ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ହାପି ବାର୍ଥ ଡେ ସଚିନ…

ମହାନ୍ କ୍ରିକେଟର ତଥା ଭାରତ ରତ୍ନ ସଚିନ୍ ରମେଶ ତେନ୍ଦୁଲକର ଙ୍କ ୫୦ ବର୍ଷ ରେ ପଦାର୍ପଣ…

ମହାନ୍ କ୍ରିକେଟର ତଥା ଭାରତ ରତ୍ନ ସଚିନ୍ ରମେଶ ତେନ୍ଦୁଲକର ଙ୍କ ୫୦ ବର୍ଷ ରେ ପଦାର୍ପଣ କରିଛନ୍ତି ୧୯୭୩ ମସିହା ଏପ୍ରିଲ୍ ୨୪ ଆଜିର ଦିନରେ ମୁମ୍ବାଇ ରେ ଜନ୍ମ ଗ୍ରହଣ କରିଥିବା ସଚିନ୍ ଙ୍କ ଜନ୍ମ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । କ୍ରିକେଟ୍ ର ଭଗବାନ କୁହାଯାଉଥିବା ସଚିନ୍ ଯେ କେବଳ କ୍ରିକେଟ୍ ପାଇଁ ଭଗବାନ ଙ୍କ ବରଦାନ କହିବାକୁ ଗଲେ ଅତ୍ରୁକ୍ତି ହେବନାହିଁ । ମାତ୍ର ୧୬ ବୟସ ରୁ ଆନ୍ତର୍ଜାତୀୟ କ୍ରିକେଟ ରେ ପଦାର୍ପଣ କରି ନିଜର ଦକ୍ଷତା ବଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଅନେକ ରେକର୍ଡ ମଧ୍ୟରୁ ଭଗବାନ ତାଙ୍କୁ ରେକର୍ଡ ମାଷ୍ଟର ସହ ଆଇ ସି ସି ତାଙ୍କ ନାମ କୁ କ୍ରିକେଟ୍ ରେ ଲିଟିଲ୍ ମାଷ୍ଟର ଭାବେ ନୂତନ ପରିଚୟ ଦେଇଥିଲା । ତେବେ ପ୍ରାୟ ସବୁ ରେକର୍ଡ ର ଅଧିକାରୀ ସଚିନ୍ କହିବାକୁ ଗଲେ ଅତୃକ୍ତି ହେବନାହିଁ । ପ୍ରଥମ ଥାର୍ଡ ଅମ୍ପେୟାର ଆଉଟ୍ ଠାରୁ ଆରମ୍ଭ କରି ଦିନିକିଆ ରେ ପ୍ରଥମ ଦ୍ୱିଶତକ ପର୍ଯ୍ୟନ୍ତ । 

