ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଡୁମାଡଙ୍ଗର ପ୍ରୀମିଅର୍ ଲିଗ୍ କ୍ରିକେଟ ଖେଳ ଶୁଭାରମ୍ଭ 

 ବନ୍ଧୁଗାଁ ତା ୩/୫/୨୩ // ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଡୁମାଡଙ୍ଗର ବିଭୂତି ଶେଖର ବିଦ୍ୟାପୀଠ ଖେଳ ପଡିଆରେ ମୁଖ୍ୟ ଅତିଥି ଶ୍ରୀ ଶଙ୍କର ସଉନ୍ତାଙ୍କ ଦ୍ୱାରା ଡୁମାଡଙ୍ଗର ପ୍ରୀମିଅର ଲିଗ୍ କ୍ରିକେଟ ଖେଳ ରିବନ୍ କାଟି ଶୁଭାରମ୍ଭ ହୋଇଯାଇଛି । ଏହି ଖେଳ ଶୁଭାରମ୍ଭ ସମୟରେ ବନ୍ଧୁଗାଁ ବ୍ଲକ ବିଜେଡ଼ି ସଭାପତି ବାଲା ନାଗ , ସ୍ଥାନୀୟ ସରପଞ୍ଚ ଶ୍ରୀମତି ମୋତି ମାଣ୍ଡିଙ୍ଗି , ପୁର୍ବତନ ସରପଞ୍ଚ ଗୋପୀନାଥ ବିଡ଼ିକା, ବିଜେଡ଼ି ପଞ୍ଚାୟତ ସଭାପତି ଅନାମ ପିଡ଼ିକା ଓ ବରିଷ୍ଟ ବିଜେଡ଼ି କର୍ମୀ ଦସମତି ପ୍ରାଶକା ଓ ଭୀମ ନିଆଲି ଙ୍କ ସମେତ ଅନେକ ସ୍ଥାନୀୟ ଭଦ୍ର ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଥିଲେ। ଡୁମାଡଙ୍ଗର ପ୍ରୀମିଅର କ୍ରିକେଟ ଲିଗ୍ ଟି ୬ ଟି ଟିମକୁ ନେଇ ଖେଳା ଯାଉଛି। ଏହି ୬ ଟି ଟିମକୁ ସ୍ଥାନୀୟ ୬ ଜଣ କିଣି ନାମକରଣ କରି ପ୍ରତିଦ୍ବନ୍ଦିତା କରୁ   ଥିବା ଯୋଗୁଁ ଖେଳାଳି ମାନେ ଅଧିକ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ଡୁମାଡଙ୍ଗର ପ୍ରୀମିଅର ଲିଗ୍ କୁ ଅନନ୍ତ କାଣ୍ଡ (ରାଇଜିଂ ଷ୍ଟାର), ରୀଙ୍କୁ ମିଣ୍ୟାକା (ନିଉ ଡ୍ରିମ୍), ସୁଶିଲ ଖରା (ଡିପିଏଲ କିଙ୍ଗ), ମହାକାଲ କାଣ୍ଡ (ଏମ୍ ମୁମ୍ବାଇ), ତ୍ରିପତି ଖରା (ଲୋଗନ୍) ଓ କବୀର ମାଣ୍ଡିଂ (ଇଲେଭେନ ଷ୍ଟାର) କ୍ରିକେଟ ଟିମ ରହିଛନ୍ତି। ଖେଳ ଟି ତା ୩/୫/୨୩ ରୁ ଆରମ୍ଭ ହୋଇ ୧୧/୫/୨୩ ମଧ୍ୟରେ ଲିଗ୍ କ୍ରିକେଟ ଖେଳା ଯିବ। ଖେଳ ପଡିଆ ରେ ଶତାଧିକ ଦର୍ଶକ ସମେତ ୬ ଟି ଟିମ୍ ର ସମସ୍ତ ଖେଳାଳି ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ମୁଖ୍ୟ ଅତିଥିଙ୍କ ଦ୍ୱାରା ହେଟ୍ରିକ ଛକା କିମ୍ବା ୱିକେଟ ନେଇଥିବା ଖେଳାଳିଙ୍କୁ ଖେଳ ଶେଷ ଦିନ ଏକ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଶଙ୍କର ସଉନ୍ତା ଠିକ ସମୟରେ ଡୁମାଡଙ୍ଗର ପ୍ରୀମିଅର ଲିଗ ଖେଳରେ ପହଞ୍ଚି ଖେଳାଳିଙ୍କୁ ଉତ୍ସାହିତ କରିଥିବାରୁ ସ୍ଥାନୀୟ ଜନସାଧାରଣ ଓ କ୍ରିକେଟ ପ୍ରେମି ଧନ୍ୟବାଦ ଜଣାଇଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଶିଉନି ଫୁଟବଲ ଚାମ୍ପିୟାନ କପ, ଫାଇନାଲରେ ଟେମରାକୁ ହରାଇ କୁସୁମବନ୍ଧ ଦଳ ଚାମ୍ପିୟାନ

Sunil Chandra Nayak

୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ବ୍ଳକ ସ୍ତରୀୟ ଭଲିବଲ ପ୍ରତିଯୋଗୀତା ସମାପନ

Sunil Chandra Nayak

ବିଶ୍ୱନାଥପୁର ଫୁଟବଲ ପ୍ରତିଯୋଗିତା ଉଦଯାପିତ  ଡୁକୁମ ଦଳକୁ ୩-୨ରେ ହରାଇ ବିଶ୍ୱନାଥପୁର ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!