ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତରାପୁର ଗ୍ରାମର ପୁର୍ବତନ ସରପଞ୍ଚ ବାସୁଦେବ ସାହୁ ଙ୍କ ପରଲୋକ

ତରାପୁର ଗ୍ରାମର ପୁର୍ବତନ ସରପଞ୍ଚ ବାସୁଦେବ ସାହୁ ଙ୍କ ପରଲୋକ

ବରିଷ୍ଠ ସମାଜସେବୀ ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିତ୍ୱ ତରାପୁର ଗ୍ରାମର ପୁର୍ବତନ ସରପଞ୍ଚ ତଥା ପଞ୍ଚାୟତ ହାଇସ୍କୁଲର ପ୍ରତିଷ୍ଠାତା ବାସୁଦେବ ସାହୁ ଙ୍କର ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି।ଦକ୍ଷିଣୀ ଶୌଣ୍ଢିକ ମହାସଂଘ,କଳାହାଣ୍ଡି ଟିଟଲାଗଡ ସବଡିଭିଜନ୍ ର ସଭାପତି ଆଇନଜୀବି ଥବିର ପ୍ରସାଦ ସାହୁ ଙ୍କ ସେ ବଡ ଭାଇ। ସ୍ବର୍ଗତ ଶ୍ରୀ ସାହୁଙ୍କ ଉଦ୍ୟମରେ ତରାପୁର ଠାରେ ପଞ୍ଚାୟତ ହାଇସ୍କୁଲ ର ସ୍ଥାପିତ ହୋଇଥିଲା। ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତରାପୁର ଠାରେ ଏକ ଭବ୍ୟ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ହୋଇଛି। ଏହାଛଡା ସେ ୧୯୯୦ ମସିହାରେ ତରାପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ରହି ପଞ୍ଚାୟତର ବହୁବିଧ ବିକାଶ ପାଇଁ ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ।ଦକ୍ଷିଣୀ ଶୌଣ୍ଢିକ ମହାସଂଘ ଜୁନାଗଡ଼ ଓ ଧର୍ମଗଡ଼ ବ୍ଲକ ର ସେ ସଭାପତି ମଧ୍ଯ ରହି ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ।

ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ବଡ ପୁଅ କିଶୋର ଚନ୍ଦ୍ର ସାହୁ, ମଝିଆ ପୁଅ କେତନ ସାହୁ,ଇନ୍ଦ୍ରମଣି ସାହୁ, ସାନପୁଅ ସଞ୍ଜୀବ କୁମାର ସାହୁ ସମେତ ବୋହୂ, ନାତି ନାତୁଣୀ ଓ ଆତ୍ମୀୟ ପରିଜନ ଉପସ୍ଥିତ ଥିଲେ। ଆତ୍ମୀୟ ସ୍ୱଜନ, ବନ୍ଧୁ ବର୍ଗ ଓ ତାଙ୍କର ଶୁଭେଚ୍ଛୁ ମାନଙ୍କ ଗହଣରେ ଆଜି ତାଙ୍କର ଶେଷକୃତ୍ୟ ଶେଷ ହୋଇଛି। ମଝିଆ ପୁଅ ଇନ୍ଦ୍ରମଣି ସାହୁ ମୁଖାଗ୍ନୀ ଦେଇଥିଲେ।ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ବେଲଝରୀ ଗ୍ରାମରେ ବଡ ଆଡମ୍ବରରେ ରଜ ପର୍ବ ପାଳିତ 

masiha

କନ୍ଧରା ଗ୍ରାମରେ ଡାକମେଳା ଉତ୍ସବ ପାଳିତ

Sunil Chandra Nayak

ଦୀର୍ଘ ପ୍ରତୀକ୍ଷା ର ଅନ୍ତ ,ତେନ୍ତୁଳିଖୁଣ୍ଟି ନୋଡାଲ ବାପୁଜି ହାଇସ୍କୁଲରେ ବାଳିକା ସେବାଶ୍ରମ ଆରମ୍ଭ ହେଲା  :ଦେଓପାଲି ରେ କେବେ ?

Sunil Chandra Nayak

Leave a Comment

error: Content is protected !!