ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ନିଟ ରେ ବାଣପୁର ଝିଅ କୁମାରୀ ଶତାବ୍ଦୀ ନନ୍ଦ ର କୁର୍ତ୍ତିତ୍ୱ

ବାଣପୁର:- ଗତ ୪ ତାରିଖ ରେ ରାଉରକେଲା ନିଟରେ ଅନୁଷ୍ଠିତ ହୋଇଥିବା ସମାବର୍ତ୍ତନ ଉତ୍ସବ ୨୦୨୨ରେ କୁମାରୀ ଶତାବ୍ଦୀ ନନ୍ଦ ଵୟୋଟକନଲୋଜି ରେ ସର୍ବୋଚ୍ଚ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ପାଇବାର ଅଧିକାରିଣୀ ହୋଇଥିବାରୁ ତାଙ୍କୁ ରାଉରକେଲା ନିଟ ତରଫରୁ ସ୍ୱର୍ଣ୍ଣbପଦକ ଓ ସାର୍ଟିଫିକେଟ ଦିଆଯାଇ ସମ୍ମାନିତ କରିଛନ୍ତି। ଏହି ଉତ୍ସବ ରେ ସେଲ ର ଅଧକ୍ଷ୍ୟ ଶ୍ରୀମତୀ ସୋମା ମଣ୍ଡଳ ମୁଖ୍ୟ ଅତିଥି ହୋଇ କୁମାରୀ ନନ୍ଦ କୁ ପୁରସ୍କାର ପ୍ରଦାନ କରିଥିଲେ. କୁମାରୀ ଶତାବ୍ଦୀ ନନ୍ଦ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଭୀମପୁର ଗ୍ରାମ ନିବାସୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶ୍ରୀ ବିଭୂତି ନନ୍ଦ ଓ ଶିକ୍ଷୟତ୍ରୀ କଳ୍ପନା ମହାପାତ୍ର ଙ୍କ ଏକ ମାତ୍ର ଦୁହିତା ଅଟନ୍ତି. ଶତାବ୍ଦୀ ନନ୍ଦ ଏହା ପୂର୍ବରୁ ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ରୁ ଷଷ୍ଠ ରୁ ଦ୍ୱାଦଶ ଶ୍ରେଣୀ ପ୍ରଯ୍ୟନ୍ତ ଅଧୟନ କରି ଅନୁଷ୍ଠାନ ର ଶ୍ରେଷ୍ଠ ଛାତ୍ରୀ ରୂପେ ପୁରସ୍କୃତ ହୋଇଥିଲେ। ତତସହିତ ଦଶମ ଶ୍ରେଣୀ ସିବିଏସ୍ ବୋର୍ଡ ରେ ଓଡିଶା ର ନବଦୟ ଗୁଡିକ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅକ୍ତିଆର କରିଥିଲେ। ସେ +2ପରୀକ୍ଷାର ବିଜ୍ଞାନ ବିଷୟରେ ସର୍ବୋଚ୍ଚ ନମ୍ବର ରଖି ଭୋପାଲ ନବଦୟ ତରଫରୁ ମଧ୍ୟ୍ୟ ପୁରସ୍କୁତ ହୋଇଥିଲେ। କୁମାରୀ ନନ୍ଦ ପିଲା ଦିନରୁ ବିଭିର୍ଣ୍ଣ ସଂସ୍ଥା ଦ୍ୱାରା କରାଯାଇଥିବା ବତୃତା, କବିତା, ଗଳ୍ପ ଇତ୍ୟାଦି ରେ ଭାଗ ନେଇ ବହୁ ପୁରସ୍କାର ପାଇଛନ୍ତି। ସେ ପିଲା ଦିନରୁ ଜଣେ ମେଧାବୀ ଛାତ୍ରୀ ଥିଲେ ତେଣୁ ଏପରି ପ୍ରାଥୀଭା ସମ୍ପର୍ଣ ଆମ ବାଣପୁର ମାଟି ପାଇଁ ଗର୍ବିତ ଓ ଏପରି ସଫଳତା ପାଇଁ ଶତାବ୍ଦୀ ପ୍ରଭୁ କୃପା ଓ ଶିକ୍ଷକ, ଶିକ୍ଷୟତ୍ରୀ, ଗୁରୁଜନ ମାନଙ୍କ ଆଶ୍ରିବାଦ କୁ ଶ୍ରେୟ ଦେଇଛନ୍ତି।।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

୩ମାସ ବଦଳ ରେ ୨ମାସ ଚାଉଳ ବଣ୍ଟନ ମାମଲା ରେ ଏମ୍ ଆଇ ଫସିବା ସହିତ, ପିଇଓ ଓ ଯୋଗାଣ ସହାୟକ ଙ୍କୁ ବି ଫସାଇଦେଲେ। ହିତାଧିକାରୀ ନିଜ ହକ ଚାଉଳ ପାଇବେ କେବେ?

Sunil Chandra Nayak

ଅଭିଷେକ ବେହୁରିଆ ହେଲେ ମିଃ ରାଉରକେଲା ୨୦୨୨

Sunil Chandra Nayak

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସମ୍ବଲପୁର ଦିନ ପାଳନ

Sunil Chandra Nayak

Leave a Comment

error: Content is protected !!