ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ଇଣ୍ଟର କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ଇଣ୍ଟର କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ଇଣ୍ଟର କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାନ୍ଧୋପଲା ସ୍ଥିତ ବିକାଶ ୱିସଡମ୍ ପାର୍କ ଠାରେ ଅନୁଷ୍ଠିତ ହୋଇଥିଲା ।ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍,ଭବାନୀପାଟଣା ନିର୍ଦ୍ଦେଶକ ଡ଼ି.ରାମ କୁମାର ଓ ଡ଼ି.ଶ୍ୟାମ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇ ଏହି ମ୍ୟାଚକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥ୍‌ ଭାବେ ଏକାଡେମିକ ଇଞ୍ଚାର୍ଜ ଡ଼ି.ବିଜୟା,ସରସ୍ଵତୀ ଇନଷ୍ଟିଚ୍ୟୁଟ ଅଫ ଆଇ .ଟି.ଏଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍ ଅଧ୍ୟକ୍ଷ ଡ଼. ସୁଦିପ୍ତ ଜେନାଙ୍କ,ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାଏକ,ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ଯୋଗ ଦେଇ ଖେଳକୁ ଉପଭୋଗ କରିବା ସହିତ ଖେଳାଳୀଙ୍କୁ ଉତ୍ସାହିତ ଓ କୃତି ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ।ଏହି ମ୍ୟାଚ୍ ଗତ ୩ ଦିନ ଧରି ଚାଲିଥିଲା ବୋଲି ଜଣା ପଡିଛି । କଲେଜର ସମସ୍ତ ୬ ଟି ବିଭାଗରେ ଏହି ଖେଳ ଅନୁଷ୍ଠିତ ହୋଇଥିବାବେଳେ ବିକାଶ ରୟାଲ୍ ରେଞ୍ଜର୍ଷ ଏବଂ ବିକାଶ ସୁପର ଷ୍ଟ୍ରାଇକର୍ସ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ଖେଳରେ ବିକାଶ ରୟାଲ୍ ରେଞ୍ଜର୍ଷ ବିଜୟୀ ଲାଭ କରିଥିବାବେଳେ ବିକାଶ ସୁପର ଷ୍ଟ୍ରାଇକର୍ସ ରନର୍ସ ଅଫ ହୋଇଥିଲା ବିକାଶ ସୁପର ଷ୍ଟ୍ରାଇକର୍ସ ଟିମ୍ ପ୍ରଥମେ ବ୍ୟାଟିଂ କରି ବିକାଶ ରୟାଲ୍ ରେଞ୍ଜର୍ଷ ଟିମ କୁ ୫ ୱିକେଟ ରେ ୧୨୧ ରନ ଟାର୍ଗେଟ ଦେଇଥିଲେ । ଏହି ଟାର୍ଗେଟକୁ ପିଛା କରି ବିକାଶ ରୟାଲ୍ ରେଞ୍ଜର୍ଷ ଟିମ ୮ ୱିକେଟ ରେ ୧୨୫ ରନ କରିଥିଲେ। ବିଜେତା ଦଳର ଚନଯୋତ ସିଂହ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇ ଥିବା ବେଳେ ବିକାଶ ସୁପର ଷ୍ଟ୍ରାଇକର୍ସ ର ଆୟୁଷ ପଣ୍ଡା ୫୪ ରନ କରି ୧ ୱିକେଟ ହାସଲ କରିଥିଲେ।ଅମନ ଖାନ ବେଷ୍ଟ ପ୍ଲେୟାର ଭାବରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଠାରେ ବିଜେତା ଦଳର ବେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବରେ ଅନୁରାଗ ମୁଣ୍ଡ ଓ ବେଷ୍ଟ ବ୍ୟାଟ୍ସମ୍ୟାନ୍ ଏବଂ ବେଷ୍ଟ ବୋଲର୍ସ ଭାବରେ ଆଶୁତୋଷ ରାଜପୁତଙ୍କୁ ପୁରସ୍କାର ପ୍ରଧାନ କରାଯାଇଥିଲା ।ବିକାଶ ସୁପର ଷ୍ଟ୍ରାଇକର୍ସ ର ଅଙ୍କୁଶ ବିଶିକୁ ବେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବରେ ପୁରସ୍କାର ପ୍ରଧାନ କରାଯାଇଥିଲା ।ଦୁଇ ଟିମକୁ ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍,ଭବାନୀପାଟଣା ନିର୍ଦ୍ଦେଶକ ଡ଼ି.ରାମ କୁମାର ଓ ଡ଼ି.ଶ୍ୟାମ ଟ୍ରଫି ଉପହାର ଦେଇ ପୁରସ୍କୃତ କରିଥିବାବେଳେ ଏକାଡେମିକ ଇଞ୍ଚାର୍ଜ ଡ଼ି.ବିଜୟା ,ସରସ୍ଵତୀ ଇନଷ୍ଟିଚ୍ୟୁଟ ଅଫ ଆଇ .ଟି.ଏଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍ ଅଧ୍ୟକ୍ଷ ଡ଼. ସୁଦିପ୍ତ ଜେନାଙ୍କ,ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାଏକ,କ୍ରୀଡ଼ା ଶିକ୍ଷକ ମନୋଜ ବିଶ୍ଵାଳ,ବସନ୍ତ ସିଂହ ରାଠୋର,ମହେଶ ତ୍ରିପାଠୀ ସବୁ ଉପସ୍ଥିତ ଥିଲେ ।ବିକାଶ ରୟାଲ୍ ରେଞ୍ଜର୍ଷ ର ଅମନ୍,ଅନୁରାଗ,ବିବେକ,ରଜତ, ଅଙ୍କିତ,ଷ୍ଟିଭ,ଚନଯୋତ, ରଣବୀର,ବ୍ରଜେଶ,ଅଭୟ,ଆୟୁଷ,ସ୍ଵସ୍ତିକ ଏବଂ ବିକାଶ ସୁପର ଷ୍ଟ୍ରାଇକର୍ସ ର ଆଶୁତୋଷ,ଆୟୁଷ ପଣ୍ଡା,ଅଙ୍କୁଶ,ଅଭିଷେକ,ସୋମୁ, ସଂକେତ,ବିଶ୍ୱଜିତ୍, କମଲେଶ,ଆଦିତ୍ୟ,ସୁଭାସିସ,ଅଭିଷେକ ପଣ୍ଡା ପ୍ରମୁଖ ଖେଲାଡ଼ି ମାନେ ଉପସ୍ଥିତ ଥିଲେ । ଖେଳ ପରିଚାଳନା ଜ୍ଞାନ ରଞ୍ଜନ ମିଶ୍ର କରିଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ସୁବର୍ଣ୍ଣ ରେଖା ହାଇସ୍କୁଲ ରେ ବାର୍ଷିକୀ କ୍ରୀଡା ଉତ୍ସବ ଉଦଘାଟନ

masiha

ଖଣ୍ଡାବସା ଉତ୍ସବ ଅବସରରେ ରେ ଫୁଟବଳ ପ୍ରତିଯୋଗିତା ଉଦଘାଟିତ

masiha

କଳାହାଣ୍ଡି କପ ପାଇଁ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

Sunil Chandra Nayak

Leave a Comment

error: Content is protected !!