ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କଲିକତା ଠାରେ ଅନୁଷ୍ଠିତ ଇସକା ଇଣ୍ଡିଆ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତା-୨୦୨୫ ରେ କଳାହାଣ୍ଡି ଜିଲ୍ଲାକୁ ୧ ସ୍ୱର୍ଣ୍ଣ ଓ ୪ଟି ବ୍ରୋଞ୍ଜ 

 କଲିକତା ଠାରେ ଅନୁଷ୍ଠିତ ଇସକା ଇଣ୍ଡିଆ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତା-୨୦୨୫ ରେ କଳାହାଣ୍ଡି ଜିଲ୍ଲାକୁ ୧ ସ୍ୱର୍ଣ୍ଣ ଓ ୪ଟି ବ୍ରୋଞ୍ଜ 

 ଓଡିଶାକୁ ମିଳିଲା ମୋଟ ୧୧ଟି ପଦକ

ଭବାନୀପାଟଣା:-ତା.୦୨.୫// ଇଣ୍ଟରନ୍ୟାସନାଲ୍ ସ୍ପୋର୍ଟସ୍ କିକ୍ ବକ୍ସିଂ ଏସୋସିଏସନ୍, ଇଣ୍ଡିଆ ପକ୍ଷରୁ କଲିକତା ଠାରେ ଆୟୋଜିତ “ଇସ୍ କା-ଇଣ୍ଡିଆ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତା-୨୦୨୫” ରେ ଓଡିଶା ଦଳ ୧୧ଟି ପଦକ ଜିଣି ଓଡିଶା ପାଇଁ ଗୌରବ ଆଣିଥିଲା ବେଳେ ସେଥିମଧ୍ୟରୁ କଳାହାଣ୍ଡି ଜିଲ୍ଲାର ପ୍ରତିଯୋଗୀମାନେ ୫ଟି ପଦକ ହାସଲକରି ଜିଲ୍ଲାର ନାଆଁ ଉଜ୍ୱଳ କରିବାରେ ସଫଳ ହୋଇଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଓଡିଶା ରାଜ୍ୟ ଇସକା ଇଣ୍ଡିଆ କିକ୍ ବକ୍ସିଂ ର ମୁଖ୍ୟ ସେଖ୍ ମୁନାୱ।ର। କଲିକତାର ବାଲିଗଞ୍ଜ ଠାରେ ୨୬ ଓ ୨୭ ଏପ୍ରିଲ ୨୦୨୫ ଦୁଇଦିନ ଧରି ” ଇଣ୍ଡିଆ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତା-୨୦୨୫ ” ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡିଶାରୁ ୧୦ ଜଣ ଖେଳାଳୀ ସେଖ୍ ମୁନାୱ।ରଙ୍କ ନେତୃତ୍ୱରେ ଅଂଶ ଗ୍ରହଣ କରି ୨ ଟି ସ୍ୱର୍ଣ୍ଣ ଓ ୯ ଟି ବ୍ରୋଞ୍ଜ ଏହିପରି ମୋଟ ୧୧ ଟି ପଦକ ଜିତି ରାଜ୍ୟ ପାଇଁ ସୁନାମ ଆଣିଥିଲେ।ଏହି ୧୧ ଟି ପଦକ ମଧ୍ୟରୁ ୫ ଟି ପଦକ କେବଳ କଳାହାଣ୍ଡି ଜିଲ୍ଲାର ପ୍ରତିଯୋଗୀମାନେ ପାଇଥିବା କଥା ସାମ୍ବାଦିକ ସମ୍ମିଳନୀରେ ସେଖ୍ ମୁନାୱ।ର ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ କଳାହାଣ୍ଡିର ପ୍ରତିଯୋଗୀମାନଙ୍କ ମଧ୍ୟରୁ ବାଳିକା ବିଭାଗର ଜଣେ ସ୍ୱର୍ଣ୍ଣ ଓ ଜଣେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ବାଳକ ବିଭାଗର ୩ ଜଣ ପ୍ରତିଯୋଗୀ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସ୍ଥାନୀୟ ହୋଟେଲ ଭାଗିରଥିର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ନିମନ୍ତ୍ରିତ ଅତିଥି ଓ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। ଆଗାମୀ ୨୦୨୬ ମସିହାରେ ଏହି ଜାତୀୟ ସ୍ତରର ପ୍ରତିଯୋଗିତା ଦିଲ୍ଲୀ ଠାରେ ଅନୁଷ୍ଠିତ ହେବ ଓ ଏଥିରେ ଓଡିଶାରୁ ଅଧିକ ଦକ୍ଷ ଖେଳାଳୀ ଅଂଶ ଗ୍ରହଣ କରିବେ ବୋଲି ଓଡିଶା ମୁଖ୍ୟ ସେଖ୍ ମୁନାୱାର ସାମ୍ବାଦିକ ମାନଙ୍କୁ କହିଥିଲେ l 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ 

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଓ ଖେଳ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫  ପ୍ରଥମ ଥର ପାଇଁ ମହିଳା ଗଣଦୌଡ ପ୍ରତିଯୋଗିତା

masiha

Leave a Comment

error: Content is protected !!