ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସଂକଟାପନ୍ନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଅଣାଗଲା। ହସ୍ପିଟାଲରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ

କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗୁଳିମାଡ଼ର ଶିକାର ହୋଇ ସଂକଟାପନ୍ନ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲକୁ ଅଣାଯାଇଛି। ବିମାନବନ୍ଦରରୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ଯାଏ ଗ୍ରିନ୍ କରିଡରରେ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆପୋଲୋ ହସ୍ପିଟାଲରେ ପହଞ୍ଚିଛନ୍ତି। ତେଣେ ଆପୋଲୋ ହସ୍ପିଟାଲରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବିଜେଡି ନେତା ପହଞ୍ଚିଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅବସ୍ଥା ସଂକଟାପନ୍ନ ଥିବା ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟିଂ ପ୍ରକ୍ରିୟା ଜାରି ରହିଛି। ଏବେ ତାଙ୍କୁ ଝାରସୁଗୁଡ଼ା ବିମାନବନ୍ଦରରୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲକୁ ଅଣାଯାଇଛି।

ବ୍ରଜରାଜନଗରର ଗାନ୍ଧୀଛକ ଫାଣ୍ଡିର ଏଏସଆଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଛନ୍ତି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଆସିଥିଲେ। ସେ ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଜଣେ ଫାଣ୍ଡି ଅଧିକାରୀ ଗୋପାଳ ଦାସ ଅତି ନିକଟରୁ ତାଙ୍କ ସର୍ଭିସ ରିଭଲଭରରେ ଗୁଳିମାଡ଼ କରିଥିବା ଜଣାଯାଇଛି।

ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବ ଦାସଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଗୋପାଳ ଦାସ କିଏ ?

ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଆଜି ବ୍ରଜରାଜନଗରରେ ଗୁଳିମାଡ଼ ହୋଇଛି। ଜଣେ ପୁଲିସ କର୍ମଚାରୀଙ୍କ ଗୁଳିମାଡ଼ର ଶିକାର ହେଲା ପରେ ଶ୍ରୀ ଦାସଙ୍କୁ ଗୁରୁତର ଅବସ୍ଥାରେ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ନବ ଦାସଙ୍କୁ ବିମାନବନ୍ଦରରୁ ଗ୍ରିନ୍ କରିଡ଼ରରେ ନିଆଯାଇ ଆପଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମନ୍ତ୍ରୀ ଶ୍ରୀ ଦାସଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେବେ ଗୁଳିମାଡ଼ କରିଥିବା ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସ କିଏ ସଂକ୍ଷେପରେ ଜାଣନ୍ତୁ। କାହିଁକି ସେ ଏପରି କାଣ୍ଡ ଘଟାଇଲେ?

ବିଭିନ୍ନ ସୂତ୍ରରୁ  ମିଳିଥିବା  ରିପୋର୍ଟ ଅନୁସାରେ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ଗାନ୍ଧି ଛକ ଫାଣ୍ଡିରେ ଇନଚାର୍ଜ ଭାବେ ମୁତୟନ ଥିଲେ। ସେ ବ୍ରଜରାଜଗନରରେ ରହୁଥିବା ବେଳେ  ଗଂଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶିଳ୍ପାଞ୍ଚଳରେ ଗୋପାଳ ଦାସଙ୍କ ପରିବାର  ରହୁଛନ୍ତି। ଗଞ୍ଜାମ ଜିଲ୍ଲା ଜଳେଶ୍ବରଖଣ୍ଡିରେ ସେ ଜନ୍ମ ହୋଇଥିଲେ ବୋଲି ସୂଚନା ମିଳିଛି। ଚାକିରି ଜୀବନ ଆରମ୍ଭ କରିବା ସମୟରେ ସେ କନେଷ୍ଟବଳ ଥିଲେ। ବିଗତ ୧୨ ପୂର୍ବରୁ କନଷ୍ଟେବଳରୁ ପଦୋନ୍ନତି ପାଇ ଏଏସ୍ଆଇ ପଦରେ ଅବସ୍ଥାପିତ ହୋଇଥିଲେ। ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ମୁତୟନ ହୋଇଛନ୍ତି।

ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସ କହିଛନ୍ତି, ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ସଂପର୍କରେ ମୁଁ କିଛି ଜାଣି ନାହିଁ। ଝିଅଙ୍କ ସହିତ ଆଜି ଭିଡିଓ କଲିଂରେ କଥା ହୋଇଥିଲେ। ଅଚାନକ କାମ ଅଛି କହି କଲ୍ କାଟି ଦେଇଥିଲେ। ତେଣୁ ତାଙ୍କ ସହିତ ମୁଁ ମୋବାଇଲ୍ ଫୋନରେ କଥା ହୋଇପାରିନାହିଁ। ୪ରୁ ୫ ବର୍ଷ ଆଗରୁ ଘରକୁ ଆସିଥିଲେ। ସେ ମାନସିକ ରୋଗର ଶିକାର ଥିଲେ। ମନ୍ତ୍ରୀଙ୍କ ସହିତ ଶତ୍ରୁତା ନେଇ ମୁଁ କିଛି ଜାଣି ନଥିଲି। ଏବେ ମୋ ପିଲାମାନେ ଚିନ୍ତାରେ ଅଛନ୍ତି। ଘଟଣାର ତଦନ୍ତ ହେବା ଦରକାର।

