ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କପୁରମାଲ ପ୍ରିମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତ

ଜୟପାଟଣା:୦୫/୦୨ // କପୁରମାଲ ପ୍ରିମୀୟର ଲିଗ କ୍ରିକେଟ ତୁର୍ଣ୍ଣାମେଣ୍ଟ ଜୟପାଟଣା ବ୍ଲକର ସର୍ବୋତ୍ତମ ଲିଗ । ଏହି ଟୁର୍ଣ୍ଣାମେଣ୍ଟ ୨୦୧୦ ମସିହାରୁ ଆୟୋଜକ ହୋଇଆସୁଛି । ଚଳିତବର୍ଷ ରାୟଗଡା, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାର ୧୬ଟି ବଛା ବଛା ଟିମ ଯୋଗ ଦେଇଥିଲେ । ସେମି ଫାଇନାଲରେ କପୁରମାଲ, ବଡ଼ ପୁଝାରିଗୁଡା ,ମୁଖୀଗୁଡା ଏବଂ ନବରଙ୍ଗପୁର ଉନ୍ନୀତ ହୋଇଥିଲେ । ଫାଇନାଲ ଖେଳ ବଡ ପୁଝାରିଗୁଡା ଏବଂ ମୁଖୀଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଡ ପୁଝାରିଗୁଡା ଟଚ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରେ ୬ ଉଇକେଟ ବିନିମୟରେ ୧୨୨ ବିଶାଳ ସ୍କୋର ସଂଗ୍ରହ କରିଥିଲେ । ବଡ଼ ସ୍କୋରର ଚାପକୁ ପିଛା କରି ମୁଖୀଗୁଡା ନିର୍ଦ୍ଧାରିତ ଓଭରରେ ୮ଉଇକେଟ ବିନିମୟରେ ୯୮ ରନରେ କରିବାକୁ ସମର୍ଥ ହୋଇଥିଲେ । ମ୍ୟାଚର ମେନ ଅଫ ଦ ମ୍ୟାଚ ଡମ୍ବରୁ ଏବଂ ମେନ ଅଫ ସିରିଜ ବ୍ରଜଙ୍କୁ ଦିଆଯାଇଛି । ଏହି ଫାଇନାଲ ଖେଳରେ ପୂର୍ବତନ ମନ୍ତ୍ରୀ ବିଜେପିର ବରିଷ୍ଠ ନେତା ହିମାଂଶୁ ଶେଖର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଟିମକୁ ଟ୍ରଫି ଏବଂ ନଗଦ ରାଶି ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ସ୍ଥାନୀୟ ସରପଞ୍ଚ ପ୍ରତିନିଧି ମାର୍କଣ୍ଡ ପଣ୍ଡା ରନର୍ସ ଅଫ ଟିମକୁ ଟ୍ରଫି ଓ ନଗଦ ରାଶି ପ୍ରଦାନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ,ଶେଷଦେବ ବେହେରା, ବିଜୟ ଦିଶାରୀ,ଜଗମୋହନ ପଟ୍ଟନାୟକ, ଉଆଁସୁ ବିଶ୍ୱାଳ,ରୁଦ୍ର ପ୍ରଧାନୀ ,ବିଭୁତି ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ତୁର୍ଣ୍ଣାମେଣ୍ଟର ବିଜୟୀ ଟିମକୁ ୩୦ହଜାର ଏବଂ ଉପବିଜେତା ଟିମକୁ ୨୦ହଜାର ନଗଦ ରାଶି ପ୍ରଦାନ କରା ଯାଇଥିଲା । ଏହି ଖେଳର ସଫଳ ରୂପାୟନରେ ଆୟୋଜନ କମିଟିର ସଭାପତି ମାଧବ ବାଗ,ଉପ ସଭାପତି ମଣ୍ଟୁ ନାଏକ,କୋଷାଧ୍ୟକ୍ଷ ନବୀନ ବାଗ,ତଥା କପୁରମାଲ କ୍ରିକେଟ କ୍ଲବର ସମସ୍ତ ସଦସ୍ୟଙ୍କର ଭୂମିକା ପ୍ରଶଂସନୀୟ ଥିଲା ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ଉତ୍କଳ ଆର୍ଟିଷ୍ଟସ ଏସୋସିୟେଶନ ପକ୍ଷରୁ ସେଲେବ୍ରିଟୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଜାତୀୟ ସ୍ତରରେ କବାଡି ଖେଳାଳି ଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଅଜିତ୍ ଯୋଷୀ

masiha

ଭାଗିରଥି ଯୁବକ ସଂଘ ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!