ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ. ରାମପୁର ସହର ରେ ମାଙ୍କଡ ଙ୍କ ଆତଙ୍କରାଜ

ମ. ରାମପୁର,୨୯/୦୧(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ସହରରେ ଏବେ ହନୁ ଓ ପାତି ମାଙ୍କଡଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ସାଧାରଣ ଲୋକେ ଆତଙ୍କିତ ଥିବା ବେଳେ ବନ ବିଭାଗ କିନ୍ତୁ ହାତ ଟେକି ଦେଇଛି। ଏବେ ଜଙ୍ଗଲ ଛାଡ଼ି ପାତି ଓ ହନୁ ମାଙ୍କଡ ସହର ମୁହାଁ ହୋଇଛନ୍ତି। ଏହାସହ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡୁ ଥିବା ସହ ଲୋକଙ୍କ କ୍ଷେତ ବାଡ଼ି ରୁ ଫଳ , ପନିପରିବା , ହରଡ ମୁଗ ଇତ୍ୟାଦି ମଧ୍ୟ ନଷ୍ଟ କରୁଛନ୍ତି। ବସଷ୍ଟାଣ୍ଡ ପରିସରରେ ଥିବା ଦୋକାନୀ ମାନେ ମଧ୍ୟ ମାଙ୍କଡଙ୍କ ଦୌରତମ୍ୟ ରେ ଅତିଷ୍ଠ ହୋଇପଡ଼ିଛନ୍ତି l ଦୋକାନୀ ଟିକିଏ ଅନ୍ୟମନସ୍କ କିମ୍ବା ଅନୁପସ୍ଥିତ ରହିଲେ ବିସ୍କୁଟ, କେକ୍ ତଥା କଦଳୀ, ସେଓ ଆଦି ଫଳ ମୂଳ ଧରି ପଳାଉଛନ୍ତି l ଗତ ଶୁକ୍ରବାର ଦିନ ପାଇକପଡ଼ା ର ପ୍ରାୟ ୨୨ ଜଣ ବ୍ୟକ୍ତିଙ୍କୁ କାମୁଡି ଛନ୍ତି l ସେମାନଙ୍କ ମଧ୍ୟରେ ଛୋଟଛୁଆ ମଧ୍ୟ ରହିଛନ୍ତି। ଏହି ବ୍ୟକ୍ତି ମନେ ମାଙ୍କଡ କାମୁଡ଼ା ରେ ଆହତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭ୍ୟାକସିନ୍ ନେଇ ଚିକିତ୍ସା ହେଉଛନ୍ତି । କିନ୍ତୁ ସେଠାରେ ମଧ୍ୟ ଆବଶ୍ୟକ ଅନୁଯାୟୀ ଭ୍ୟାକସିନ୍ ମହଜୁଦ ନଥିବା ଅଭିଯୋଗ ହୋଇଛି। କେବଳ ମଣିଷ କୁ ଆକ୍ରମଣ ନୁହେଁ ଘରେ ଲୋକେ ପାଳନ କରୁଥିବା କୁକୁଡା ଓ ପାରା ଦେଇଥିବା ଅଣ୍ଡା ଓ ଛୁଆ କୁ ମଧ୍ୟ ଖାଇପକାଉଛନ୍ତି ଏବଂ ଘରେ ପଶି ଜିନିଷ ପତ୍ର ବୋହି ନେଉଛନ୍ତି l ଏନେଇ କିଛି ବ୍ୟକ୍ତି ଏହାର ନିରାକରଣ ପାଇଁ ବନ ବିଭାଗ କୁ ସୂଚନା ଦେଇଥିଲେ ହେଁ ବନ ବିଭାଗ ଆଇନ ରେ କୌଣସି ବ୍ୟବସ୍ଥା ନ ଥିବାରୁ ଏହାର ପ୍ରତିକାର କରି ହଉନାହିଁ ବୋଲି କହିଥିଲେ। ଏଣୁ ବୁଦ୍ଧିଜିବୀ ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବନ ବିଭାଗ ପକ୍ଷରୁ ଏହାର ସମାଧାନ ପାଇଁ ତ୍ୱରିତ ପଦେକ୍ଷପ ଗ୍ରହଣ କରାଯିବା ପାଇଁ ଦାବି ହୋଇଛି ଏବଂ ସରକାର ଏଦିଗରେ ତୁରନ୍ତ ଦୃଷ୍ଟି ନ ଦେଲେ ଧନ ଜୀବନ ପ୍ରତି ବିପଦ ଦେଖାଦେବ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଚରାମୁଳା କୃଷି କ୍ଷେତ୍ରରେ ଆନ୍ଧ୍ର କୃଷି ଶ୍ରମିକ 

Sunil Chandra Nayak

ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତି ଗ୍ରାମସଭା

masiha

ଗରିମା ପରିବାର ଓ ଲାୟନ୍ସ ଇଣ୍ଟରନ୍ୟାସନାଲ ମିଳିତ ସହଯୋଗରେ ଜୁନ୍ ୧୭ ରଜ ମଉଜରେ ରଜ ରାଜକୁମାରୀ ସିଜିନ୍-୫

Leave a Comment

error: Content is protected !!