ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

୪୦ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଚାରିଛକ ଦୂର୍ଗା ପୂଜା । ବଲାଙ୍ଗୀର ର ମାଆ ମେଲୋଡ଼ି ବଜାଶାଲ ତାଳରେ ଝୁମିଲେ ଦର୍ଶକ….

୪୦ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଚାରିଛକ ଦୂର୍ଗା ପୂଜା 

ବଲାଙ୍ଗୀର ର ମାଆ ମେଲୋଡ଼ି ବଜାଶାଲ ତାଳରେ ଝୁମିଲେ ଦର୍ଶକ….

ଧର୍ମଗଡ ସହରର ଚାରି ଛକ ସ୍ଥିତ ସାର୍ବଜନୀନ ଦୂର୍ଗାପୂଜା ଚଳିତ ବର୍ଷ ୪୦ ତମ ବର୍ଷ ରେ ପଦାର୍ପଣ କରିଛି। ଗତ ୨୮ ତାରିଖ ଦିନ ବିଲ୍ଵ ବରଣ ଓ ବିଶାଳ କଳସ ଯାତ୍ରା ପରେ ମାଆ ଙ୍କ ଯଥାରୀତି ପୂଜା ଆରମ୍ଭ ହୋଇ ମୁଖ ଦର୍ଶନ ହୋଇଛି।ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ପଣ୍ଡିତ ସରୋଜ କୁମାର ଦାସ, ସହଯୋଗୀ ପୂଜକ ବିଶ୍ବ ରଞ୍ଜନ ଆଚାର୍ଯ୍ୟ,ପଣ୍ଡିତ ଧିରେନ୍ଦ୍ର ପଣ୍ଡା ଓ ସନାତନ ମୁଣ୍ଡ ମା ଙ୍କ ନିୟୋଜିତ ଥିବା ବେଳେ ବେଳେ କର୍ତ୍ତା ଭାବେ ଶ୍ରୀ ତ୍ରିଲୋଚନ ମୁଣ୍ଡ ଓ ପତ୍ନୀ ସୁଭାଷିନୀ ମୁଣ୍ଡ ଦାୟିତ୍ଵ ନିର୍ବାହ କରୁଛନ୍ତି। ପ୍ରତ୍ୟହ ଦୂର୍ଗା ଙ୍କ ର ବିଭିନ୍ନ ରୂପ ରେ ରୀତି ନୀତି ସହ ପୂଜାର୍ଚ୍ଚନା କରାଯିବା ସହ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟହ ଅନ୍ନ ଭୋଗ ଓ ଶୁକ୍ଳ ଭୋଗର ବ୍ୟବସ୍ଥା କରାଯାଇଛି।ସମଗ୍ର ଅଞ୍ଚଳ କୁ ଉଜ୍ବଳ ଆଲୋକ ମାଳ ରେ ସୂସଜ୍ଜିତ କରାଯାଇଛି।ସ୍ଥାନୀୟ ମୂର୍ତ୍ତି କାରିଗର ସଦନ ବିହାରୀ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ଅଜିତ କୁମାର ସେନା ଓ ବାପି ପ୍ରଧାନ ମଣ୍ଡପ ସାଜ ସଜ୍ଜା ଓ ପୂଜା ର ବରିଷ୍ଠ ସଦସ୍ୟ ରାମ ଟେଣ୍ଟ ହାଉସ ର ରାମଦାସ ମେହେର ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରିଛନ୍ତି । ପୂଜା କମିଟି ର ପ୍ରତିଷ୍ଠାତା ସଭାପତି ନିରଞ୍ଜନ ମହାପାତ୍ର,ସଂପାଦକ ଧନିଷ୍ଟ ଲହଜଲ କୋଷାଧ୍ୟକ୍ଷ ସଂଜୟ ପଣ୍ଡା, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସୁଶାନ୍ତ ଲହଜଲ, ଅଶ୍ୱିନ ମୁଣ୍ଡ, ଚନ୍ଦନ ପାତ୍ର, ନବୀନ ସରାଫ, ଚିନ୍ମୟ ମହାପାତ୍ର ଓ ଅନ୍ୟାନ୍ୟ ସଦସ୍ୟ ଙ୍କ ପ୍ରତ୍ୟକ୍ଷ ସହଯୋଗରେ ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଛି। ଏଥର ବଲାଙ୍ଗୀର ର ମାଆ ମେଲୋଡ଼ି ବଜାଶାଲ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ।ଆସନ୍ତା କାଲି ଅକ୍ଟୋବର ୨ତାରିଖ ବିଜୟା ଦଶମୀ ଦିନ ପୂର୍ଣ୍ଣାହୁତି ସହ୍ୟ ମା ଙ୍କର ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶୀତଳ ଷଷ୍ଠୀ ପୂଜାର ଅବ୍ୟବହିତ ପୂର୍ବରୁ ପରମ୍ପରା ଅନୁସାରେ ବିଶ୍ୱେଶ୍ୱର ମହାଦେବ ମନ୍ଦିରରେ ଥାଳ ଉଠା ପାଇଁ ପୂଜାର୍ଚ୍ଚନା ଅନୁଷ୍ଠିତ

ଲୁହାକାନି ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ ଉଦଯାପିତ

Sunil Chandra Nayak

ମାରୱାଡ଼ି ସମାଜ ତରଫରୁ ହନୁମାନ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!