ତେବେ ମାସକ ତଳେ ମନ୍ତ୍ରୀ ନବ ଦାସ ଗାଳି ଦେଇଥିଲେ ବୋଲି କୁହାଯାଉଛି। ଯଦି ଏହି ଘଟଣା ସତ ହୋଇଥିବ, ତା’ହେଲେ ଏଥିରେ ଗୋପାଳ ଦାସ ପ୍ରତିକ୍ରିୟାଶୀଳ ହୋଇ ଏହି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କୌଣସି ଠୋସ୍ କଥା ସାମ୍ନାକୁ ଆସିନାହିଁ। ତେଣେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମାନସିକ ରୋଗରେ ପୀଡ଼ିତ ଥିଲେ ବୋଲି ଅଭିଯୁକ୍ତ ଗୋପାଳ ଦାସ ଙ୍କ ପତ୍ନୀ ଙ୍କ ବୟାନ…..

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଗୁଳିମାଡ଼ର ଶିକାର ହେଲା ପରେ ଭୁବନେଶ୍ବର ଆପ‌ଲୋ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଅବସ୍ଥା ଗୁରୁତର ରହିଛି। ପୁଲିସ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାରି ମଧ୍ୟରେ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସଙ୍କ ମତାମତ ଆସିଛି। ସେ ଗଣମାଧ୍ୟମକୁ କହିଛନ୍ତି, ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ସଂପର୍କରେ ମୁଁ କିଛି ଜାଣି ନାହିଁ। ସକାଳେ ଝିଅ ସହିତ ମୋ ସ୍ବାମୀ ଆଜି ଭିଡିଓ କଲିଂରେ କଥା ହୋଇଥିଲେ। ଅଚାନକ କାମ ଅଛି କହି କଲ୍ କାଟି ଦେଇଥିଲେ। ତେଣୁ ତାଙ୍କ ସହିତ ମୁଁ ମୋବାଇଲ୍ ଫୋନରେ କଥା ହୋଇପାରିନାହିଁ। ୪ରୁ ୫ ମାସ ଆଗରୁ ଘରକୁ ସେ ଆସିଥିଲେ। ସେ ମାନସିକ ରୋଗରେ ପୀଡ଼ିତ ଥିଲେ। ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ସେଥିପାଇଁ ଔଷଧ ଖାଉଥିଲେ। ରକ୍ତଚାପ ପାଇଁ ମଧ୍ୟ ଔଷଧ ଖାଉଥିଲେ। ମନ୍ତ୍ରୀଙ୍କ ସହିତ ଶତ୍ରୁତା ନେଇ ମୁଁ କିଛି ଜାଣି ନଥିଲି। ଘଟଣାକୁ ନେଇ ଏବେ ମୋ ପିଲାମାନେ ଚିନ୍ତାରେ ଅଛନ୍ତି। ଘଟଣାର ତଦନ୍ତ ହେବା ଦରକାର।

ସେହିପରି ଗୋପାଳ ଦାସଙ୍କ ପୁଅ ମନୋଜ କୁମାର ଦାସ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ମନୋଜ କହିଛନ୍ତି , ଗୁଳିମାଡ଼ ସଂପର୍କରେ ଆମେ କିଛି ଜାଣି ନଥିଲୁ। ବାପା ପ୍ରାୟ ୮ ବର୍ଷ ହେଲା ମାନସିକ ରୋଗ ଚିକିତ୍ସା କରି ଔଷଧ ଖାଉଥିଲେ। ବ୍ରହ୍ମପୁରରୁ ଔଷଧ ପଠା ଯାଉଥିଲା। ତାଙ୍କ ଉପର ଅଫିସରଙ୍କୁ ଛୁଟିରେ ବାପାଙ୍କୁ ଛାଡ଼ିବାକୁ ନିଜେ ଯାଇ ଅନୁରୋଧ କରିଥିଲି। କୋଭିଡ ଓ ଓଭରଡ୍ୟୁଟି ଯୋଗୁଁ ଦୁଇ ବର୍ଷ ହେଲା ଡାକ୍ତରଙ୍କ ପାଖରେ ଚେକ୍‌ଅପ୍‌ ହୋଇପାରିନଥିଲା। ମେଡ଼ିସିନ ବଦଳାଇବାର ଥିଲା। ହେଲେ ଛୁଟି ସରିଯାଇଥିବାରୁ ଛୁଟି ଦିଆଯାଇପାରିବ ନାହିଁ ବୋଲି ଉପର ଅଧିକାରୀ କହିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୭ ବର୍ଷ ଜେଲ ଦଣ୍ଡାଦେଶ

Sunil Chandra Nayak

ମାଓବାଦୀଙ୍କ ସହୀଦ ସପ୍ତାହ ପୂର୍ବ ରୁ ପୋଷ୍ଟର ଜାରୀ କଲା ମାଓ ସଂଗଠନ

Sunil Chandra Nayak

ଦୁବୁଲାବେଡାରେ ଠିଆ ହୋଇଥିବା ଦଶ ଚକିଆ ହାଇୱ। ଗାଡ଼ିରୁ ବ୍ୟାଟେରୀ ଚୋରି ନେଇ ଥାନାରେ ଅଭିଯୋଗ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort