ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସମାପ୍ତ ହେଲା ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

ସମାପ୍ତ ହେଲା ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

ଖମନପଡା ଫୁଟବଲ୍ କ୍ଲବ ଆନୁକୁଲ୍ୟ ରେ ଦୁଇ ଦିନ ଧରି ନର୍ଲାବ୍ଲକ୍ ଅନ୍ତର୍ଗତ ଆଦିବାସୀ ପଡିଆ ଗୁଣପୁର ଚାଲିଥିବ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଆଜି ଉଜ୍ଜା ପିତ ହୋଇ ଯାଇଛି। ଏଠାରେ ୮ଟି ଦଳ ଭାଗ ନେଇ ଥିବା ବେଳେ ସେମି ଫାଇନାଲ ରେ କେସିଙ୍ଗା ବୁଢ଼ାରଜା  କୁ ହରାଇ କୁସୁମ ପଡା ଓ ବୋରଗୁଡା ଦଳ କୁ ହରାଇ ଟକର୍ଲା ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଫାଇନାଲ ଖେଳ ଟକର୍ଲା ଓ କୁସୁମ ପଡା ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା। ନିର୍ଦ୍ଧାରିତ ସମୟ ରେ କେହି କାହାରିକୁ ଗୋଲ ଦେଇ ପାରିନଥିଲେ ଫଳରେ ଟ୍ରାଇବେକର କରାଯାଇ ଥିଲା। ଏଥିରେ ଟକର୍ଲା ଦଳ ୪-୦ ରେ ବିଜୟ ହାସଲ କରିଥିଲା। ସମସ୍ତ ଖେଳ ବିଶି ପ୍ରଧାନ,ବୁଲୁ ମାଝୀ ଓ ଚଞ୍ଚଳ ମାଝୀ ପରିଚାଳନା କରିଥିଲେ ଓ ଚତୁର୍ଥ ରେଫରି ଭାବରେ ସୁରେଶ ମାଝୀ ଦାୟିତ୍ଵ ନିର୍ବାହ କରିଥିଲେ। ମୂଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି (ମୁନ୍ନା)ସମ୍ମାନୀତ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ହରିଶଙ୍କର ମାଝୀ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ଗାଡେବନ୍ଧ ସମିତି ସଭ୍ୟ ପ୍ରତିନିଧି ଅଜିତ ଭୋଇ, ଶିକ୍ଷାବିତ କ୍ଷିତିଶ ଚନ୍ଦ୍ର ମାଝୀ, ସରପଞ୍ଚ ପ୍ରତିନିଧି କେଶରୀ ବାଗ, କେତନ ମାଝୀ, ଡିଙ୍ଗର ମୁଣ୍ଡା, ଗଣେଶ ମୁଣ୍ଡା, ଚୌବନ ମାଝୀ, ଜଙ୍ଗଲ ବିଭାଗ ଫରେଷ୍ଟର ବବ୍ଲୁ ନାଏକ, ସୁରେଶ ମାଝୀ, ଦଶରଥ ଜାନୀ, ଦିଲିପ ବାଗ, କୁମେଶ୍ୱର୍ ମାଝୀ, ରମେଶ ମାଝୀ ପ୍ରମୁଖ ଯୋଗ ଦେଇ ଥିଲେ। ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ଚାମ୍ପିଅନ ଓ ରନରସ୍ ଅଫ୍ ଦଳ କୁ ଟ୍ରଫି ସହ ଅର୍ଥରାଶି ପୁରସ୍କାର ଦେଇ ଥିଲେ। ବେଷ୍ଟ ଗୋଲ କିପର ଭାବରେ ଟୁଟୁ ମାଝୀ ଟକର୍ଲା, ବେଷ୍ଟ ସ୍କୋରର ଭାବରେ ଶଙ୍କର ମାଝୀ କୁସୁମ ପଡା ଓ ବେଷ୍ଟ ରକ୍ଷଣଭାଗ ଖେଳାଳୀ ଭାବରେ କୈଳାସ ମାଝି ଟକର୍ଲା ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସମସ୍ତ ଖେଳର ଧାରାବିବରଣି କଳାହାଣ୍ଡି ର ସୁନାମ ଧନ୍ୟ ଉଦ୍ଦଘୋଷକ ଶଶିକାନ୍ତ ମାଝୀ ସୁନ୍ଦର ଭାବରେ ପ୍ରଦାନ କରି ଦର୍ଶକ ଙ୍କ ମନମୁଗ୍ଧ କରିଥିଲେ। ଏଥିରେ ଆଦିବାସୀ ଫୁଟବଲ୍ ଟିମ୍ ର ସମସ୍ତ ଖେଳାଳୀ ସହଯୋଗ କରିଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ସଫଳତା

masiha

ଧନସରା କ୍ରିକେଟ ଟୁର୍ଣ୍ଣାମେଣ୍ଟ, କପୁରମାଲ ଦଲ ଚାମ୍ପିୟାନ

masiha

ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ରେ ବରିଷ୍ଠ ବିଭାଗ ର ଦୁଇ ଜଣ ଓ କନିଷ୍ଠ ବିଭାଗର ଦୁଇ ଜଣ ସିଲ ପାଇ ହେଲେ ପୁରସ୍କୃତ

masiha

Leave a Comment

error: Content is protected !!