ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାନଭାଇକୁ ଗୁଳି କରି ହତ୍ୟା ମାମଲା  ଜେଲ ଗଲା ହତ୍ୟାକାରୀ ବଡ଼ଭାଇ 

ସାନଭାଇକୁ ଗୁଳି କରି ହତ୍ୟା ମାମଲା 

ଜେଲ ଗଲା ହତ୍ୟାକାରୀ ବଡ଼ଭାଇ 

ଲାଞ୍ଜିଗଡ଼,୦୯/୦୨(ମନିସ)-ଶୁକ୍ରବାର ରାତିରେ ଗୁଳି କରି ନିଜ ସାନଭାଇକୁ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ବଡ଼ଭାଇକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି ବିଶ୍ୱନାଥପୁର ପୁଲିସ। ଶନିବାର ଦିନ ଏହି ଘଟଣାରେ ତଦନ୍ତ ଆରମ୍ଭ କରି ଶବ ଜବତ କରି ଉପରିସ୍ଥ ଅଧିକାରୀ ଓ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଥିଲା। ବିଶ୍ୱନାଥପୁର ଥାନାଧିକାରୀ ମମତା ହେମ୍ବ୍ରମଙ୍କ ନେତୃତ୍ୱରେ ପୁଲିସ ତଦନ୍ତ କରିଥିବାବେଳେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ପୁଲିସ ଉପଖଣ୍ଡ ଅଧିକାରୀ ଅଜୟ ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକ ସାନଭାଇ ପୂର୍ଣ୍ଣ ମାଝୀର ସ୍ତ୍ରୀ ଚୁମକି ମାଝୀଙ୍କ ଅଭିଯୋଗ କ୍ରମେ ହତ୍ୟାକାରୀ ବଡ଼ଭାଇ କୃଷ୍ଣ ମାଝୀକୁ ଅଟକ ରଖି ପଚରାଉଚୁରା କରିବା ସହିତ ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ଏନେଇ ବିଶ୍ୱନାଥପୁର ଥାନା କେସ ନଂ ୦୯/୨୦୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ଥିବା ଥାନାଧିକାରୀ ଶ୍ରୀମତୀ ହେମ୍ବ୍ରମ ସୂଚନା ଦେଇଛନ୍ତି।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ତୁମୁସିଙ୍ଗା ଥାନା ହାଜତରୁ ଅଭିଯୁକ୍ତ ଗୁଡ଼ୁ ଫେରାର।  ଥାନାରେ ନୂଆ ମାମଲା ରଜୁ

Sunil Chandra Nayak

ଘାସ ମରା କୀଟନାଶକ ଔଷଧ ହେଲା କାଳ ୧୫ ଏକର ଧାନ ନଷ୍ଟ। କ୍ଷତି ପୂରଣ ଦାବି କରି ଥାନାରେ ଏତଲା ଦେଲେ ଚାଷୀ

Sunil Chandra Nayak

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି, ୨ଟି ମୋଟର ସାଇକେଲ ଜବତ

masiha

Leave a Comment

error: Content is protected !!