ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବିଶ୍ୱ ଶାନ୍ତି ଅଲେଖ ମହିମା ଯଜ୍ଞ ଅନୁଷ୍ଠିତ 

ଗୋଳାମୁଣ୍ଡା ତା ୨୯/୧ /ମସିହା // କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖାଲିଆପାଲି ଠାରେ ବିଶ୍ୱ ଶାନ୍ତି ଅଲେଖ ମହିମା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞଟି ବୈଦ୍ୟରାଜ୍ ଦ୍ଵାରିକା ନାଥ ଭକ୍ତ,ପଦ୍ମନ ଭକ୍ତ,ଲଛିଦ୍ର ଭକ୍ତ,ତଥା ଖାଲିଆପାଲି ଗ୍ରାମବାସୀ ଓ ଜଗତ ଭଗତ ବୃନ୍ଦଙ୍କ ନେତୃତ୍ୱରେ ହୋଇଥିଲା । ଏହି ମହାସମରୋହରେ ବ୍ରହ୍ମ- ଅବଧୂତ ଶ୍ରୀମଦ ସନ୍ତୋଷ ବାବା, ବ୍ରହ୍ମ- ଅବଧୂତ ଶ୍ରୀମଦ କିଶୋର ଚନ୍ଦ୍ର ବାବା, ବ୍ରହ୍ମ-ଅବଧୂତ ଶ୍ରୀମଦ କପିଳେନ୍ଦ୍ର ବାବା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯଜ୍ଞଟିକୁ ଆରମ୍ଭ କରିଥିଲେ । ଅଞ୍ଚଳର ଅନେକ ଭକ୍ତ ବହୁ ସଂଖ୍ୟାରେ ଯୋଗ ଦେଇ ନିଜ ନିଜ ଦୁଃଖଦୂର ନିମନ୍ତେ ଦର୍ଶନ କରିବାକୁ ଭିଡ଼ ଜମିଥିଲା । ବାବା ମାନଙ୍କ ଅଷ୍ଟ ଭଜନ ଗାଇବା ସହ ପ୍ରବଚନ ମଧ୍ୟ କରାଯାଇଥିଲା । ଯଜ୍ଞରେ ଶ୍ରୀମତୀ ଆନନ୍ଦିନୀ ସିଂହ ଓ ଶ୍ରୀଯୁକ୍ତ ବିନୋଦ ବିହାରୀ ସିଂହ କର୍ତ୍ତା ଥିବା ବେଳେ ପରିଚାଳନା ଦାୟିତ୍ୱରେ ସାଧୁ ରବୀନ୍ଦ୍ର ଦାସ ,ସାଧୁ ଲକ୍ଷେଶ୍ୱର ଦାସ, ସାଧୁ ଧର୍ମାନନ୍ଦ ଦାସ, ସାଧୁ ରାମ ଦାସ,ସାଧୁ ଗୋକୁଳାନନ୍ଦ ଦାସ,ସାଧୁ ଅନନ୍ତ ଦାସ,ସାଧୁ ଦେବାରଚନ ଦାସ, ସାଧୁ ଫକୀର ଦାସ ତଥା ସତ୍ୟ ମହିମା ଧର୍ମ ସମାଜ ପଶ୍ଚିମ ଓଡିଶା ରହି ପରିଚାଳନା କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବ୍ରହ୍ମlକୁମାରୀ ଗୀତା ପାଠଶାଳା ରେ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ପାଳିତ

Sunil Chandra Nayak

ମନ୍ଦିର ମାଳା ମିଶନରେ ଯୋଡ଼ିହେବ ଉତ୍ତରାଖଣ୍ଡର ଅବହେଳିତ ଜଗନ୍ନାଥ ମନ୍ଦିର

Sunil Chandra Nayak

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ଙ୍କ ୧୩୫ ତମ ଜନ୍ମ ବାର୍ଷିକୀ ତଥା ଖାତିଗୁଡା ସତସଙ୍ଗ ଶ୍ରୀ ମନ୍ଦିର ର୨୮ଭିତମ ସ୍ମାରକୀ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!