ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ଟି ହାଇସ୍କୁଲ ରୂପାନ୍ତରିଣ କାର୍ଯ୍ୟକ୍ରମ

ରାଉରକେଲା/ ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍ ଇ ସି କ୍ୟାମ୍ପସ, ଏନ୍ ଆଇ ଟି ରାଉରକେଲା ୫ଟି ବିଦ୍ୟାଳୟ ର ରୂପାନ୍ତରିକରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ର ୬୭ ଟି ବିଦ୍ୟାଳୟ ତୃତୀୟ ପର୍ଯ୍ୟାୟ ରେ ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ସୁଦୂର ଭୁବନେଶ୍ୱର ରୁ ଏହା କରାଯାଇଛି। ତାଙ୍କ ସହିତ ୫ଟି ସଚିଵ କେ,ପାଣ୍ଡିୟାନ ମଧ୍ୟ ଉପସ୍ଥିତ ଥିଲେ। ଆର୍ ଇ ସି କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟ କୁ ନବୀକରଣ କରିବାକୁ ଯାଇ ଵିଵିଧ ଆଲୋକ ରେ ସଜ୍ଜିତ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରା ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଏନ୍ ଆଇ ଟି ରାଉରକେଲା ର ନିର୍ଦ୍ଦେଶକ ଏମ୍,ଉମା ମହେଶ୍ୱର ରାଓ, ରେଜିଷ୍ଟ୍ରାର ଶିକ୍ଷାବିତ ଓ ସାହିତ୍ୟିକ ବାମଦେବ ଆଚାର୍ଯ୍ୟ, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଶ୍ରୀ ଵିଶ୍ବାଳ, ସମ୍ମାନିତ ଅତିଥି ଅନୀଲ କୁମାର ସିଂ, ଵରେଣ୍ୟ ଅତିଥି ଭାବେ ପ୍ରଫେସର ରାମକୃଷ୍ଣ ବିଶ୍ବାଳ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ ପ୍ରଶାନ୍ତ ପତି,ରଶ୍ମିତ ସାହାଣୀ, ସୁସ୍ମିତା ମହାପାତ୍ର, ଶିକ୍ଷାବିତ ଜ୍ୟୋସ୍ନା ପଟ୍ଟନାୟକ, ସିଆରସିସି,ଏଵିଈଓ କିଶୋର କୁମାର ତଥା ଵହୁ ଅଭିଭାବକ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ସରକାରୀ ଓ ବେସରକାରୀ ସ୍କୁଲ ର ଅନେକ ଉଦାହରଣ ଦେଇ ମୁଖ୍ୟଅତିଥି କହିଲେ ଯେ, ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନେ ଆଗାମୀ ଦେଶର ଭବିଷ୍ୟତ। ଏହାସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଲେଡିସ କ୍ଲବ ର ସଂପାଦିକା ସ୍ମୃତିଶିଖା ଵଳ, ପରିଚାଳନା କମିଟି ର ଅଧ୍ୟକ୍ଷା ନର୍ମଦା ସାହୁ, ମାତୃ କମିଟି ର ଲିଲି ଚୌଧୁରୀ, ଛାତ୍ର ଛାତ୍ରୀ ସୁଶ୍ରୀ ଜୟନ୍ତୀ ସାହୁ, ସୁକମତୀ, ଭୂପେଶ, ଶୁଭ୍ରାଂଶୁ ଇତ୍ୟାଦି ୫ଟି ଉପରେ ମତାମତ ରଖିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ, ଶିକ୍ଷକ ଅଜୟ କୁମାର ରାଉତ, ସୀତା ରାମ ସାହୁ,ଅଜୟ ପାଣି, ଛଵିରାଣୀ ପ୍ରଧାନ, ମିନତୀ ଖମାରୀ, ନମିତା ଦନ୍ତା, ସାଗର ପରିଡା, ଭରତ ସେଠୀ, ସରସ୍ଵତୀ ନାୟକ, ଅନ୍ନପୂର୍ଣ୍ଣା ସାହୁ, ମମତା ସେନାପତି, ସସ୍ମିତା ପଟ୍ଟନାୟକ, ସୁଜାତା ମିଶ୍ର, ବିଜୟ ମହନ୍ତ, ଜତିନ୍ଦ୍ର ଭୋଇ, ସୁରେଖା ନାୟକ ସାବିତ୍ରୀ ଦେଵୀ, ପ୍ରତିମା ଦେଵୀ, ଵିନତା ଦେଵୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ସମ୍ମାନୀତ ଅତିଥି ମାନେ ୫ଟି ଅନ୍ତର୍ଭୁକ୍ତ ସମସ୍ତ କୋଠରୀ ଗୁଡିକ ପରିଦର୍ଶନ କରିଥିଲେ। ୨୦୦ ରୁ ଉର୍ଦ୍ଧ୍ବ ଅଭିଭାବକ, ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଶେଷରେ ଶିକ୍ଷକ ସରୋଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଟି ସମସ୍ତ ଅଭିଭାବକ ଓ ବୁଦ୍ଧିଜୀବୀମାନଙ୍କ , ଶିକ୍ଷାବିତ ଓ ସଭ୍ୟ ସଭ୍ୟା ଙ୍କ ଦ୍ଵାରା ପ୍ରଶଂସନୀୟ ହୋଇ ପାରିଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଏବିଭିପି ତରଫରୁ ମକ୍ ଡ୍ରିଲ୍ ପାଇଁ ପ୍ରସ୍ତୁତି

masiha

ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ତାଲିମ ଅନୁଷ୍ଠିତ 

Sunil Chandra Nayak

କନ୍ଧମାଳ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ସଂଘ ର ବୈଠକ: ବାଲିଗୁଡା ଉପଖଣ୍ଡ ସ୍ତରୀୟ ନୂତନ କର୍ମକର୍ତ୍ତା ନିର୍ବାଚିତ 

Sunil Chandra Nayak

Leave a Comment

error: Content is protected !!