ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜ୍ୟ ସ୍ତରୀୟ ଧବଳେଶ୍ୱର କପ

ରାଜ୍ୟ ସ୍ତରୀୟ ଧବଳେଶ୍ୱର କପ

ମ.ରାମପୁର,୨୫/୧(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ୧୯ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଛି l ଆଜି ତୃତୀୟ ଲିଗ ମ୍ୟାଚ ସୋନପୁର ଓ କଳାହାଣ୍ଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ପଶ୍ଚିମ ଓଡିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ଅଭିନାଶ ଠାକୁର ଯୋଗଦେଇ ମ୍ୟାଚକୁ ଉଦ୍ଘାଟନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଟିମ ମ୍ୟାନେଜେର ମକରଧ୍ଵଜ ସାହୁ,ଚନ୍ଦ୍ର ଭାନୁ ବେହେରା, ସରୋଜ ବିଶ୍ୱାଳ ଉପସ୍ଥିତ ଥିଲେ l ଟସ ଜିଣି କଳାହାଣ୍ଡି ଦଳ ପ୍ରଥମେ ଫିଲ୍ଡିଂ କରିଥିଲେ l ସୋନପୁର ଦଳ ୧୩ ଓଭର୍ ରେ ୧୦ ୱିକେଟ ହରାଇ ୯୦ ରନ କରିଥିଲେ l ଏହାର ଜବାବରେ କଳାହାଣ୍ଡି ଦଳ ୯ ଓଭର ରେ ୩ ୱିକେଟ ହରାଇ ୯୨ ରନ କରି ବିଜୟୀ ହୋଇଥିଲେ l ଆଜିର ମ୍ୟାଚ୍ ରେ ସ୍କୋରର ଟୁକୁ ମହାନନ୍ଦ ଓ ଆଶିଷ ସାହୁ l ଭାଷ୍ୟକାର ସ୍ଵପ୍ନେଶ୍ଵର କର୍ମୀ l ବିଶ୍ୱନାଥ ପୋଢ଼,ଚନ୍ଦ୍ର କାନ୍ତ ମାଝୀ,ଦୈତାରୀ ମାଝୀ, ମିମୋ ପଧାନ ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା କାଲି ଭିଲେଇ ଓ ନୟାଗଡ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ସଂପାଦକ ଲକ୍ଷ୍ମୀକାନ୍ତ ବେହେରା ସୂଚନା ଦେଇଛନ୍ତି l

ମ .ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ

Related posts

IDCA 2nd U19 T-20 National Cricket Championship for Deaf concludes with felicitation ceremony.

masiha

ଅକ୍ଷୟ ପୁଝାରୀ ମେମୋରିଆଲ ଆନ୍ତଃ ଜିଲ୍ଲା କ୍ରୀକେଟ , ଚିଚିଆ କୁ ହରାଇ ଧିଙ୍ଗିଆମୁଣ୍ଡା ଚମ୍ପିୟାନ

masiha

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗୀତା 

masiha

Leave a Comment

error: Content is protected !!