କ୍ରିକେଟ୍ କ୍ୟାରିୟର ମଧ୍ୟରେ ସେ ଏକ ମାତ୍ର ଖେଳାଳି ଯିଏ କି ୧୦୦ ତମ ଶତକ ହାସଲ କରିବାରେ ବିଶ୍ବରେ ରେକର୍ଡ କରିଛନ୍ତି । ୨୦୦ ଟେଷ୍ଟ ମ୍ୟାଚ ରୁ ୧୫,୯୨୧ ରନ୍ ସହ ୫୧ ଟି ଶତକ , ୬୮ ଟି ଅର୍ଦ୍ଧଶତକ ସହ ୪୬ ୱିକେଟ୍, ସର୍ବାଧିକ ୨୪୮* ରନ୍ ହକ୍ ଧାରି , ଦିନିକିଆ ରେ ୪୬୩ ମ୍ୟାଚ ରୁ ୧୮,୪୨୬ ରନ୍ ସହ ୪୯ ଶତକ , ୯୬ ଅର୍ଦ୍ଧଶତକ ,୧୫୪ ୱିକେଟ୍ , ସର୍ବାଧିକ ୨୦୦* ରନ୍ ହକ ଧାରୀ । ଟି ୨୦ ଗୋଟିଏ ଖେଳି ୧୦ ରନ୍ ସଂଗ୍ରହ କରିଥିଲେ । ସେହିଭଳି ପ୍ରଥମ ଶ୍ରେଣୀୟ ୩୧୦ ଟି ମ୍ୟାଚ୍ ରୁ ୨୫,୩୯୬ ରନ୍ କରିବାରେ ଏକ ବିଶାଳ ମାଇଲ ଖୁଣ୍ଟ ଅତିକ୍ରମ କରିଥିଲେ । ହେଲେ ସଚିନ୍ ତାଙ୍କ ଜୀବନ କାଳ ଭିତରେ ବହୁବାର ନର୍ଭଂସ ହୋଇ ଶତକ ର ନିକଟବର୍ତ୍ତୀ ହୋଇ ଆଉଟ ହେବା ବହୁତ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟି ଥିଲା । ଖାଲି ସେତିକି କ୍ରିକେଟ୍ ଜୀବନ ରେ ସଚିନ ଙ୍କୁ ଶାରୀରିକ ଆଘାତ ବି ଛାଡ଼ି ନଥିଲା । କ୍ରିକେଟ୍ ଜୀବନ ସରିଯିବ ବୋଲି ଦର୍ଶକ ଭାବୁଥିଲେ ହେଲେ ନିଜର ପତ୍ନୀ ଙ୍କ ସପ୍ରଚେଷ୍ଟା ରେ ସେ ପୁଣି କ୍ରିକେଟ୍ କୁ ପ୍ରତ୍ୟାବର୍ତ୍ତନ କରି ୨୦୧୧ ଦିନିକିଆ ବିଶ୍ଵକପ ବିଜେତା ସଦସ୍ୟ ହୋଇ ପାରିଥିଲେ । ନିଜ ବୟସ ଠାରୁ ନିଜର ପତ୍ନୀ ଙ୍କୁ ପାଞ୍ଚ ବର୍ଷ ଅଧିକ ହୋଇ ମଧ୍ୟ ତାଙ୍କୁ ପ୍ରେମ ବିବାହ କରି ଭାରି ଚର୍ଚ୍ଚା ରେ ଥିଲେ । ଖାଲି ସେତିକି ନୁହେଁ ନିଜ ଜୀବନ ରେ ମାଟ୍ରିକ ଫେଲ୍ ହୋଇ ମଧ୍ୟ କେବେ ପଛଘୁଞ୍ଚା ନ ହୋଇ ବିଶ୍ବରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଚିନ୍ ଥିଲେ ଅନ୍ୟତମ ।ତେବେ ତାଙ୍କୁ କଙ୍ଗାରୁ ଦେଶ ଅଷ୍ଟ୍ରେଲିଆ ଏକ ସଂଗ୍ରାଳୟ ରେ ତାଙ୍କର ଏକ ମହମ ପ୍ରତିମୂର୍ତ୍ତି ରଖି ଭିନ୍ନ ସମ୍ମାନ ଦେଇଛି ସଚିନ୍ ଙ୍କୁ କାରଣ ସେଠି ସବୁ ତାଙ୍କ ନିଜ ଦେଶର ମହାନ୍ ଖେଳାଳିଙ୍କ ପ୍ରତିମୂର୍ତ୍ତି ରଖାଯାଇଛି 

