ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବ୍ଳକ ସ୍ତରୀୟ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

ବ୍ଳକ ସ୍ତରୀୟ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଞ୍ଚାୟତ ଗଜବାହାଲ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ ଶିକ୍ଷା ବିଭାଗ ର ଆୟୋଜନରେ ବ୍ଳକ ସ୍ତରୀୟ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ସା, ସମ୍ମାନିତ ଅତିଥି ଭାବେ ଏବିଇଓ ଗୋପମଣି ସାହୁ, ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ରୋହିତ କୁମାର ରଣା, କୃପାନିଧି ପୁଟେଲ ପ୍ରମୁଖ ଯୋଗ ଦେଇ ଥିବା ବେଳେ ସହକାରୀ ଶିକ୍ଷକ ସୌଭାଗ୍ୟ କୁମାର ସାହୁ ସଂଯୋଜନା କରିଥିଲେ। ଏଠାରେ ବ୍ଳକ ବିଭିନ୍ନ ହାଇସ୍କୁଲ ର ଖେଳ ଶିକ୍ଷକ ମାନ ଯୋଗ ଦେଇ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ଖୋ ଖୋ, କବାଡି, ଫୁଟବଲ ପ୍ରତିଯୋଗିତା ଆୟୋଜନ କରିଥିଲେ। କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଦୀପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଇଚ୍ଛାପୁରମ କୁ ପରାସ୍ତ କରି ହିଞ୍ଜିଳି ରୟାଲ କ୍ଳବ ଚମ୍ପିୟାନ

Sunil Chandra Nayak

ଜଲଦା କାର୍ମେଲ ସ୍କୁଲରେ ଆଞ୍ଚଳିକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରିୟ ୧୯ବର୍ଷ ଏବଂ ୧୬ ବର୍ଷରୁ କମ ଟର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା କ୍ରିକେଟ ଟିମ୍ ଦଳ ଚୟନ 

masiha

Leave a Comment

error: Content is protected !!