ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା। ଭାବ ବିହ୍ଵଳ ହେଲେ ଛାତ୍ରଛାତ୍ରୀ….

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା।

ଭାବ ବିହ୍ଵଳ ହେଲେ ଛାତ୍ରଛାତ୍ରୀ….

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇର ପଦର ସ୍ଥିତ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ହିନ୍ଦୀ ଭାଷା ଶିକ୍ଷକ ବାଞ୍ଛାନିଧି ପଣ୍ଡା ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସର ରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ମୁଣ୍ଡ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଷ୍ଟା କଳାହାଣ୍ଡି ଜିଲ୍ଲା ସଭାପତି ମନୋରଂଜନ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଓଷ୍ଠା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ନାୟକ, ଧର୍ମଗଡ ବ୍ଲକ ଓଷ୍ଟା ସଭାପତି ରିଖି ରାମ ବେହେରା ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷକ ଙ୍କୁ ମାନପତ୍ର, ଉପଢୌକନ ଓ ସ୍ମୃତି ଚିହ୍ନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟ ଆରମ୍ଭ ଦିନ ଠାରୁ ଦିର୍ଘ ୩୬ ବର୍ଷ ଧରି ନିରବଛିନ୍ନ ଭାବେ ସେ ବିଦ୍ୟାଳୟ ରେ ହିନ୍ଦୀ ଭାଷା ଶିକ୍ଷକ ଭାବେ ନିଜର ସର୍ବୋତ୍ତମ ସେବା ଦେଇ ଆସିଥିବା ବେଳେ ଜଣେ ଛାତ୍ର ବତ୍ସଳ ତଥା ମେଳାପି ଶିକ୍ଷକ ଭାବେ ସମସ୍ତ ଙ୍କ ପ୍ରିୟ ପାତ୍ର ରହିଥିଲେ । ଶିକ୍ଷକ ପଞ୍ଚାନନ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୋକୁଳ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ରାଧାମୋହନ ପାଣିଗ୍ରାହୀ, ହିତାଂଶୁ ଟୋଲଟିଆ , ରୋଜି କୁମାରୀ ଚୌଧୁରୀ, ମାନିନୀ ମେହେର,ଶ୍ୟାମ ଚରଣ ଚଣ୍ଡୀ, ରଞ୍ଜନ ରଶ୍ମୀ ସେଠୀ, ବ୍ରଜ କିଶୋର ରାଉତ ଓ ଅନ୍ୟମାନେ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଆଳି ଏବଂ ପଟ୍ଟାମୁଣ୍ଡାଇ ଗସ୍ତ, ଓ ବାତ୍ୟା ପ୍ରସ୍ତୁତି ସମୀକ୍ଷା

Sunil Chandra Nayak

ଗୁରୁକୃପା ଡିଗ୍ରୀ କଲେଜ ଉଦ୍ଦଘାଟନ

Sunil Chandra Nayak

ଗୁଞ୍ଜାଇ ଟୁଡୁଙ୍କ  ଅନ୍ତୋଦୟ ଗୃହ ଯୋଜନା ସମ୍ପୂର୍ଣ୍ଣ କେବେ?

Sunil Chandra Nayak

Leave a Comment

error: Content is protected !!