ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧର୍ମଗଡ଼ ବ୍ଲକ ତରାପୁର ଠାରେ ରେ ମହାଭାରତ ପାରାୟଣ ଜ୍ଞାନଯଜ୍ଞ ରେ ଭକ୍ତଙ୍କ ପ୍ରବଳ ସମାଗମ

ଧର୍ମଗଡ଼ ବ୍ଲକ ତରାପୁରରେ ମହାଭାରତ ପାରାୟଣ ମହାଯଜ୍ଞ ଗତ ୬ ତାରିଖ ଚୈତ୍ରପୂର୍ଣ୍ଣିମାରୁ ଆରମ୍ଭ ହୋଇଛି। ମଇ ୫ ତାରିଖ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ମାସ ଧରି ମହାଭାରତ ଯଜ୍ଞ ହେବ। ତରାପୁର ବଜାର ପଡ଼ିଆରେ ତରାପୁର,କର୍ଲାକୋଟ,ସନ୍ଧିମୁଣ୍ଡା ଓ କନକପୁର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ମହାଯଜ୍ଞ ପାଇଁ ବୁଧବାର ଅଧିବାସ ଓ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗୁରୁବାର ପୂର୍ଣ୍ଣିମାଠାରୁ ଯଜ୍ଞ ଆରମ୍ଭ ହୋଇଛି। ପ୍ରତି ୧୦ଟାରୁ ପୂଜା ଓ ପାରାୟଣ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ। ବ୍ରହ୍ମା ଭାବେ ଗୋପାଳ ଜୀ ପ୍ରସାଦ ଠାକୁର, ପଣ୍ଡିତ ସୁନୀଲ ପଣ୍ଡା ବ୍ୟାସ ପୀଠ, ବିଶ୍ବ ରଞ୍ଜନ ଯୋଶୀ ଆଚାର୍ଯ୍ୟ, ଭାସ୍କର ଠାକୁର ସ୍ଵସ୍ତି ବାଚକ, ମହେନ୍ଦ୍ର ଯୋଶୀ ବିଷ୍ଣୁ ଶହସ୍ର ନାମ, ରାଧାମୋହନ ପଣ୍ଡା ଜପକ,ବିଶ୍ବଜିତ ଠାକୁର ବିନାୟକ, ଧନଞ୍ଜୟ ମୁଣ୍ଡ ଯୋଗ ରକ୍ଷକ,ଆର୍ତ୍ତତ୍ରାଣ ମୁଣ୍ଡ ପାଚକ ଭାବେ ଦାୟିତ୍ଵ ତୁଲାଉଛନ୍ତି।

ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାଏକ ଓ ପତ୍ନୀ ପଦୁଁ ନାଏକ କର୍ତ୍ତା ଦାୟିତ୍ବ ତୁଳାଉଛନ୍ତି।ବିଭିନ୍ନ ଦିନ ଏଠାରେ ବିବାହ, ବ୍ରତ, ଚୁଡ଼ା କରଣ, କୁଣ୍ଡାବରି,ଇତ୍ୟାଦି ସାମାଜିକ ସଂସ୍କାର କାର୍ଯ୍ୟକ୍ରମ ଚାଲୁ ରହିଛି ।

ଏହି ମହାଭାରତ ମହାଯଜ୍ଞ ରେ ସଂକଳ୍ପ ନେଇ ଥିବା ବ୍ରତୀ ମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ କୁଡିଆ ମାନ ଆୟୋଜନ କମିଟି ପକ୍ଷରୁ ନିର୍ମାଣ କରାଯାଇଛି। ବ୍ରତ ପାଳନ କରୁଥିବା ବ୍ରତୀ ମାନେ ଏକ ମାସ କାଳ ଉକ୍ତ କୁଡିଆ ରେ ବାସ କରିବା ସହ ନିଷ୍ଠା ର ସହ ମହାଭାରତ ପାରାୟଣ ଓ ପ୍ରବଚନ ଶୁଣିବା ପାଇଁ ମାନସିକ କରିଛନ୍ତି। 

ମହାଭାରତ ଆୟୋଜନ କମିଟିର ସମ୍ପାଦକ ଅବନୀ ସାହୁ, କୋଷାଧ୍ୟକ୍ଷ ରମେଶ ଅଗ୍ରୱାଲ,ସର୍ବଶ୍ରୀ ବାସୁଦେବ ସାହୁ, ଶତ୍ରୁଘନ ଲହଜଲ, ଲମ୍ବୋଦର ଶବର, ନରେଶ ପଟେଲ, ସଞ୍ଜୀବ ସାହୁ, ମର୍ଦ୍ଦରାଜ ସରାପ,ଦୁଷ୍ମନ୍ତ ପଣ୍ଡା, ରଘୁ ପଟେଲ, ଲକ୍ଷ୍ମଣ ସାହୁ, ଟିକଚନ ନାଏକ,ଟଙ୍କଧର ବରିହା ଓ ଗ୍ରାମବାସୀମାନେ ଏଥିରେ ସହଯୋଗ କରୁଛନ୍ତି ।

ମହାଭାରତ ପାରାୟଣ ଶ୍ରବଣ କରିବା ପାଇଁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଓ ନୂଆପଡ଼ା ଜିଲ୍ଲା ଏବଂ ବଲାଙ୍ଗିର,ନବରଙ୍ଗପୁର ଜିଲ୍ଲାର ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ପ୍ରତ୍ୟହ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି।

ଆସନ୍ତା ମଇ ୫ ତାରିଖ ବୈଶାଖ ପୂର୍ଣ୍ଣିମା ଦିନ ଏକ ମାସ ଧରି ଚାଲିଥିବା ମହାଭାରତ ଯଜ୍ଞ ଶେଷ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କନକପୁରରେ ବିରାଟ କଳସ ଶୋଭାଯାତ୍ରା

Sunil Chandra Nayak

ମାଟିଆ ଠାରେ ଷୋହଳ ତମ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ଉଦ୍ଯାପିତ

Sunil Chandra Nayak

ମୁଣ୍ଡୋମହୁଲ ରେ ଗଣ୍ଡ ସମାଜ ର ଆରାଧ୍ୟା ଦେବତା ଶ୍ରୀ ବଡଦେଓ ଙ୍କ ପୌଷ ଯାତ୍ରା ପାଳିତ

masiha

Leave a Comment

error: Content is protected !!