ଆପିଏଲ୍ ରେ ମୁମ୍ବାଇ ଇଣ୍ଡିଆନ୍ ପାଇଁ ଖେଳି ମଧ୍ୟ ବହୁତ ରେକର୍ଡ କରିଥିଲେ ସଚିନ୍ ଏବଂ ବହୁବାର ମୁମ୍ବାଇ କୁ ଚାମ୍ପୟନ କରିବାରେ ତାଙ୍କର ବହୁତ ବଡ଼ ହାତ ଥିଲା । ତେବେ ଭାରତ ସରକାର ଙ୍କ ତରଫରୁ ବହୁବାର ବିଭିନ୍ନ ଖେଳ ସମ୍ମାନ ରେ ସମ୍ମାନିତ ସହ ଆଇ ସି ସି ତରଫରୁ ତାଙ୍କୁ ବିଭିନ୍ନ ସମ୍ମାନ ପ୍ରଦାନ କରାଯାଇଛି । ତତ୍ ସହିତ ୨୦୦୩ ଦିନିକିଆ ବିଶ୍ଵ କପ୍ ରେ ସର୍ବାଧିକ ରନ୍ ସଂଗ୍ରହ କରି ସୁନାର ବ୍ୟାଟ୍ ହାତେଇବା ତାଙ୍କ ପାଇଁ ସବୁଠାରୁ ବଡ଼ ସମ୍ମାନ ଥିଲା ଖାଲି ସେତିକି ନୁହେଁ । ରାଜନେତା ରେ ରାଜ୍ୟ ସଭା ସଦସ୍ୟ ହୋଇ ଏବଂ ଭାରତୀୟ ବାୟୁ ସେନା ର ଚିଫ୍ ମାର୍ଶାଲ ହେବା କମ୍ କଥା ନୁହେଁ । ଏହା ସହିତ ଭାରତର ସର୍ବ ବୃହତ୍ ସମ୍ମାନ ରେ ସମ୍ମାନିତ ହୋଇ ଭାରତ ରତ୍ନ ଅଧିକାରୀ ହୋଇ ପାରିଛନ୍ତି । ଏହିଭଳି ମହାନ୍ ବ୍ୟକ୍ତିତ୍ଵ ଆଜି ଭଳି ଜନ୍ମ ଦିନରେ ତାଙ୍କୁ ଶତକୋଟି ନମନ୍ ସହିତ ଭଗବାନ ତାଙ୍କର ଚଲାପଥ କୁସୁମିତ କରନ୍ତୁ । ପୁଣି ଥରେ ଜନ୍ମ ଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା ସହିତ ଅଭିନନ୍ଦନ ଜ୍ଞାପନ କରୁଛୁ।

ପରିବାର…

ସଚିନଙ୍କ ବଡ ଭାଇ ଅଜିତ ତେନ୍ଦୁଲକର ପୂର୍ବତନ ଭାରତ ୱିକେଟ୍ କିପର ଚନ୍ଦ୍ରକାନ୍ତ ପଣ୍ଡିତ ଏବଂ ଭାରତର ପୂର୍ବତନ ଓପନର୍ ଲାଲଚାନ୍ଦ ରାଜପୁତଙ୍କ ସହ କ୍ରିକେଟ୍ ଖେଳିଥିଲେ ୧୯୯୦ରେ ୧୭ ବର୍ଷ ବୟସରେ ଇଂଲଣ୍ଡ ଗସ୍ତରୁ ଫେରୁଥିବାବେଳେ ସଚିନ୍ ମୁମ୍ବାଇ ବିମାନବନ୍ଦରରେ ପ୍ରଥମ ଥର ପାଇଁ ତାଙ୍କ ପତ୍ନୀ ଅଞ୍ଜଳିଙ୍କୁ ଭେଟିଥିଲେ । ବିମାନବନ୍ଦରରୁ ହିଁ ଅଞ୍ଜଳିଙ୍କ ପ୍ରେମରେ ପଡିଥିଲେ । ସଚିନ ୨୨ ବର୍ଷ ବୟସରେ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁତ୍ର ଅର୍ଜୁନ ଓ ଗୋଟିଏ କନ୍ୟା ସନ୍ତାନ ସାରା ରହିଛନ୍ତି ।ସିନିୟର ମୁମ୍ବାଇ ଟିମରେ ଡେବ୍ୟୁ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ।

