ୍ରୀ ମହା ବିଦ୍ୟାଳୟର ଛାତ୍ର କୁଦୀପ ସାମନ୍ତ ଓ ପ୍ରିୟବ୍ରତ ପ୍ରଧାନ ଓଡିଶା ଦଳରେ ସାମିଲ ହେବା ସହ, ଖୁବ୍ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଏହି ସଫଳତା ପାଇଛନ୍ତି । ଆଜି ପୂର୍ବହ୍ନରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଉଭୟ ସଫଳ କ୍ରିଡାବିତ୍‌ଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ପଦକ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଓ ଆଗାମୀ ଦିନରେ ଅଧ୍ୟବସାୟ ଜାରିରଖୁ ଜାତୀୟ ସ୍ତରରେ ଆମ ଜିଲ୍ଲାର ସୁନାମ ବୃଦ୍ଧି କରିବାକୁ ପରାମର୍ଶ ନେଇଥିଲେ। ଜିଲ୍ଲା କ୍ରିଡା ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଏହି ସଫଳ ଖେଳାଳୀ ଦ୍ବୟ ଓ ଢେଙ୍କାନାଳ ଜିଲ୍ଲା ଥ୍ରୋ-ବଲ୍‌ ଆସୋସିଏସନ୍‌ର ସଂପାଦକ ତଥା କୋଚ୍ ରାମକୃଷ୍ଣ ବେହେରାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲା ଥ୍ରୋ-ବଲ୍‌ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ରୋଟାରିଆନ୍ ରାଜ କିଶୋର ବେହେରା, ଜିଲ୍ଲାରେ କ୍ରିଡାକୁ ପ୍ରୋତ୍ସାହନ, ଭିତିଭୂମିର ବିକାଶ ଓ କ୍ରୀଡାବିତ୍‌ଙ୍କୁ ଉତ୍ସାହିତ କରିଆସୁଥିବାରୁ ଜିଲ୍ଲା କ୍ରିଡା ସଂଘର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କୁ ସରୋଜ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ଜିଲ୍ଲା ଥ୍ରୋ-ବଲ୍‌ ଆସୋସିଏସନ୍‌ର ପ୍ରତିଷ୍ଠାତା ଅମୀୟ କୁମାର ଚାନ୍ଦଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ କୃତଜ୍ଞତା ଜଣାଇଥିଲେ । ଜିଲ୍ଲା ପାଇଁ ଗୌରବ ଆଣିଥିବା ଏହି ସଫଳ କ୍ରିଡାବିତ୍ ଦ୍ବୟ ଭାଗିରଥୀ ବିହାରସ୍ଥିତ ଶ୍ରଦ୍ଧାଶ୍ରୀ ପ୍ୟାଲେସ୍ ଠାରେ ଜିଲ୍ଲା ଥ୍ରୋ-ବଲ୍ ଆସୋସିଏସନ୍ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକାରୀ ସଭାପତି ରୋଟାରିଆନ୍ ରାଜକିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ପ୍ରତିଷ୍ଠାତା ସଦସ୍ୟ ଅମୀୟ ଚାନ୍ଦ, ସଂପାଦକ ରାମକୃଷ୍ଣ ବେହେରା, ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସଂଗଠନ ସଂପାଦକ ସୁବ୍ରତ ଜେନା, କୋଷାଧ୍ୟକ୍ଷ ପ୍ରତାପ କୁମାର ସାମନ୍ତ, ଯୁଗ୍ମ ସଂପାଦକ ରଣଜିତ୍ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ସୌମ୍ୟବ୍ରତ ସାହୁ, ମନୋଜ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । 

ପ୍ରକାଶଥାଉକି, ମାର୍ଚ୍ଚ ୫ ତାରିଖରେ ପୁରୀ ଠାରେ ଅନୁଷ୍ଠିତ ରାଜ୍ୟ ଦଳର ଚୟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏହି ଖେଳାଳୀ ଦ୍ବୟ ରାଜ୍ୟ ଦଳରେ ସାମିଲ୍ ହୋଇଥିଲେ । ପରେ ବିହାରର ଗୋପାଳଗଞ୍ଜ ଠାରେ ୪୪ତମ ଜାତୀୟ ଥ୍ରୋ-ବଲ୍‌ ପ୍ରତିଯୋଗିତାରେ ଗ୍ରୁପ୍ ବିଜେତା ଭାବେ ଓଡିଶା କ୍ୱାର୍ଟର ଫାଇନାଲ୍‌ରେ ହରିଆନାକୁ ୨-୧ରେ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା ଓ ସେମିଫାଇନାଲ୍‌ରେ ୨-୦ ରେ ଦିଲ୍ଲୀ ଠାରୁ ପରାସ୍ତ ହୋଇଥିଲା । ଦ୍ବିତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚ୍‌ରେ ଓଡିଶା ୨-୦ରେ ବିହାରକୁ ହରାଇ ବ୍ରୋଚ ପଦକ ହାସଲ କରିଥିଲା । ମହିଳା ଥ୍ରୋ – ବଲ୍ ଦଳରେ ଢେଙ୍କାନାଳ ଜିଲ୍ଲାର କୃତୀ ଖେଳାଳୀ ସୁଲତାନା ବେଗମ ଓ ମମତା ବାରିକ୍ ସାମିଲ୍ ହୋଇ ୪୪ତମ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଓ କ୍ୱାର୍ଟର ଫାଇନାଲ୍‌ରେ ତାମିଲ୍‌ନାଡୁ ଠାରୁ ପରାସ୍ତ ହୋଇଥିଲେ। ଉଭୟ ଦଳର ଖେଳାଳୀ, କୋଚ୍ ଓ କର୍ମକର୍ତାଙ୍କୁ ଜିଲ୍ଲା ଥ୍ରୋ – ବଲ୍ ସଂଘ ସଭାପତି ତଥା ସଦର ବିଧାୟକ ସୁଧ କୁମାର ସାମଲ ଶୁଭେଚ୍ଛା ଜଣାଇଛନ୍ତି ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଦଶହରା କପ୍ ରାତ୍ର କାଳୀନ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ତିନୋଟି ଦଳର ପ୍ରଦର୍ଶନ l ଉମରି ଦଳ ଚମ୍ପିୟାନ

Sunil Chandra Nayak

ଧୂମାଭଟା ଗାଁରେ କବାଡି ପ୍ରତିଯୋଗିତା….. ବେଲପଡା କୁ ହରାଇ ପାଟଣାଗଡ଼ ଦଳ ଚମ୍ପିୟାନ 

masiha

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ରେଡ ଦଳ ଚମ୍ପିୟାନ

masiha

Leave a Comment

error: Content is protected !!