ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁରେ ଚାଷୀର କୃଷି ଭିତ୍ତିକ ପର୍ବ ଉଁଆଷ ପର୍ବ ପାଳିତ 

ଡାବୁଗାଁରେ ଚାଷୀର କୃଷି ଭିତ୍ତିକ ପର୍ବ ଉଁଆଷ ପର୍ବ ପାଳିତ 

ଡାବୁଗାଁ, ୪/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକରେ ଚାଷୀ ମାନଙ୍କର କୃଷି ଭିତ୍ତିକ ପର୍ବ ଉଁଆଷ ପର୍ବ ବେଶ୍ ଉତ୍ସାହର ସହ ରବିବାର ପାଳିତ ହୋଇଯାଇଛି | ଏହି ପର୍ବ ପ୍ରତିବର୍ଷ ଶ୍ରବଣ ମାସର ଅମାବାସ୍ୟା ଦିନ ପାଳନ ହୋଇଥାଏ | ଯେହେତୁ ଏହି ପର୍ବ ଅମାବାସ୍ୟା ଦିନ ପାଳନ ହୋଇଥାଏ ତେଣୁ ଆଦିବାସୀ ଭାଷାରେ ଉକ୍ତ ପର୍ବର ନାମ ରହିଛି ଉଆଁସ ପର୍ବ | ଏହି ଦିନ ସକାଳୁ ଚାଷୀମାନେ ଉଠି ନିତ୍ୟକର୍ମ ସାରି ହାତରେ କଞ୍ଚା କ୍ଷୀର, ଦେଓ ବାଡ଼ନି, ରସନା ପତ୍ର, ଦିଉନା ଲଟା, ବାତ୍ରୀ ପତ୍ର ଓ ଧୂପଦୀପ ଆଦି ପୂଜା ସାମଗ୍ରୀ ସାଙ୍ଗରେ ଧରି ନିଜ ନିଜ ଧାନ ଜମିରେ ଯାଇ ପୂଜାର୍ଚ୍ଚନା କରିଥାନ୍ତି | ପରେ ନିଜ ନିଜ ଘରେ ବିଭିନ୍ନ ପ୍ରକାର ପିଠା ପଣା ଓ ଆମିଷ ରନ୍ଧାଯାଇ ପରିବାର ଓ ବନ୍ଧୁ ବାନ୍ଧବ ଙ୍କ ସହ ସମେସ୍ତେ ମିଶି ଖାଇଥାନ୍ତି | ଚାଷୀଙ୍କ କହିବା ପ୍ରକାରେ ଏହି ଦିନ ମାଟି ଦେବତାଙ୍କ ପୂଜାକଲେ ଜମିରେ ଭଲ ଅମଳ ହେବା ସହିତ ଚାଷକୁ ରୋଗପୋକରୁ ମଧ୍ୟ ସୁରକ୍ଷା ମିଳେ | ଏହି ପର୍ବ ସମସ୍ତ ଆଦିବାସୀ ମାନଙ୍କ ଘରେ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଘଣ୍ଟମାଲ୍ ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ୱ ସ୍ଥାପନ, ଆସନ୍ତା ମାସ ୪ ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଉତ୍ସବ  

masiha

ଶ୍ରୀରାମ ମନ୍ଦିର କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପୂଜା ସମ୍ପନ୍ନ , ଅପ୍ରେଲ ସାତ ତାରିଖ ରୁ ଓଡ଼ିଶା ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମ ଲୀଳା

Sunil Chandra Nayak

ଭାଗବତ, ଗୋପଲୀଳା ଓ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!