ଆଜି ବି କ୍ରିକେଟ ଯେମିତି ତାଙ୍କ ବିନା ଅଧୁରା ଲାଗେ । ୧୪ ନଭେମ୍ବର ୨୦୧୪ ମସିହାରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ତେନ୍ଦୁଲକର । ଆଉ ଏହା ପରେ ଭାରତୀୟ କ୍ରିକେଟରେ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ଚର୍ଚ୍ଚା ହୁଏ । ଆଜି ଭାରତୀୟ କ୍ରିକେଟ ଦଳରେ ଅନେକ କ୍ରିକେଟର ସ୍ଥାନ ପାଇଛନ୍ତି, ହେଲେ ସଚିନଙ୍କ ସ୍ଥାନ ଯେମିତି ଖାଲି ପଡିଛି । ରେକର୍ଡର ଅଙ୍କ ପରି ତାଙ୍କ ଦୀର୍ଘ ଜୀବନ କାମନା କରିବା ତାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ।

ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଓ ବିଶ୍ୱ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବରେ ସାରା ବିଶ୍ୱରେ ପରିଚିତ । ସେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ବିଶ୍ୱର ସବୁଠାରୁ ଅଧିକ ରନ କରିଥିବା କ୍ରିକେଟର । ସେ କ୍ରିକେଟରେ ସବୁଠାରୁ ଅଧିକ ଶତକ ହାସଲ କରିଥିବ ଖେଳାଳି। ସଚିନ ପ୍ରଥମ ଖେଳାଳି ଭାବେ ଏକ ଦିବସୀୟ କ୍ରିକେଟରେ ଦ୍ୱିଶତକ ଅର୍ଜନ କରିଥିଲେ ।ସଚିନଙ୍କୁ ୨୦୦୨ରେ ସର୍ବକାଳୀନ ଟେଷ୍ଟ ବ୍ୟାଟ୍ସମ୍ୟାନରେ ସାର ଡୋନାଲ ବ୍ରାଡମ୍ୟାନଙ୍କ ପରେ ଦ୍ୱିତୀୟ ଓ ସେହିପରି ସର୍ବକାଳୀନ ଦିନିକିଆ ବ୍ୟାଟ୍ସମ୍ୟାନରେ ମଧ୍ୟ ଭି.ଭି.ଆନ ରିଚାର୍ଡସଙ୍କ ପରେ ଦ୍ୱିତୀୟ ସ୍ଥାନରେ ରଖାଯାଇଥିଲା। ସଚିନ ଭାରତ ତରଫରୁ ୬ ଥରକ୍ରିକେଟ ବିଶ୍ୱକପ ଖେଳିଛନ୍ତି ଓ ୨୦୧୧ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ।ଭାରତ ତଥା ବିଶ୍ୱ କ୍ରିକେଟରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୨୦୧୪ରେ ଭାରତରତ୍ନ ସମ୍ମାନ ଦିଆଯାଇଛି। ଏହା ପାଇବାରେ ସେ ଭାରତର ପ୍ରଥମ ଖେଳାଳି।

କ୍ୟାରିୟର….

