ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଜୁନାଗଡ଼କୁ ହରାଇ ନବରଙ୍ଗପୁର ବିଜୟୀ

ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ,

ଜୁନାଗଡ଼କୁ ହରାଇ ନବରଙ୍ଗପୁର ବିଜୟୀ

ଜୁନାଗଡ଼,୨୨/୧୨(ମ ନି ସ) -ଅଲ ଓଡିଶା ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟରା ଗ୍ରୁପ ବି ଖେଳରେ ଜୁନାଗଡ଼ କୁ ହରାଇ ନବରଙ୍ଗପୁର ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଟସ ଜିତି ଜୁନାଗଡ଼ ପ୍ରଥମେ ବେଟିଙ୍ଗ କରି ୩୦ ଓଭର ରେ ୯ ଉଇକେଟ ହରାଇ ୧୫୬ ରନ କରିଥିଲେ l ଜବାବ ରେ ନବରଙ୍ଗପୁର ଦଳ ୨୩.୫ ବଲ ରେ ୫ ଉଇକେଟ ହରାଇ ବିଜୟ ହାସଲ କରିଥିଲେ l ଆସନ୍ତା କାଲି ନବରଙ୍ଗପୁର, ଟିଟିଲାଗଡ଼ କୁ ଭେଟିବ l ମେନ ଅଫ ଦି ମେଚ ରବି ହୋଇଥିଲେ। ମୁଖ୍ୟ ଅତିଥି ଭାବେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଓ ଡାକ୍ତର ଭଗବାନ ପଣ୍ଡା ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ସ୍କୋର ରେ ମୁକେଶ ପୋଡ଼, କମେଣ୍ଟ୍ରି ନୀତିଶ ମହାପାତ୍ର, ମାନସ ସାହୁ, ବିଶ୍ୱ ସାହୁ ଦାୟିତ୍ୱ ତୁଲାଇ ଥିଲେ l ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ସଭାପତି ହିମାଂଶୁ ବରାଡ଼, ଉପ ସଭାପତି ସରୋଜ ପଣ୍ଡା, ସମ୍ପାଦକ କାଳିନ୍ଦ୍ରି ପାଣିଗ୍ରାହୀ ଓ ତୃତୀୟ ଅମ୍ପାୟାର ଭାବେ ସମୀର ସାହୁ ଦାୟିତ୍ୱ ତୁଲାଇ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଫୁଟବଲ ଟୁର୍ନାମେଣ୍ଟ: ରଜାପଡ଼ା ଦଳ ଚାମ୍ପିୟନ 

Sunil Chandra Nayak

ବହଳଦା ଏକଲବ୍ୟ ଵିଦ୍ଯାଳୟରେରେ ରାଜ୍ୟ ସ୍ତରୀୟ ୪ର୍ଥ ଦୌଡକୁଦ ପ୍ରତିଯୋଗିତା

masiha

ବଡାମକୁରାଡ଼ି ଯୁବକ ସଂଘ ପକ୍ଷରୁ ବାର୍ଷିକ କ୍ରୀଡା ଉତ୍ସବ ରୌପ୍ୟ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!