ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସାହାଣୀ କପ୍ ଫୁଟବଲ୍ ପ୍ରତିଯୋଗିତା ରେ ରାୟଗଡ଼ା ଦଳକୁ ୬-୧ ରେ ମାତ୍ ଦେଲା ନବରଙ୍ଗପୁର ଦଳ 

ସାହାଣୀ କପ୍ ଫୁଟବଲ୍ ପ୍ରତିଯୋଗିତା ରେ ରାୟଗଡ଼ା ଦଳକୁ ୬-୧ ରେ ମାତ୍ ଦେଲା ନବରଙ୍ଗପୁର ଦଳ 

ନବରଙ୍ଗପୁର:(୨୫|୯)(ରବି ନାରାୟଣ ମହାନ୍ତି)ଆନ୍ତଃ ଜିଲ୍ଲା ୬୫ ତମ ସାହାଣୀ କପ୍ ଫୁଟବଲ୍ ପ୍ରତିଯୋଗିତା ନୂଆପଡ଼ା ର ମିନି ଷ୍ଟାଡୟମଠାରେ ଅନୁଷ୍ଟିତ ହେଉଛି। ଏଥିରେ ଭାଗ ନେବା ନିମନ୍ତେ ରାଜା ହରିଜନ ଙ୍କ ନେତୃତ୍ବରେ ଏକ ୨୦ ଜଣିଆ ନବରଙ୍ଗପୁର ଜିଲ୍ଲା ଦଳ ନୂଆପଡ଼ା ଗସ୍ତ କରିଛନ୍ତି। ନିଜର ପ୍ରଥମ ମ୍ୟାଚରେ ସମ୍ବଲପୁର ଜିଲ୍ଲା ଦଳ ସହ ଖେଳ ଅମୀମାଂସିତ ରେ ଶେଷ ହୋଇଥିଲା କିନ୍ତୁ ଦ୍ୱିତୀୟ ମ୍ୟାଚରେ ରାୟଗଡ଼ା ଦଳକୁ ୬-୧ ଗୋଲ ରେ ପରାସ୍ତ କରିଛି। ଦଳ ପକ୍ଷରୁ ଅଧିନାୟକ ରାଜା ହରିଜନ ୨ ଟି, ମିଥୁନ ସାନ୍ତା -୨ ଟି ସେହିପରି ଜସନ ବେନୀୟା ଏବଂ ଶମ୍ଭୁ ମାଝୀ ଗୋଟାଏ ଲେଖାଏଁ ଗୋଲ୍ କରିଛନ୍ତି। ଅନ୍ୟ ମ୍ୟାଚ୍ ର ସଫଳତା ନିମନ୍ତେ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଉପ ସଭାପତି ଏମ ବାଲା କ୍ରିଷ୍ଣା ରାଓ, କ୍ରିକେଟ୍ ସମ୍ପାଦକ ଅଶୋକ ନାୟକ, ହକି ସମ୍ପାଦକ ଦୁର୍ଗା ପ୍ରସାଦ ମଲିକ୍ ସମେତ କ୍ରୀଡା ସଂଘର ଅନ୍ୟ ସମସ୍ତ ସଦସ୍ୟ କାମନା କରିଛନ୍ତି। ସୂଚନା ଯୋଗ୍ୟ ଯେ ଉକ୍ତ ଦଳ ସହ ମ୍ୟାନେଜର ଭାବରେ ଦୁର୍ଯୋ ହରିଜନ , କୋଚ୍ ଭାବେ ଫିରୋଜ ହିଆଲ୍ , ସହ କୋଚ୍ ଭାବେ ବି. ଯୋଗେଶ କୁମାର ଏବଂ ମେଣ୍ଟର ଭାବେ ଶଶାଙ୍କ ଶେଖର ବେହେରା ଗସ୍ତ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୀବନ ଜୀଇଁବାର କଳା ଶିଖାଏ କ୍ରୀଡ଼ା…. ଧର୍ମଗଡ଼ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

masiha

ଜିଲ୍ଲା କ୍ରିକେଟ ସଂଘର ନୂତନ ଦାଇତ୍ୱ ବଣ୍ଟନ

masiha

ଆନ୍ତଃ ରାଜ୍ୟ ଡିକେଏମସି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦିତୀୟ ସେମିଫାଇନାଲ ଖେଳକୁ ସମ୍ବଲପୁର ଏବଂ ଉନ୍ନିତ

masiha

Leave a Comment

error: Content is protected !!