ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ନିର୍ମାଣ ଶ୍ରମିକ ଜିଲ୍ଲା ସମ୍ମିଳନୀ

ଢେଙ୍କାନାଳ ତା ୨୩/୪ (ରବିବାର) ଢେଙ୍କାନାଳ ଜିଲ୍ଲାର ନିର୍ମାଣ ଶ୍ରମିକ ସଂଘର ଜିଲ୍ଲା ସମ୍ମିଳନୀ ପିପାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । 

ଏହି ସମ୍ମିଳନୀରେ AICCTU ର ରାଜ୍ୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ମହେନ୍ଦ୍ର ପରିତା ଯୋଗ ଦେଇ ୪ଟି ଶ୍ରମ କୋଡକୁ ଲାଗୁ କରି ମୋଦି ସରକାର ଶ୍ରମିକ ମାନଙ୍କର ଅଧିକାରକୁ ଖତମ କରି କର୍ପୋରେଟମାନଙ୍କର ସ୍ବାର୍ଥ ଲାଗି କାମ କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହା ସହିତ ସାମାଜିକ ସୁରକ୍ଷା କୋଡ ଆସିଲେ ହଜାର ହଜାର ନିର୍ମାଣ ଶ୍ରମିକ ସେଥିରୁ ବାଦ ପଡ଼ିବେ ବୋଲି ଗୁରୁତ୍ୱ ଆରୋପ କରିଥିଲେ । ଶ୍ରମିକ ସଂଗଠନମାନେ ଏ ଦିଗରେ ପ୍ରତିବାଦ ନକଲେ ହାଜାର ହଜାର ଶ୍ରମିକ ତାଙ୍କର କାର୍ଯ୍ୟ ଅଧିକାରରୁ ବାଦ ପଡିବେ । 

ଢେଙ୍କାନାଳ ଜିଲ୍ଲାର ନିର୍ମାଣ ଶ୍ରମିକ ସଂଘର ଶ୍ରମିକ ନେତା ଶ୍ରୀଯୁକ୍ତ ଶ୍ରୀନିବାସ ସାହୁ କହିଲେ ଯେ ରାଜ୍ୟ ସରକାର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଅନଲାଇନ ବ୍ୟବସ୍ଥା ପ୍ରଚଳନ କରିବା ଫଳରେ ଶହ ଶହ ଶ୍ରମିକ ତାଙ୍କ ର ଚାର୍ଯ୍ୟ ଅଧିକାର ହାସଲ କରି ପାରୁନାହାଁନ୍ତି । ଯଥା ପଞ୍ଜିକରଣ, ସହାୟତା ଓ ନବିକରଣ ପ୍ରକ୍ରିୟାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ଶ୍ରମ ବିଭାଗ ଏ ଦିଗରେ ତପ୍ତର ହୋଇ ସମାଧାନ କରିବା ଦରକାର । ଜରାନା ସମୟରେ ଦୀର୍ଘ ୩ ବର୍ଷ ସଠିକ ଭାବେ ନିୟମିତ ନବୀକରଣ ନହେବା ଫଳରେ ଅନେକ ଶ୍ରମିକ ତାଙ୍କ ସହାୟତା ପାଇ ପାରୁନାହାଁନ୍ତି । ତେଣୁ ଶ୍ରମ ବିଭାଗ ଗରୁତର ସହିତ ଏ କଥାକୁ ବିଚାର କରି ଭିଜମସନ ଥିବା ମୃତ୍ୟୁ ସହାୟତା, ବିବାହ ସହାୟତା, ଶିକ୍ଷା ସହାୟତାକୁ ନିୟମିତ କରି ସହାୟତା ପ୍ରଦାନ କରିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀରେ ଏକ ୨୫ ଜଣିଆ ଜିଲ୍ଲା କମିଟି ଗଠନ କରାଯାଇ ଆଗାମୀ ଦିନରେ ୧୦୦୦ ନିର୍ମାଣ ଶ୍ରମିକ ପଞ୍ଜିକରଣ କରିବା ପାଇଁ ସଂକଳ୍ପ ନିଆଯାଇଥିଲା । କମିଟିର ସଭାପତି ଭାବେ ଶ୍ରୀଯୁକ୍ତ ଶ୍ରୀନିବାସ ସାହୁ, ଉପ-ସଭାପତି ଭାବେ ସୁଶ୍ରୀ ସୁକାନ୍ତି ଖୁଣ୍ଟିଆ, ସଂପାଦକ ଭାବେ ଶ୍ରୀ ହୃଶିକେଶ ମଲ୍ଲିକ, କୋଷାଧ୍ୟକ ଭାବେ ଶ୍ରୀମତୀ ରଜନିଗନ୍ଧା ବାରିକ ଯଥା ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ବାରିକ, ସୁଶାନ୍ତ ପତି, ଶାନ୍ତିଲତା ପୃଷ୍ଟି, ହରେଶ ପୃଷ୍ଟି, ରୋଜାଲିନୀ ସାହୁ, ପ୍ରାଣବନ୍ଧୁ ନାଏକ, ମାୟାଧର ଦେହୂରୀ, ସନ୍ତୋଷ ବେହେରା, ଅନନ୍ତ ବେହେରା ସମସ୍ତ ସଦସ୍ୟ ପ୍ରମୁଖ ମନୋନୀତ ହୋଇଛନ୍ତି । ସର୍ବଶେଷରେ ଶ୍ରୀମତୀ ରଜନୀଗନ୍ଧା ବାରିକ ଧନବାଦ ଅର୍ପଣ କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦର ପ୍ରତିଷ୍ଠାତା ବଳରାମ ତରାଇ ପ୍ରକୃତି ମିତ୍ର ସମ୍ମାନ ପାଇବେ

Sunil Chandra Nayak

ଅସହାୟ ଜନତାଙ୍କ ସେବାରେ ଇଂ.ଗୋପାଳ କୃଷ୍ଣ ଦାସ , ୪୩ ବର୍ଷ ବୟସରେ ୫୬ ଥର ରକ୍ତଦାନ ସହ ଶିଶୁ କର୍କଟ ରୋଗୀଙ୍କ ପାଇଁ ସାଜିଛନ୍ତି ଦେବଦୂତ

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!