୧୪ ନଭେମ୍ବର ୧୯୮୭, ରଣଜୀ ଟ୍ରଫି ନିମନ୍ତେ ତେନ୍ଦୁଲକରଙ୍କୁ ପ୍ରବଣ କରାଯାଇଥିଲା । (ଇଣ୍ଡିଆଜ ପ୍ରିମିଏଅର ଡୋମେଷ୍ଟିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ) । କିନ୍ତୁ ସେ କୌଣସି ମତେ ଚୂଡାନ୍ତ ପ୍ରଜାୟରେ ଶେଷ ଏଗାର ଜଣଙ୍କ ମଧ୍ୟରୁ ବଛା ହୋଇପାରି ନଥିଲେ । କିନ୍ତୁ ତାଙ୍କୁ ପ୍ରତିସ୍ଥାପିକ ଫିଲଡର ରୂପେ ବ୍ୟବହାର କରାଯାଉଥିଲା । ଏକ ବର୍ଷ ପରେ, ୧୧ ଡିସେମ୍ବର୧୯୮୮, ବୟସ ମାତ୍ର ୧୫ ବର୍ଷ ୨୩୨ ଦିନ,ତେନ୍ଦୁଲକର ତାଙ୍କ ପ୍ରଥମ ମ୍ୟାଚ ମୁମ୍ବାଇ ପାଇଁ ଖେଳୁଥିଲେ ଓ ସେ ଭାରତର ପ୍ରଥମ କ୍ରିକେଟ ଖେଳାଳି ଯିଏକି ପ୍ରଥମ ପାରିରେ ଅପରାଜିତ ଶତକ (୧୦୦*)ରନ କରି ରେକର୍ଡ କରିଥିଲେ । ମୁମ୍ବାଇ ଦଳର ଅଧିନାୟକ ଦିଲୀପ ଭେଙ୍ଗସ୍କରଙ୍କଦ୍ୱାରା ମୁମ୍ବାଇ ଦଳରେ ଖେଳିବା ପାଇଁ ଯନ୍ତର ସହ ବଛା ହୋଇ ଥିଲେ।ତାହାପରେ ସେହି ସମୟର ଭାରତର ସର୍ବୋତମ ଫାଷ୍ଟ ବୋଲର କପିଳ ଦେବ ସଚିନଙ୍କୁ ୱଖେଡେ ଷ୍ଟାଡିଅମର ନେଟ୍ରେ ଅଭ୍ୟାସ କରୁଥିବାର ଦେଖିଥିଲେ ଯେଉଁଠିକି ଭାରତୀୟ ଦଳ ନିଉଜଲାଣ୍ଡ ଦଳ ବିପକ୍ଷରେ ଖେଳିବାକୁ ଥିଲା। ୧୯୮୮-୧୯୮୯ ସିଜନ୍ ଶେଷ ହୋଇଥିବା ବେଳେ ସେ ମୁମ୍ବାଇ ପାଇଁ ସର୍ବାଧିକ ରନ୍ କରିଥିଲେ।ସେ ସର୍ବାଧିକ ୫୮୩ ରନ୍ ଓ ୬୭.୭୭ ହାରାହାରିରେ ରନ୍ କରୁଥିଲେ।ଇରାନୀ ଟ୍ରଫି ଦିଲ୍ଲୀ ବିପକ୍ଷରେ ଅପରାଜିତ ସତକ ମଧ୍ୟ ହାସଲ କରିଥିଲେ।୧୯୮୮-୧୯୮୯ ମସିହା ମଧ୍ୟରେ ଭାରତୀୟ ଦଳ ସହ ଇଂଲଣ୍ଡ ବିପକ୍ଷରେ ଦୁଇ ଥର ଯାତ୍ରା କରିଥିଲେ।ଅଷ୍ଟେଲିଆ ବିପକ୍ଷରେ ସେ ତାଙ୍କର ପ୍ରଥମ ଦୁଇ ଶତକ ହାସଲ କରିଥିଲେ।ସେ ପ୍ରଥମ ବକ୍ତି ଯିଏକି ରଣଜୀ,ଇରାନୀ ଓ ଦୁଲିପ୍ ଟ୍ରଫିରେ ଶତକ ହାସଲ କରିଛନ୍ତି।

ସଚିନଙ୍କୁ ସମ୍ମାନ…

୧୯୯୭ରେ ରାଜୀବ ଗାନ୍ଧୀ ଖେଳ ରତ୍ନ ଓ ୧୯୯୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ସଚିନ । ଏହା ସହିତ ୨୦୦୮ରେ ପଦ୍ମ ବିଭୂଷଣ ଓ ୨୦୧୪ ରେ ଭାରତ ରତ୍ନ ସମ୍ମାନ ପାଇଥିଲେ ସଚିନ ତେନ୍ଦୁଲକର ।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା…..

Related posts

ବିଷମକଟକର ପୁଅ ମନ୍ମୟ ଯିବେ ଥାଇଲାଣ୍ଡ ଅନ୍ତର୍ଜାତୀୟ ସଫ୍ଟ ଟେନିସ୍ ପାଇଁ ମନୋନୀତ

ଲଗାତାର ୨ୟ ଥର ବିଜୟ ର ମୁକୁଟ ପିନ୍ଧିଲା କନ୍ତିଓ ପୁଟସାହି

Sunil Chandra Nayak

ବାଇସିଙ୍ଗା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort