ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରୁପ୍ରାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ୪୭ତମ  ଦୁର୍ଗାପୂଜା ପାଳିତ 

ରୁପ୍ରାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ୪୭ତମ  ଦୁର୍ଗାପୂଜା ପାଳିତ 

ରୁପ୍ରା,୩୦/୯ (ଅଜୟ ସେନାପତି ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ଠାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ପାଳିତ ହେଉଥିବା ୪୭ତମ ଦୁର୍ଗାପୂଜା ପାଇଁ ଅଞ୍ଚଳ ଉତ୍ସବ ମୁଖରିତ ହୋଇଛି। ଗତ ରବିବାର ଦିନ ଅଧିବାସ ଓ ବିଲ୍ୱ ବରଣ ହୋଇଥିବା ବେଳେ ସୋମବାର ସକାଳୁ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିଲା, ସେହିପରି ମଙ୍ଗଳବାର ସକାଳୁ ସୂର୍ଯ୍ୟପୂଜା, ମହା ଅଷ୍ଟମୀ ପୂଜା ସହ ସନ୍ଧ୍ୟାରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଆଳତୀ ସମୟରେ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଓ ମହିଳା ମା’ଙ୍କ ଦର୍ଶନ କରି ଆଶିର୍ବାଦ କାମନା କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଭାବରେ ବ୍ରହ୍ମପୁରର ବିଶିଷ୍ଟ ପୂଜକ ମହେଶ୍ୱର ଶତପଥି ତଥା ସହଯୋଗୀ ପୂଜକ ସିଦ୍ଧାନ୍ତ ମହାପାତ୍ର, ରୁଦ୍ରନାରାୟଣ ଶତପଥି, କୃଷ୍ଣଚନ୍ଦ୍ର ହୋତା ଓ ବିନୋଦ ବିହାରୀ ମିଶ୍ର ଦାୟିତ୍ବ ନିର୍ବାହ କରୁଥିବା ବେଳେ ପୂଜାକର୍ତ୍ତା ଭାବରେ ହେମକାନ୍ତ ମିଶ୍ର ଓ ତାଙ୍କ ପତ୍ନୀ ପୁଷ୍ପଲତା ମିଶ୍ର ଦାୟିତ୍ବରେ ରହିଛନ୍ତି। 

ଉକ୍ତ ପୂଜାରେ ପ୍ରତିଦିନ ସନ୍ଧ୍ୟା ଆଳତୀ ସମୟରେ ନର୍ଲା ମଣିନଗର ପଡାର ଗୁରୁ କେଶବ ସାହୁଙ୍କ ନେତୃତ୍ୱରେ ଘୁମୁରା ବାଦ୍ୟ ପରିବେଷଣ କରୁଛନ୍ତି। ପ୍ରତିଦିନ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି। ପୂଜା କମିଟିର  ସଭ୍ୟ ତେଜରାଜ ସାହୁ (ଏ), ମୃତ୍ୟୁଞ୍ଜୟ ବେହେରା, ବିଷ୍ଣୁ ଚରଣ ସେନାପତି, ବିକ୍ରମ ଗୌଡ, ରବୀନ୍ଦ୍ର ସାହୁ, ମୋହନଚାନ୍ଦ ସାହୁ, ହେମନ୍ତ ସାହୁ, ଡାକରୁଷି ସାହୁ, କିଶୋର ମହାଲିଙ୍ଗ, ଅକ୍ରୁର ସାହୁ, ଲୋଚନ ଗୌଡ, ଜାନକୀ ବଲ୍ଲଭ ସାହୁ, ଅନି ସାହୁ, ଭରତ ଚନ୍ଦ୍ର ନାଏକ, ଉଛବ ସାହୁ, ହରପ୍ରସାଦ ସାହୁ, ବିରେନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ମହେଶ୍ୱର ସାହୁ, ସମ୍ପାଦକ ଗୌରଚନ୍ଦ୍ର ଭୋଇ ତଥା ପୂଜା କମିଟିର ସଭାପତି ପ୍ରମୋଦ ମିଶ୍ର, ଉପସଭାପତି ବନମାଳୀ ସାହୁ, ସମ୍ପାଦକ ଜୟଚନ୍ଦ୍ର ଭୋଇ ଓ ସହ ସମ୍ପାଦକ ତେଜରାଜ ସାହୁ (ବି) ଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହେଉଛି।

Related posts

ବାଲିଗୁଡାରେ ମା’ଶ୍ୟାମା କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳିତ

Sunil Chandra Nayak

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ଚର୍ଚ୍ଚିକା ଠାକୁରାଣୀ ଯାତ୍ରା

Sunil Chandra Nayak

NILAVADI SRI SRI AGNIGANGA MAA THAKURANI HUNDI OPENS, RECEIVES LAKHS IN DONATIONS

masiha

Leave a Comment

error: Content is protected !!